ହେଡଲାଇନସ୍:

ନିଜ ନିର୍ବାଚନମଣ୍ଡଳୀରେ ବଢୁଛି  ମନ୍ତ୍ରୀ ରମେଶ ମାଝୀଙ୍କ ପତିଆରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ବିଜେଡିରେ ଯୋଗଦେଲେ ଝରିଗାଁ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସର ନିର୍ବାଚିତ ପ୍ରତିନିଧି ଏବଂ ସମର୍ଥକ

ଭୁବନେଶ୍ୱର :  ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ମନ୍ତ୍ରୀ ଶ୍ରୀ ରମେଶ ମାଝୀଙ୍କ ନେତୃତ୍ୱରେ ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ୍‍ ବ୍ଲକର ୫୦ରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସର ନିର୍ବାଚିତ ପ୍ରତିନିଧି, ସମର୍ଥକ ଓ କର୍ମୀ ନବୀନ ନିବାସରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କଂଗ୍ରେସ ସମିତି ସଭ୍ୟା ସନ୍ଧ୍ୟାବାଲି ସାନ୍ତା, ନାଏବ ସରପଞ୍ଚ ଶ୍ୟାମଳ ସରକାର, ୱାର୍ଡ ସଭ୍ୟ ମଙ୍ଗଳୀ ଗୌଡ଼, ପଙ୍କୁ ଗୌଡ଼, ପତିରାମ ଜାନି, ମଲସାୟୀ ଭତ୍ରା, ବିଜେପିର ଜଗଦିଶ ଭତ୍ରା ପ୍ରମୁଖ ଅନ୍ତର୍ଭୁକ୍ତ ।

 ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ସମସ୍ତ କର୍ମୀଙ୍କୁ ମାନ୍ୟବର ସଭାପତି ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଝରିଗାଁ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ନବରଙ୍ଗପୁର ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ବିଜୁ ଜନତା ଦଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆସ୍ଥା ପ୍ରକଟ କରି ବିଜେପି ଓ କଂଗ୍ରେସର ନିର୍ବାଚିତ ପ୍ରତିନିଧି ଓ ସମର୍ଥକ ଏଥିରେ ଯୋଗ ଦେଇଛନ୍ତି । ଏହା ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲା ସହ ଝରିଗାଁ ନିର୍ବାଚନ ମଣ୍ଡଳୀରେ ଆମ ଦଳର ସାମର୍ଥ୍ୟ ବୃଦ୍ଧି କରିବ ।

ଆଜିର ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ଅର୍ଜୁନ ତ୍ରିପାଠୀ, ଜିଲ୍ଲା ବିଜେଡି ସଂଯୋଜକ ପ୍ରମୋଦ କୁମାର ପାଢ଼ୀ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ସଂପାଦକ ବାପି ସିଅଳ, ସଂଜୟ ଗୁପ୍ତା, ଉମରକୋଟ୍‍ ବିଜେଡି ବ୍ଲକ ସଭାପତି ଅଜିତ ପ୍ରଧାନ, ସୋନଧର ଭତ୍ରା, ପବିତ୍ର ଭତ୍ରା, ବାସୁଦେବ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault