ହେଡଲାଇନସ୍:

ଏନ୍ଆଇଟିରେ ସ୍ମାର୍ଟ ମ୍ୟାନୁଫେକ୍ଚରିଙ୍ଗ ଉପରେ ସର୍ଟ୍ ଟର୍ମ କୋର୍ସର ଶୁଭାରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା/ଶୁଶାନ୍ତ ବେହେରା  : ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନରେ ସ୍ମାର୍ଟ ମ୍ୟାନୁଫେକ୍ଚରିଙ୍ଗ ଏଣ୍ଡ ମ୍ୟାଟେରିଆଲ ସିଲେକ୍ସନ ଟୁଓାର୍ଡସ୍ ଷ୍ଟିଲ ଇଣ୍ଡଷ୍ଟ୍ରୀ ନିଡ୍ସର ସୋମବାର ଶୁଭାରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରି ସଂସ୍ଥାର ନିଦେ୍ର୍ଧଶକ ଡା. ଅନିମେଶ ବିଶ୍ୱାସ କହିଛନ୍ତି, ‘ଆଜି ଏହିଭଳି ପାଠ୍ୟକ୍ରମର ବହୁତ ଆବଶ୍ୟକତା ରହିଛି । ଆହୁରି ଏହିଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡିକର ଆୟୋଜନ ହେବାର ଆବଶ୍ୟକତା ରହିଛି । ସେ ଭାଇଜାଗ୍ ଷ୍ଟିଲ ପ୍ଲାଣ୍ଟରୁ ଆସିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ ଜଣାଇବା ସହ ସଫଳତାର ସହ କୋର୍ସର ସଂଚାଳନ ପାଇଁ ଶୁଭାକାମନା ଜଣାଇଛନ୍ତି’ । ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ତଥା କୁଳସଚିବ ଡା.ସନ୍ତୋଷ କୁମାର ଉପାଧ୍ୟାୟ ‘ପ୍ରଶିକ୍ଷାର୍ଥୀମାନଙ୍କୁ ଶୁଭକାମନା ଜଣାଇବା ସହ କହିଛନ୍ତି, ଭାରତରେ ଥିବା ସମସ୍ତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ  ମଧ୍ୟରୁ ଏନଆଇଟି ରାଉରକେଲା ଦ୍ଵିତୀୟ  ସ୍ଥାନରେ ରହିଛି । ଏଠି ସଂସ୍ଥାନ ସହ ଉଦ୍ୟୋଗ ଜଗତ ଭିତରେ ଉତ୍ତମ ସଂପର୍କ ଗଢିବା ଉପରେ ଆମେ ବେଶୀ ଗୁରୁତ୍ୱ ଦେଇଥାଉ । ଆଗକୁ ମଧ୍ୟଏହା ଜାରି ରହିବ’ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ଡା. ଆରକେ ପାରହି କହିଛନ୍ତି, ‘ଆଜି ଦେଶରେ କେତେ ଲୋକ ଦାରିଦ୍ର୍ୟତା ତଥା ଅନାହାର ମୃତୁ୍ୟର ଶିକାର ହେଉଛନ୍ତି । ତେବେ ଏସବୁର ସମାଧାନ ଅର୍ଥ ନୁହେଁ ବରଂ ବିଜ୍ଞାନ । ବିଜ୍ଞାନ ଦ୍ୱାରା ହି ଏ ସବୁର ବହିଷ୍କାର କରିହେବ’ ।

        ଏହି ପାଞ୍ଚଦିନିଆ କୋର୍ସ ସମୟରେ  ନିର୍ମାଣର ଭୂମିକା, କମ୍ପ୍ୟୁଟର ଡିଜାଇନିଂ, ସାମଗ୍ରୀ ଚୟନ ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯିବ । କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଫେସର ବିବିଭିଏଲ୍ ଦୀପକ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ।  ଇଣ୍ଡଷ୍ଟ୍ରିଆଲ ଡିଜାଇନ୍ ଓ ମେକାନିକାଲ୍ ଇଞ୍ଜିନିୟରିଙ୍ଗ ବିଭାଗର ମିଳିତ ପ୍ରୟାସରେ ଏହି ସର୍ଟ୍ ଟର୍ମ କୋର୍ସର ଶୁଭାରମ୍ଭ ହୋଇଛି । 

0
0
0
s2sdefault