ହେଡଲାଇନସ୍:

ପଥଚାରୀମାନଙ୍କ ତୃଷା ମେଣ୍ଟାଇବା ନିମନ୍ତେ ହାଇଜେନିକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରତ୍ୟେକ ଦିନ ହଜାର ହଜାର ଜନସାଧାରଣ ଆସିଥାନ୍ତି । ଏମାନଙ୍କର ତୃଷା ମେଣ୍ଟାଇବାର ମହତ୍ ଉଦେ୍ଧଶ୍ୟ ନେଇ ମାରୱାଡ଼ି ଯୁବା ମଞ୍ଚ ବାରିପଦା ପ୍ରଗତି ଆଗେଇ ଆସି ବାରିପଦା ପୌରପରିଷଦର ଆଶିର୍ବାଦଛକ- କନଭେଣ୍ଟ ରୋଡ଼ ରାସ୍ତା ପାଶ୍ୱର୍ରେ ଏକ ହାଇଜେନିକ ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅମ୍ରିତ୍ ଧାରାକୁ ମୁଖ୍ୟ ଅତିଥି ବାରିପଦା ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ କରକମଳରେ ଶୁଭଉଦଘାଟନ କରାଇ ସେବା ମନୋଭାବର ପରିଚୟ ଦେଇଛନ୍ତି । ମାରୱାଡ଼ି ଯୁବା ମଞ୍ଚ ବାରିପଦା ପ୍ରଗତି ପକ୍ଷରୁ ବାରିପଦା ପୌରପରିଷଦରେ ଏହା ଅଷ୍ଟମ ପ୍ରକଳ୍ପ ଭାବେ କାର୍ଯ୍ୟ ଆରମ୍ଭ କରିଛି । ସେହିପରି ଏହି ପରିପ୍ରେକ୍ଷିରେ ଆଜୋଜିତ କାର୍ଯ୍ୟକ୍ରମରେ  ମାରୱାଡ଼ି ଯୁବା ମଞ୍ଚ ବାରିପଦା ପ୍ରଗତି ଶାଖା ପଯରୁ ଏକ ସ୍ୱୟଂଚାଳିତ ହ୍ୟୁମ୍ୟାନ ଅକ୍ସିଜେନ ମେସିନକୁ ମଧ୍ୟ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓଙ୍କ ଦ୍ୱାରା ଶୁଭଉଦଘାଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୋରଡ଼ା ବିଧାୟକ ତଥା ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ, ପୌରପାଳ ବବିତା ଦାସ, ଉପନଗରପାଳ ଜିତେନ୍ଦ୍ର ମହାନ୍ତି ଓ ମାରୱାଡ଼ି ଯୁବା ମଞ୍ଚ ପ୍ରଗତିର ରାଷ୍ଟ୍ରିୟ ପୂର୍ବତନ ଉପସଭାପତି ଯୁବା ହେମନ୍ତ ସାହା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମାରୱାଡ଼ି ଯୁବା ମଞ୍ଚ ପ୍ରଗତିର ଏହି ନିସ୍ୱାର୍ଥପର ସେବା ମନୋଭାବକୁ ଉଚ୍ଛସିତ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାରୱାଡ଼ି ଯୁବା ମଞ୍ଚ ବାରିପଦା ପ୍ରଗତି ଶାଖାର ସଭାପତି ଯୁବା ନରେଶ ଅଗ୍ରୱାଲା, ଶାଖା ମନ୍ତ୍ରୀ ଯୁବା ରାକେଶ ସାହା, ଉପସଭାପତି ଶମ୍ଭୁ ଅଗ୍ରୱାଲା, ଯୁବା ମଙ୍ଗିଲାଲ ଲୋଧା, ଧୀରଜ ଲୋଧା ପ୍ରମୁଖଙ୍କ ସମେତ ପ୍ରଗତି ଶାଖାର ସମସ୍ତ ସଦସ୍ୟ, ମାରୱାଡ଼ି ସମାଜର ବିଶିଷ୍ଟ ନାଗରିକମାନେ ଉପସ୍ଥିତ ରହିଥିଲେ । 

0
0
0
s2sdefault