ହେଡଲାଇନସ୍:

ମନ୍ତ୍ରୀ ଉଷାଦେବୀଙ୍କ ୨ଦିନିଆ ଗଜପତି ଜିଲ୍ଲା ଗସ୍ତ : ବିଭିନ୍ନ ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନାର ରେସନ କାର୍ଡ ବଣ୍ଟନ କଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ଯୋଜନା ଓ ସମନ୍ୱୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ଉଷାଦେବୀ ଦୁଇଦିନିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ ବ୍ଲକ ସଦର ମହକୁମା ଯାଇ ସେଠାରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ଖାଉଟି କାର୍ଡ ସବୁ ବଣ୍ଟନ କରିଥିଲେ । ଏହି ଖାଉଟି କାର୍ଡ ବଣ୍ଟନ ଅବସରରେ ସମସ୍ତ ବ୍ଲକ ଯଥା କାଶୀନଗର, ଗୁମ୍ମା, ଗୋଷାଣୀ,ରାୟଗଡ,ଆର.ଉଦୟଗିରି,ନୂଆଗଡ଼ ଓ ମୋହନା ବ୍ଲକ ସଦର ମହକୁମାରେ ମନ୍ତ୍ରୀ ଉଷାଦେବୀ ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ଉତ୍ସାହିତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଜନସାଧାରଣଙ୍କୁ ଉଦ୍‍ବୋଧନ ଦେଇ ମନ୍ତ୍ରୀ ଉଷାଦେବୀ କହିଥିଲେ ପୂର୍ବରୁ ରାଜ୍ୟ ସରକାରଙ୍କ ବିରୋଧରେ ଅନାହାର ମୃତ୍ୟୁର ଅଭିଯୋଗ ହୋଇ ଆସୁଥିଲା । ଏହି ଅଭିଯୋଗ ପ୍ରତି ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେଯେ, ରାଜ୍ୟରେ କେହି ଜଣେ ହେଲେ ଭୋକରେ କି ଉପାସରେ ମରିବାକୁ ଦେବି ନାହିଁ । ଯାହାକି ଆଜି ସେ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା କାର୍ଡରେ ପରିବାରର ପ୍ରତି ସଦସ୍ୟ ପିଛା ୫କିଲୋ ଚାଉଳ ଏକ ଟଙ୍କା ମୁଲ୍ୟରେ ଯୋଗାଇ ଦିଆଯିବ । ସେହି ଯୋଜନାର ହିତାଧିକାରୀମାନଙ୍କୁ ଆଜି ରେସନକାର୍ଡ ବଣ୍ଟନ ହୋଇଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ବିଭିନ୍ନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ: ସିଦ୍ଧାନ୍ତ ମହାପାତ୍ର, ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରଷଦ ଅଧକ୍ଷ୍ୟ ଅନ୍ତର୍ଯ୍ୟାମୀ ଗମାଙ୍ଗ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ସ୍ଥାନୀୟ ବିଧାୟକ କେ ସୂର୍ଯ୍ୟ ରାଓ, ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ପୁର୍ବତନ ମନ୍ତ୍ରୀ ଡ: ପ୍ରଦୀପ କୁମାର ପାଣିଗ୍ରାହୀ, ଜିଲ୍ଲାପାଳ ଅନୁପମ ସାହା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବିରେନ୍ଦ୍ର କୁମାର କର୍କରା,ବ୍ଲକ ଅଧ୍ୟକ୍ଷ,ବ୍ଲକ ବିଡିଓ,ଜିଲ୍ଲା ପରିଷଦ ଉପାଧକ୍ଷ୍ୟ ଆର. ବିଜୟ କୁମାର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଉଷାଦେବୀ  କାଶୀନଗରରେ ୧୪୫୬, ଗୁମ୍ମାରେ ୬୬୩,ଗୋଷାଣିରେ ୧୩୦୮,ରାୟଗଡରେ ୭୫୮,ଆର.ଉଦୟଗିରିରେ ୫୫୩,ମୋହନାରେ ୨୨୩୫ଜଣଙ୍କ ହିତାଧିକାରୀଙ୍କ ରେସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରି କାର୍ଡ ବଣ୍ଟନ କରିଥିଲେ । ସମସ୍ତ ଅତିଥି ମାନେ କାର୍ଡ ବଣ୍ଟନରେ ସହଯୋଗ କରିଥିଲେ ।

0
0
0
s2sdefault