ହେଡଲାଇନସ୍:

ଦୁଇ ବିଧାୟକଙ୍କ ଉପସ୍ଥିତିରେ ସୁନାମୁହିଁରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋ ବିରୁଦ୍ଧରେ ଅପପ୍ରଚାର ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ପାଲଟିଥିବା ବେଳେ ନୟାଗଡ଼ବାସୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ସୁଚାରୁରୂପେ ସମ୍ପାଦନ କରିବା ମୋର ଏକମାତ୍ର ଲକ୍ଷ୍ୟ : ଅରୁଣ

ଓଡ଼ଗାଁ,୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ସୁନାମୁଁହି କଲ୍ୟାଣମଣ୍ଡପ ତଥା ଚମ୍ପେଶ୍ବର ଶୈବପୀଠ ଆମ୍ବ ତୋଟା ମଧ୍ୟରେ ବିଜେଡ଼ି ଦଳ ତରଫରୁ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଆୟୋଜିତ କର୍ମୀ ସମ୍ମିଳନୀରେ ନୟାଗଡ଼ ବିଧାୟକ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଅତୀତ ଦିନର ସ୍ମୃତିକୁ ମନେ ପକାଇ ଦେବା ସହ ବର୍ତ୍ତମାନ ସମୟରେ ହେଉଥିବା ବିଭିନ୍ନ ଉନ୍ନତି ଓଡ଼ଗାଁ ବିକାଶରେ ସହାୟକ ହେବା ସହିତ ରାସ୍ତାଘାଟ ଉନ୍ନତିକରଣ ଏହାର ମୁଖ୍ୟ ମାଧ୍ୟମ ପାଲଟିଥିବା କହିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକାଳରେ ଲୋକଙ୍କୁ ଦୁଆରକୁ ସୁବିଧା ଯାଉଛି। ବିଗତ ଦିନରେ ସୁନାମୁଁହି ପଞ୍ଚାୟତର ବିଭିନ୍ନ ଗାଁ ଗାଁ ମଧ୍ଯରେ ଥିବା ଅପନ୍ତରିଆ ରାସ୍ତା ଓ ନାଳ ଯାତାୟାତରେ ଅନେକ ବାଧକ ଉପୁଯାଉଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ସୁନାମୁଁହି, ବାଲିସିଂଶା, ଖଙ୍ଗାରପଲ୍ଲୀ, ଲଣ୍ଡାବାଦୁ-କୁରାଳ ବାଗ୍ଦେବୀ ଦେଇ ପକ୍କା ରାସ୍ତା ନିର୍ମାଣ ହୋଇଛି। ସୁନାମୁଁହି ହାଇସ୍କୁଲ ୫ଟିରେ ରୂପାନ୍ତରିତ ହେବା ସହ ସ୍ୱାସ୍ଥ୍ୟକେନ୍ଦ୍ରର ନବ କଳେବର କାର୍ଯ୍ୟ ଚାଲୁ ରହିଥିବା କହିଥିଲେ । ଅନ୍ୟପକ୍ଷରେ ମାଆଙ୍କ ବିନା ସମାଜର ଅଗ୍ରଗତି ଅସମ୍ଭବ। ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ମାଆମାନେ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ଅନ୍ୟପକ୍ଷେ ମୋ ବିରୁଦ୍ଧରେ ଅପପ୍ରଚାର ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ପାଲଟିଥିବା ବେଳେ ନୟାଗଡ଼ବାସୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ସୁଚାରୁରୂପେ ସମ୍ପାଦନ କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି କହିଥିଲେ।

ଉକ୍ତ ସଭାରେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ବିଧାୟକ ସାହୁଙ୍କୁ ନୟାଗଡ଼ ବିକାଶର ବିନ୍ଧାଣୀ ଆକ୍ଷା ଦେଇଥିବା ବେଳେ ଅରୁଣଙ୍କ ନିଆରା ଢ଼ଙ୍ଗ ଓ ନିଜସ୍ୱ ଶୈଳୀର କାର୍ଯ୍ୟଧାରା ଯୋଗୁଁ ନୟାଗଡ଼ରେ ଅଭୁତପୂର୍ବ ବିକାଶ ଦେଖିବାକୁ ମିଳିଛି । ତେଣୁ ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଓ ଅରୁଣଙ୍କୁ ୫ମ ଥର ବିଧାୟକ ରୂପେ ବାଛିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଠିକ ସେହିପରି ବିଜେଡି କର୍ମୀମାନେ ଚକଡ଼ା ପୋକ ପରି ପଦ୍ମଫୁଲ କ୍ଷେତକୁ ନଷ୍ଟ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ବ୍ଲକ ବିଜେଡି ସଭାପତି ସୁର୍ଯ୍ୟନାରାୟଣ ଚୌଧୁରୀ ବିଜେଡି ଶାସନରେ ଶାନ୍ତି ଓ ପ୍ରଗତି ପ୍ରତିଷ୍ଠା ହୋଇଛି ବୋଲି କହିଥିବା ବେଳେ ଆଗାମୀ ନିର୍ବାଚନରେ ୪୦ ହଜାରରୁ ଅଧିକ ଭୋଟରେ ଅରୁଣ ଜିତିବେ ବୋଲି ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ଦୃଢ଼କ୍ତି ପ୍ରକାଶ କରିଥିଲେ । ପରିଶେଷରେ ବିଜେପି ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଥିବା ବାଲିସିଂଶା ଓ ସୁନାମୁଁହିର ସମସ୍ତ ୭ ଜଣଙ୍କୁ ବିଧାୟକ ଡ଼ ସାହୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ସରପଞ୍ଚ ରୀନା ନାଏକ, ସୁନିତା ବାରିକ, ଶ୍ୱେତାଲିନା ମିଶ୍ର, ମିନତୀ କୁମାରୀ ପ୍ରଧାନ, ସୁଶ୍ରୀ ଶ୍ରାବଣୀ ବିଶ୍ୱାଳ, ଦୀପିକା ସେଠୀ, ବିଜନ ପାଇକରାୟ, ପବିତ୍ର କୁମାର ସାହୁ, ସସ୍ମିତା ପାତ୍ର, ପାୟଲ କୁମାରୀ ପ୍ରଧାନ, ଗାୟତ୍ରୀ ରାଉତ, ମିନତୀ ସେଠୀ ସମିତି ସଭ୍ୟା କନକ ପାତ୍ର, ଝୁନୁ ସେଠୀ, ମାନସୀ ବେହେରା, ଝୁନୁ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ନିତ୍ୟାନନ୍ଦ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ମାନସ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault