ହେଡଲାଇନସ୍:

ଯୋଗବାଗ ବାହାରିଲା :  ୨୧ରେ ଅମିତ ଶାହଙ୍କ ଉପସ୍ଥିତିରେ  ପଦୁଅଁ ଧରିବେ ପଦୁ , ମିଶିବେ ୩୦ ହଜାର କର୍ମୀ ବିଜେପିରେ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଁ ମୋଦିଙ୍କ  ଆଦର୍ଶରେ ଅନୁପ୍ରାଣୀତ, ଓଡ଼ିଶାର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କ ଉଦ୍ୟମରେ ପ୍ରଭାବିତ : ପଦ୍ମଲୋଚନ

ବାଲେଶ୍ୱର : କଂଗ୍ରେସ ସହ ୩୦ ବର୍ଷର ସମ୍ପର୍କ ଛିନ୍ନ ପରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ବିଜେପିରେ ଯୋଗଦାନ କରିବା ନେଇ ବିଧିବଦ୍ଧ ଭାବେ ଆଜି ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପଣ୍ଡା କଂଗ୍ରେସ ସହ ତିକ୍ତତା ଓ ବିଜେପି ପ୍ରତି ଆବିଳତା ବୃଦ୍ଧିର କାରଣ ସମ୍ପର୍କରେ ସୂଚନା ଦେଇଥିଲେ । କଂଗ୍ରେସ ଗୋଷ୍ଠୀ  କନ୍ଦଳ ଓ ତାଙ୍କ ପ୍ରତି ହୋଇଥିବା ବିଶ୍ୱାସଘାତକୁ ନେଇ ଗତ ୭ ତାରିଖ ଦିନ ସେ ଦଳ ଛାଡ଼ିଥିଲେ ବି କେଉଁ ଦଳରରେ ଯୋଗଦେବେ, ସେନେଇ କିଛି ପ୍ରକାଶ କରିନଥିଲେ । ଇତିମଧ୍ୟରେ ବିଜେପି ନୀତି ନିୟମ ଓ ସମ୍ବିଧାନ ସାଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଆଦର୍ଶରେ ଅନୁପ୍ରାଣୀତ ହୋଇ ଦଳରେ ଯୋଗଦେବାକୁ ସିଦ୍ଧାନ୍ତ ନେଇଥିବା ଶ୍ରୀ ପଣ୍ଡା ସ୍ପଷ୍ଟ କରିଛନ୍ତି । ବିଶେଷ କରି ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ତାଙ୍କୁ ଅଧିକ ପ୍ରଭାବିତ କରିଥିବା ସେ କହିଛନ୍ତି । ଏନେଇ ଆସନ୍ତା ୨୧ ତାରିଖରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ପୋତରାଜପୁର ମେଳଣପଡ଼ିଆରେ   ଖଇରା ଓ ସିମୁଳିଆ ଅଞ୍ଚଳରୁ ୩୦ ହଜାର କର୍ମୀଙ୍କ ସହ ବିଜେପିରେ ଯୋଗଦାନ କରିବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ସାହା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ,  ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ  ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦଳର ଆଦର୍ଶ ଓ ଅନୁଶାସନକୁ ସମ୍ମାନ ଜଣାଇ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ନିଷ୍ପତି ଅନୁସାରେ ପ୍ରାର୍ଥୀ ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ପଣ୍ଡାଙ୍କ ସହ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପିର ସଦସ୍ୟତା ପାଇଁ ଅପେକ୍ଷା କରିଥିବା ବରିଷ୍ଠ ନେତା ଶୁଭଙ୍କର ମହାପାତ୍ର, ପୂର୍ବତନ ସରପଞ୍ଚ ସୁଧାଂଶୁ ପାଢ଼ୀ ଓ ପତିତପାବନ କର ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

0
0
0
s2sdefault