ହେଡଲାଇନସ୍:

ଆଶଙ୍କା ଓ ଆତଙ୍କ ନେଇ ମାଡି ଆସୁଛି ତିତଲି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଆସୁଛି ତିତଲି । ସୁନ୍ଦର ପ୍ରଜାପତି ପରି ନୁହେଁ, ବରଂ ଆସୁଛି ଆଶଙ୍କା ଆଉ ଆତଙ୍କକୁ ସାଙ୍ଗରେ ନେଇ ଭୟଙ୍କର ରୂପରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତିତଲି ଧୀରେ ଧୀରେ ଓଡିଶା ଉପକୂଳ ଆଡକୁ ଗତି କରୁଥିବା ବେଳେ ମଙ୍ଗଳବାର ଅପରାହ@୍ନ ୪ଟା ୩୦ ସୁଦ୍ଧା ଓଡିଶାର ଗୋପାଳପୁରଠାରୁ ପ୍ରାୟ ୫୩୦ କିଲୋମିଟର ଦକ୍ଷିଣପୂର୍ବ ଦିଗରେ ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି କେନ୍ଦ୍ରୀଭୂତ ହୋଇ ଏକ ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହେବାକୁ ଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ବୁଲେଟିନରେ କୁହାଯାଇଛି । ଏହା ଏବେ ଘଣcା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି ! ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୧ ତାରିଖ ସକାଳେ ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ବାତ୍ୟାର ପ୍ରଭାବରେ ବୁଧବାର ସଂଧ୍ୟାସୁଦ୍ଧା ଦକ୍ଷିଣ ଓ ଉପକୂଳ ଓଡିଶାରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୫ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଭୟଙ୍କର ଭାବେ ଅଶାନ୍ତ ରହିବ ଓ ମତ୍ସଜୀବୀମାନଙ୍କୁ ସମୁଦ୍ରମଧ୍ୟକୁ ନ ଯିବାପାଇଁ ସତର୍କତା ଜାରି କରାଯାଇଛି ।

ତିତଲିକୁ ଦୃଷ୍ଟିରେ ରଖି ବୁଧବାର ଠାରୁ ୪ଟି ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ସରକାର । ଏପରିକି ଅଙ୍ଗନଓ୍ୱାଡି କେନ୍ଦ୍ରକୁ ବନ୍ଦ ରଖିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଆସନ୍ତା ୧୨ ତାରିଖ ଯାଏଁ ଏହି ୪ଟି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ତିତଲିକୁ ଦୃଷ୍ଟିରେ ରଖି ସ୍ଥିତି ଦେଖିବା ପରେ ଅନ୍ୟ ଜିଲ୍ଲା ବିଷୟରେ ପ୍ରଶାସନ ନିଷ୍ପତ୍ତି ନେବ । ବୁଧବାର ସନ୍ଧ୍ୟା ସୁଦ୍ଧା ବାତ୍ୟାର ତିବ୍ରତା ଜଣାପଡିବ ବୋଲି ଏସଆରସି ପକ୍ଷରୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ବିମାନ ବନ୍ଦର ପ୍ରସ୍ତୁତ । ସମସ୍ତ ବିଭାଗର ମୁଖ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥ#ବା କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ପବନର ବେଗକୁ ଦେଖି ବିମାନ ଉଡାଣ ଆବଶ୍ୟକ ହେଲେ ପରିବର୍ତ୍ତନ ହେବ ବୋଲି କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟା ତିତ୍ଲିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନମାନଙ୍କୁ ଏବଂ ଆଶ୍ରୟସ୍ଥଳୀର ସୁପରଭାଇଜରମାନଙ୍କୁ ସଜାଗ ରହିବାପାଇଁ କୁହାଯାଇଛି । ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରିବା ଓ ରିଲିଫ୍ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ମୋଟ ୮୭୯ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି ବୋଲି ଯୁଗ୍ମ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ଲାଗି ୩୦୦ ବୋଟ୍ ରଖାଯାଇଛି । ବେଳକୁ ବେଳ ଉଗ୍ର ହେଉଛି ବାତ୍ୟା ତିତଲି । ଏହା ବୁଧବାର ସକାଳେ ସିଭିୟର ସାଇକ୍ଳୋନିକ୍ ଷ୍ଟର୍ମର ରୂପ ନେବାର ଆଶଙ୍କା ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି  ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି)ଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । ଏ ସମ୍ପର୍କୀତ ଏକ ପ୍ରେସ ବିଜ୍ଞପ୍ତିରେ ସତର୍କ ସୂଚନା ଜାରି କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀରେ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀରେ  ଅଧିକ  କ୍ଷୟକ୍ଷତି ଆଶଙ୍କା ଥ#ବାରୁ ଏସବୁ ଅଞ୍ଚଳରେ ମାଟିଘରେ ରହୁଥ#ବା ଲୋକଙ୍କୁ ସ୍ଥାନୀୟ ଆଶ୍ରୟସ୍ଥଳ କିମ୍ବା  ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଅ ।ଯାଇଛି । ଅନ୍ୟ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଜାରି କରାଯାଇଛି । ବିଶେଷକରି ଛୋଟ ପିଲା, ବୃଦ୍ଧ ଏବଂ ଭିନ୍ନକ୍ଷମ ବ୍ୟକ୍ତିିମାନଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଏସ୍ଆରସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପ୍ରଭାବିତ ଅଞ୍ଚଳରେ ରନ୍ଧାଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଏବଂ ଆଲୋକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଜାରୀ କରାଯାଇଛି । ସେହିପରି ଏନଡିଆରଏଫ୍, ଓଡ୍ରାଫ ଓ ଫାୟାର ସର୍ଭିସ୍ୟୁନିଟକୁ ସଜାଗ ରହିବା ପାଇଁ କୁହାଯାଇଛି । ୧୦ ଓ ୧୧ ତାରିଖରେ ସମୁଦ୍ର ଭୟଙ୍କର ଭାବେ ଅଶାନ୍ତ ରହିବାର ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି । ସେହିପରି ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଉତ୍ତର ଆନ୍ଧ୍ର ଓ ଉପକୂଳ ଏବଂ ଦକ୍ଷିଣ ଓଡିଶା ଏହି ବାତ୍ୟା ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ । ଏଥିପାଇଁ ରାଜ୍ୟର ୫ଟି ଜିଲ୍ଲା ଓ ଆନ୍ଧ୍ରର ୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ରାଜ୍ୟର ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦିଅ ।ଯାଇଛି । ଏହା ପରଦିନ ଅର୍ଥାତ୍ ଗୁରୁବାର ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ । ୧୧ ତାରିଖରେ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି ,ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ, ଗଞ୍ଜାମ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ୧୫ଟି ଜିଲ୍ଲା ପାଇଁ ରେଡ ଓ୍ୱାର୍ଣ୍ଣିଂ ନୋଟିସ ଜାରି କରିଛି ପାଣିପାଗ ବିଭାଗ । ବାତ୍ୟାର ମୁକାବିଲା ପାଇଁ ଉତ୍ତର ଓଡିଶାକୁ ଏନଡିଆରଏଫ୍ ଟିମ୍ ପଠାଯାଇଛି । ଅଗ୍ନିଶମ ସଂସ୍ଥା କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଅଗ୍ନିଶମ ସଂସ୍ଥାରେ ଆବଶ୍ୟକ ଉପକରଣ ଓ ଯନ୍ତ୍ରପାତି ମହଜୁଦ ରଖିବାକୁ କୁହାଯାଇଛି ।

0
0
0
s2sdefault