ନରସିଂହଙ୍କ ଉଦ୍ୟମ ସଫଳ: ରାଣୀବନ୍ଧ ଓ ପ୍ରତାପ ସାଗରର ଅଟକଳ ମଞ୍ଜୁର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଣୀବନ୍ଧ ପାଇଁ ୧.୭୩ କୋଟି , ପ୍ରତାପ ସାଗର ପାଇଁ ୨.୮୨ କୋଟି 

ବଲାଙ୍ଗିର (ନିରୋଜ ମିଶ୍ର) :  ବଲାଙ୍ଗିର ସହର ମଧ୍ୟରେ ଥିବା ପୋଖରୀ ଗୁଡିକ ଧିରେ ଧିରେ ଆବର୍ଜନାପୂର୍ଣ୍ଣ ହେବାରେ ଲାଗିଛି । ଏପରିକି ଅତିତରେ ଯେଉଁ ସବୁ ପୋଖରୀ ଲୋକେ ଗାଧୁଆ ପାଧୁଆ ବ୍ୟତି ନ୍ୟତ୍ୟ ବ୍ୟବହାଯ୍ୟ ପାଇଁ ମଧ୍ୟ ପାନୀୟ ବ୍ୟବହାର କରୁଥିଲେ ସେ ସବୁ ଆଜି ଧିରେ ଧିରେ ଡଷ୍ଟବିନ୍ ରେ ପରିଣତ ହେଉଛି । ସହରର କ୍ରମବଦ୍ଧିଷ୍ଣୁ ଜନସଂଖ୍ୟା ତଥା ଗ୍ରାମାଞ୍ଚଳରୁ ବଲାଙ୍ଗିର ସହରକୁ ପ୍ରତ୍ୟହ କାମ ଧନ୍ଦା କରିବା ପାଇଁ ଆସୁଥିବା ଲୋକଙ୍କ ପାଇଁ ଦରକାର ହେଉଥିବା ପାଣି ଆଉ ମିଳୁନାହିଁ । ସହର ମଧ୍ୟରେ ଥିବା ବନ୍ଧ ପୋଖରୀ ଏହି ପ୍ରକାର ଆବଶ୍ୟକତାକୁ ଆଗେ ପୂରଣ କରିପାରୁଥିଲା । କିନ୍ତୁ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ବନ୍ଧ ପୋଖରୀ ପାଣି ଆଉ ବ୍ୟବହାର ଯୋଗ୍ୟ ହେଉପାରୁନାହିଁ । ଏପରିକି କୌଣସି  ସମାଜିକ କାର୍ଯ୍ୟରେ ଦରକାର ହେଉଥିବା ସ୍ନାନ କାର୍ଯ୍ୟ ମଧ୍ୟ ଲୋକେ ଏଠାରେ କରିବାକୁ ପଛାଉ ନାହାନ୍ତି । ଏହି ପରିପ୍ରେକ୍ଷିରେ ସଦର ବିଧାୟକ ନରସିଂହ ମିଶ୍ର ୨୦୧୫ ମସିହାରେ ଏକ ପ୍ରସ୍ତାବ ପଠାଇଥିଲେ । ଏଥିରେ ସହର ତଥା ବଲାଙ୍ଗିର ଉଭୟ ବ୍ଲକର ସମୁଦାୟ ୧୦୦ଟି ପୋଖରୀର ପୁନଃଉର୍ଦ୍ଧାର ପାଇଁ ଯାଇଥିବା ପ୍ରସ୍ତାବରେ କେନ୍ଦ୍ର ସରକାର ଏକ ପ୍ରକାର ରାଜି ହୋଇଥିଲେ । ଦରକାର ଥିଲା କେବଳ ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କ ବିଧିବଦ୍ଧ ମୋହର କିନ୍ତୁ ଜାଣିଶୁଣି  ରାଜ୍ୟ ସରକାର ଏହା ବିଳମ୍ବ କରିବାରୁ ସେ ଯୋଜନାଟି ବନ୍ଦ ହୋଇଯାଇଥିଲା । ପରବର୍ତ୍ତି ସମୟରେ ପୁଣି ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ସହର ମଧ୍ୟରେ ଥିବା ସମସ୍ତ ବନ୍ଧର ଉନ୍ନତିକରଣ ପାଇଁ ପ୍ରସ୍ତାବ ପଠାଇଥିଲେ । ତନ୍ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ମହାରାଣୀ ସାଗର, ବେହେରାପାଲି ବନ୍ଧ ଓ ଗେଟ ସରୋବର ପାଇଁ ମଞ୍ଜୁର ମିଳିଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଲୋକଙ୍କ ଦାବୀ ମୁତାବକ ସହରର ମଧ୍ୟ ଭାଗରେ ରାଣୀବନ୍ଧ ଏବଂ ପ୍ରତାପସାଗର ପାଇଁ ପ୍ରୋଜେକ୍ଟ ରିପୋର୍ଟ ତିଆରି କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଉଭୟ ବନ୍ଧର ମାଟି ଉଦ୍ଧାର, ସୌନ୍ଦର୍ୟକରଣ ତଥା ଜଳଧାରଣ କ୍ଷମତା ବଢାଇବାର ପାଇଁ ଉଭୟ ପୋଖରୀର ବ୍ୟୟ ଅଟକଳକୁ ମଞ୍ଜୁରୀ ମିଳିଯାଇଛି । ରାଣୀବନ୍ଧ ପାଇଁ ୧କୋଟି ୭୩ ଲକ୍ଷ ଟଙ୍କା ଏବଂ ପ୍ରତାପ ସାଗର ପାଇଁ ୨କୋଟି ୮୨ ଲକ୍ଷ ବ୍ୟୟ ଅଟକଳ ପାରିତ ହୋଇଯାଇଛି । ଚଳିତ ବର୍ଷା ଋତୁ ପରେ ପରେ ଉଭୟ ପୋଖରୀ ପାଇଁ ଅର୍ଥ ଆସିଲେ ଏହାର କାମ ଆରମ୍ଭ ହୋଇଯିବ । ଏହା ଶିଘ୍ର ସମ୍ପୁର୍ଣ୍ଣ ହୋଇପାରିଲେ ଉଭୟ ପୋଖରୀକୁ ନିର୍ଭର କରୁଥିବା ୧୩,୧୪,୧୫,୧୬,୧୭ ୱାର୍ଡ ତଥା ଗ୍ରାମାଞ୍ଚଳରୁ ସହରକୁ କାମ ଧନ୍ଦା ଅନ୍ୱେଷଣରେ ଆସୁଥିବା ଲୋକ ଉପକୃତ ହୋଇପାରିବେ ।

0
0
0
s2sdefault