ହେଡଲାଇନସ୍:

ଖାଦ୍ୟ ସୁରକ୍ଷା ଯୋଜନା ର ହିତାଧିକାରୀ ମାନଙ୍କୁ ରେସନ କାର୍ଡ ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ/ଗୌରାଙ୍ଗ ଚରଣ ଦାଶ  :- ବରଗଡ ଜିଲ୍ଲାର ପାଇକମାଲ ଠାରେ ଆଜି ରାଜ୍ୟ ସରକାରଙ୍କ ନିଜସ୍ୱ  ଖାଦ୍ୟ ସୁରକ୍ଷା ଯୋଜନା ର ହିତାଧିକାରୀ ମାନଙ୍କୁ ରେସନ କାର୍ଡ ବଣ୍ଟନ କରାଯାଇଥିଲା । ପଇକମାଲ ହାଇ ସ୍କୁଲ ପଡିଆ ରେ ଆୟୋଜିତ ଏକ ସଭାରେ ଓଡ଼ିଶା ସରକାର ଙ୍କର ଶକ୍ତି ଓ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ କୁମାର ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପାଇକମାଲ ଓ ଝାରବନ୍ଧ ବ୍ଲକ ର 3300 ହିତାଧିକାରୀ ମାନଙ୍କୁ ରେସନ କାର୍ଡ ବିତରଣ କରିଥିଲେ । ଉକ୍ତ ସଭାରେ ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ , ପୂର୍ବତନ କେବିନେଟ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଂଜନ ସିଂ ବରିହା , ପଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ,ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପ୍ରଧାନ ପମୁଖ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଏହି ସଭାରେ ହିତାଧିକାରୀ ଓ ବହୁ ସାଧାରଣ ଜନତା ଯୋଗଦାନ କରିଥିଲେ । ଏହି କାର୍ଯକ୍ରମ ରେ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର ,ଗୋଷ୍ଠି ଉନୟନ ଅଧିକାର ତଥା ଶ୍ରୀ ସଦାଶିବ ନାୟକ , ଶ୍ରୀ ରମେଶ ଚନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ।

 

0
0
0
s2sdefault