ହେଡଲାଇନସ୍:

  ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ : 12 ଗୋଟି ଅଭିଯୋଗର  ଶୁଣାଣୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

PAIKAMAL /ଗୌରାଙ୍ଗ ଚରଣ ଦାଶ  :- ଆଜି ପଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ଜନଶୁଣାଣୀ କାର୍ଯକ୍ରମ କରାଯାଇଥିଲା । ଉକ୍ତ କାର୍ଯକ୍ରମ ରେ ବ୍ଲକର ବିଭିନ୍ନ ସ୍ଥାନରୁ ସମୁଦାୟ 12 ଗୋଟି ଅଭିଯୋଗ ଆସିଥିଲା। ଏଥି ମଧ୍ୟରୁ 7 ଗୋଟି ବ୍ୟକ୍ତିଗତ ଓ 5ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଉକ୍ତ ଅଭିଯୋଗ ଗୁଡିକ ଉପରେ ସମ୍ବନ୍ଧୀୟ ଅଧିକାରୀ ମାନଂକର ସହିତ ବିସ୍ତୃତ ଆଲୋଚନା କରି ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାପାଇଁ ଅଧିକାରୀ ମନଙ୍କୁ ନିର୍ଦେଶ ଦେଇଥିଲେ । ଉକ୍ତ ଜନଶୁଣାଣୀ ଅଭିଯୋଗ କାର୍ଯକ୍ରମ ରେ ମାରବାଡି ଜୁବାମଞ୍ଚ ତରଫରୁ ପଇକମାଲ ରେ ସିଏଚସି  ସ୍ଥାପନ ପାଇଁ ପୁଣିଥରେ ମାନ୍ୟବର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ଏହି ବିଷୟ ଉପରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅନୁରୋଧ କରାଯାଇଥିଲା ।

ଉକ୍ତ କାର୍ଯକ୍ରମରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ , ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ମୁକେଶ କୁମାର ଭାମୂ , ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଡୌଲତ ଚନ୍ଦ୍ରକାର , ଏସଡ଼ିପିଓ ଶ୍ରୀ ଲଷ୍ମୀ ନାରାୟଣ ପଣ୍ଡା , ପଇକମାଲ ବିଡ଼ିଓ  ତଥା ତହସିଲଦାର ଶ୍ରୀ ସଦାଶିବ ନାୟକ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ମୁକ୍ତା ସାହୁ , ପିଡି ଶ୍ରୀ କୃତିବାସ ରାଉତ , ରମେଶ ଚନ୍ଦ୍ର ସେଠି , ଗୁରୁଚରଣ ଦାସ ତଥା ସମସ୍ତ ସରକାରୀ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଆସିଥିବା ଅଭିଯୋଗ ବାବଦରେ ଆଲୋଚନା କରିଥିଲେ ।

0
0
0
s2sdefault