ହେଡଲାଇନସ୍:

ବାଙ୍ଗାଲୋର ଯିବା ସମୟରେ ଯୁବକ ନିଖୋଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଅଞ୍ଚଳର ଜଣେ ଯୁବକ ବାଙ୍ଗାଲୋର ଯିବା ରାସ୍ତାରେ ନିଖୋଜ ହୋଇଯାଇଥିବା ନେଇ ବେଲଗୁଣ୍ଠା ଥାନାରେ ଅଭିଯୋଗ ହୋଇଛି I ଅଭିଯୋଗକାରୀ ହେଉଛନ୍ତି ନିଖୋଜ ଯୁବକଙ୍କ ବାପା ସୁବାଷ ଚନ୍ଦ୍ର ବାଡତ୍ଯା I ସୁଚନା ପ୍ରକାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ସୁବାଷ ଚନ୍ଦ୍ର ବାଡ଼ତ୍ୟାଙ୍କ ପୁଅ ନଡ଼ୁ ବାଡତ୍ଯା (26) ଗତ ନଭେମ୍ବର 19 ତାରିଖରେ ବାଙ୍ଗାଲୋର ଯିବାପାଇଁ ଘରୁ ବାହାରିଥିଲେ I ସେ ଦିନ ଗୋଟାଏରେ ବ୍ରହ୍ମପୁର ଠାରେ ଟ୍ରେନ୍ ରେ ବସିଥିଲେ I ନଡ଼ୁ ବ୍ରହ୍ମପୁରରୁ ବିଶାଖପାଟଣା ଯିବା ପର୍ଯ୍ୟନ୍ତ ମୋବାଇଲ୍ ମାଧ୍ୟମରେ ଘର ଲୋକଙ୍କ ସହ ସମ୍ପର୍କ ରଖିଥିଲେ I କିନ୍ତୁ ତା ପରଠାରୁ ଆଜି ପର୍ଯ୍ୟନ୍ତ ନଡ଼ୁଙ୍କ ମୋବାଇଲ୍ ରୁ ଘରକୁ କୌଣସି ଫୋନ୍ ଆସିନଥିବା ବେଳେ ଘର ଲୋକଙ୍କ ପକ୍ଷରୁ ମଧ୍ୟ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ନଡୁଙ୍କ ସହିତ ଯୋଗାଯୋଗ କରାଯାଇପାରିନାହିଁ I ଏନେଇ ନଡୁଙ୍କ ବାପା ସୁବାଷ ବେଲଗୁଣ୍ଠା ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନାରେ 28/23 ରେ ଏକ ମାମଲା ରୁଜୁ କରାଯାଇ ନଡୁଙ୍କ ସନ୍ଧାନ ପାଇଁ ପୋଲିସ୍ ପ୍ରୟାସ କରୁ୍ଥିବା ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୁଚନା ଦେଇଛନ୍ତି I ନଡୁଙ୍କ ବାପା ସୁବାଷଙ୍କ ସୂଚନା ପ୍ରକାରେ ନଡୁଙ୍କ ଉଚ୍ଚତା ପାଞ୍ଚ ଫୁଟ ଚାରି ଇଞ୍ଚ ହୋଇଥିବା ବେଳେ ସେ ଘରୁ ବାହାରିବା ବେଳେ ଗୋଟିଏ କଳା ରଙ୍ଗର ପ୍ୟାଣ୍ଟ୍ ଏବଂ ନୀଳ ରଙ୍ଗର ହାଫ୍ ସାର୍ଟ୍ ପିନ୍ଧିଥିଲେ I

0
0
0
s2sdefault