ହେଡଲାଇନସ୍:

ଇଟା ହଉଛେ ବିଜେଡି  ବିଧାୟକଙ୍କର ଅସଲି ଚେହେରା: ବିଜେଡି ନେତାମାନଙ୍କର ଦାଦାଗିରି ବଢ଼ିବାରେ ଲାଗିଛି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଭୋଟ୍ ପାକ୍ ପାକ୍ ଖାଲୀ ଭୋଟର ମାନକେ ବୁଆ, କକା,ଅଜା, ନାତି, ମା, ମାଉସୀ, ଭଉଣୀ | ବାକି ଟାଇମ ନିଜର କୁକୁର କେ ବି ଲୋକ ହେନ୍ତା ବେବହାର ନାଇଁ ଦିଅନ୍ ଯେନ୍ତା ଇ ବିଜେଡି  ବିଧାୟକ  ଆୟୁବ ଖାଁ ଆଜ୍ଞା ଦେଉଛନ୍ ଯେ ଦେଖୁନ |  ବିଜେଡି  ପାର୍ଟି ର ଆଜ୍ଞା ମାନେ ବହୁତ ବଢିଆ ମାଁ ମାଉସୀ କେ ସମ୍ମାନ ଦେଉଛନ୍ ସେଥିର ଲାଗିର ଧନ୍ୟବାଦ। ଇଟା ହଉଛେ " ମା କୁ ସମ୍ମାନ ଗାଁ କୁ କାମ" !!!!!

ବଲାଙ୍ଗୀର/ ନିରୋଜ ମିଶ୍ର : ଧୀରେ ଧୀରେ ବିଜେଡି ନେତାମାନଙ୍କର ଦାଦାଗିରି ବଢ଼ିବାରେ ଲାଗିଛି। କେତେବେଳେ କେଉଁଠି ବିରୋଧୀ ଲୋକଙ୍କୁ ପିଟୁଛନ୍ତି ତ କେତେବେଳେ ଭୋଟରଙ୍କୁ ବି ଗାଳିମନ୍ଦ କରିବାକୁ ଭୁଲୁ ନାହାନ୍ତି। ଏମିତି ଏକ ଖବର ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରୁ। ଏକ ସରକାରୀ କାର୍ଯ୍ୟକ୍ରମରେ ଭତ୍ତା ବାଣ୍ଟିବା ବେଳେ ଲୋକଙ୍କୁ ଗାଳିମନ୍ଦ କରିଛନ୍ତି ସେଠିକାର ବିଜେଡି ବିଧାୟକ ଆୟୁବ ଖାଁ।ଲୋକଙ୍କୁ ସେ ଗାଳିମନ୍ଦ କରୁଥିବାର ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରୁ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ସେଠି କୌଣସି ଏକ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ଯୋଗ ଦେଇଛନ୍ତି। ଏହି ସମୟରେ ଜଣେ ମହିଳା ତାଙ୍କୁ ଟଙ୍କିକିଆ ଚାଉଳ କୋଟା କାହିଁକି କାଟିଲ ବୋଲି ପ୍ରଶ୍ନ କରୁଛନ୍ତି। ବିଧାୟକ ବହୁତ ସମୟ ଧରି ବୁଝାବୁଝି କରୁଛନ୍ତି। ଶେଷରେ ତାଙ୍କୁ ଚିଡିକି କହୁଛନ୍ତି, ତମେ ନବୀନଙ୍କ ଟଙ୍କିକିଆ ଚାଉଳ ଖାଇକି ଜିଲ୍ଲା ପରିଷଦରେ ପଦ୍ମକୁ ଭୋଟ ଦେଇଦେଲ। ସେଇଥିପାଇଁ ତମକୁ ଦେଲିନି।ଦେଖନ୍ତୁ ଏ ସଂପର୍କିତ ପୂରା ଭିଡିଓ। କ’ଣ କହୁଛନ୍ତି କଣ୍ଟାବାଞ୍ଜିର ବିଜେଡି ବିଧାୟକ ଆୟୁବ ଖାଁ।

0
0
0
s2sdefault