ହେଡଲାଇନସ୍:

ପଇକମାଲରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ରାଜ୍ୟ ସରକାର ଙ୍କର ନିଜସ୍ୱ କାର୍ଯ୍ୟକ୍ରମ ଆମ ଗାଁ ଆମ ବିକାଶ ଆଜି ପାଇକମାଲ ଠାରେ ଅନୁଷ୍ଠିତ ହେଇଯାଇଛି । ରାଜ୍ୟ ର ବିକାଶ ଧାରା କୁ କ୍ଷିପ୍ର ଗତିରେ ଆଗେଇ ନେବାପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତକ୍ଷ ତତ୍ୱାବଧାନରେ ଆରମ୍ଭ ହେଇଥିବା ଏହି ଯୋଜନା ନିଶ୍ଚିତ ଭାବରେ ରାଜ୍ୟ ର ପ୍ରତେକ ଗ୍ରାମକୁ ବିକାଶ ପଥରେ ଆଗେଇ ନେବା ପାଇଁ ସହାୟକ ହେବ । ପ୍ରେତ୍ୟକ ଗ୍ରାମରେ ଉନ୍ନୟନ ମୂଳକ କାମ ହେବା ସହିତ ଯୋଜନା ମାଧ୍ୟମରେ ଲୋକଙ୍କର ଜୀବନ ଶୈଳୀ ର ବିକାଶ ଏହି ଯୋଜନା ର ମୂଳ ଲକ୍ଷ୍ୟ।

ଏହି କ୍ରମରେ ଆଜି ପଇକମାଲ ବ୍ଲକ ରେ ଅନୁଷିତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମୁଦାୟ 152 ଟି ପ୍ରକଳ୍ପ ପାଇଁ 4କୋଟି 35 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ପଇକମାଲ ବ୍ଲକ ର 22 ଟି ଗ୍ରାମପଞ୍ଚାୟତ ର ପ୍ରତ୍ୟେକ ଗ୍ରାମ ପାଇଁ କିଛି ନା କିଛି ରହିଥିଲା। ସବୁ ଗ୍ରାମକୁ ଗୋଟିଏ ସମୟରେ ଏତେ ପରିମାଣ ର କାମ ଦେବା ଏହା ପ୍ରଥମ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ମାନ୍ୟବର ଶକ୍ତି ,ଶ୍ରମ ଓ  ଇଏସଆଇ  ମନ୍ତ୍ରୀ ଶ୍ରୀ ସୁଶାନ୍ତ କୁମାର ସିଂ ,ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ,ପିଡି  ଶ୍ରୀ କୃତିବାସ ରାଉତ , ଉପଜିଲ୍ଲାପାଳ ଶ୍ରୀ ଦୌଲତ  ଚନ୍ଦ୍ରକାର ,ଏସଡ଼ିପିଓ  ଶ୍ରୀ ଲଷ୍ମୀ ନାରାୟଣ ପଣ୍ଡା , ପଇକମାଲ ବିଡ଼ିଓ  ତଥା ତହସିଲଦାର ଶ୍ରୀ ସଦାଶିବ ନାୟକ , ପଦ୍ମପୁର ତହସିଲଦାର ଶ୍ରୀମତୀ ସରୋଜିନୀ ପସନ୍ନ କୁଲୁ , ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ,ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପ୍ରଧାନ , ପା ଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ ବ୍ଲକର ସମସ୍ତ ସରକାରୀ ଅଧିକାରୀ ଅଧିକାଂଶ ସରପଞ୍ଚ ,ସମିତି ସଭ୍ୟ ,ତଥା ବ୍ଲକ ର ସବୁ ଗ୍ରାମରୁ ଆସିଥିବା ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । କାର୍ଯକ୍ରମ ଶେଷରେ ପଇକମାଲ ସମିତି ସଭ୍ୟା ଶ୍ରୀମତୀ ମନୋରମା ନାଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଂଚଳର ବିକାଶ ପାଇଁ ମଞ୍ଜୁର କରିଥିବା ପ୍ରକଳ୍ପ ଗୁଡିକ ପାଇଁ ବ୍ଲକ ର ସମସ୍ତ ଜନସାଧାରଣ ଙ୍କର ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ

0
0
0
s2sdefault