ହେଡଲାଇନସ୍:

ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ସ୍କୁଲ କଲେଜ ଅଙ୍ଗନବାଡି ଦୁଇଦିନ ପାଇଁ ଛୁଟି। କଲେଜ ନିର୍ବାଚନ ସ୍ଥଗିତ । ଗତକାଲିର 4 ଜିଲ୍ଲା ବାଦ ନୟାଗଡ, ଖୋର୍ଦ୍ଧା, ଜଗତସିଂପୁର, ବାଲେଶ୍ୱର, କେନ୍ଦ୍ରାପଡାରେ ଗୁରୁତର ସତର୍କ ସୂଚନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଭୟଙ୍କର ରୂପ ନେଇ ଆସୁଥିବା ବାତ୍ୟା ତିତଳିକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ସ୍କୁଲ କଲେଜ ଅଙ୍ଗନବାଡି ଦୁଇଦିନ ପାଇଁ ଛୁଟି। କଲେଜ ନିର୍ବାଚନ ସ୍ଥଗିତ । 5 ଜିଲ୍ଲାକୁ ରେଡ଼ ଆଲର୍ଟ । ଗତକାଲିର 4 ଜିଲ୍ଲା ବାଦ ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ଭଦ୍ରକ,ବାଲେଶ୍ୱର, କେନ୍ଦ୍ରାପଡା ରେ ଗୁରୁତର ସତର୍କ ସୂଚନା । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କ ସହ ଭିଡିଓ କନ୍ଫଫରେନ୍ସିଂ ରେ କଥା ହେଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲା ପ୍ରଶାସନ ସହ ଲଗାତାର ସମ୍ପର୍କରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ।  ଏବେ 14/15 କିମି ବେଗରେ ମାଡି ଆସୁଛି ତିତଳି । 11 ତାରିଖ ସକାଳେ ଛୁଇଁବା ତିତଳି । 150ରୁ 160 କିମି ବେଗରେ ପବନ ବହିବ ।ଭୁବନେଶ୍ୱର କଟକ ରେ କାଲି ସକାଳେ ଭୁବନେଶ୍ୱର କଟକ ରେ 60 /70 କିମି ବେଗରେ ପବନ ବହିବ ସହ ବର୍ଷା ହେବା ସମ୍ଭାବନା ଅଛି । ହୁଡହୁଡ ଓ ଫାଇଲିନ ଭଳି ଯଦିଓ ଶକ୍ତିଶାଳୀ ହେବନି ତଥାପି ଏହାର ପ୍ରଭାବ 5 ଜିଲ୍ଲାରେ ଅଧିକ୍ ଭାବେ ଅନୁଭୂତ ହେବ । ଗୋପାଳପୁର ଓ କଳିଂଗପଟନାମ ମଧ୍ୟରେ କୌଣସି ଅଂଚଳରେ  ତିତଳି ହିଟ କରିବ ବୋଲି ପୂର୍ବାନୁମାନ । ଉପକୂଳ ଅଂଚଳରେ ସମୁଦ୍ର ଅଶାନ୍ତ ହେବା ଆରମ୍ଭ ହେଲାଣି । ଆସନ୍ତା ତିନି ଚାରି ଘଣ୍ଟା ମଧ୍ୟରେ ତିତଳି ଗୁରୁତର ରୂପ ନେବା ସହ ସମୁଦ୍ରାରେ ଦେଢ଼ ଦୁଇ ମିଟର ଉଚ୍ଚର ଜୁଆର ଆସିବ । ତେଣୁ ଉପକୂଳବରତୀ ଅଂଚଳରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 12 ଟି ଜିଲ୍ଲାରେ ଏନଦିଆରେଫ ଓ ଓଡ୍ରାଫ ମୁତୟନ କରାଯାଇଛି ।

0
0
0
s2sdefault