ହେଡଲାଇନସ୍:

ପୁରୁଣା ବୋତଲରେ , ନୂଆ ଷ୍ଟିକର ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ସହର ଠାରେ ଚାଲୁ ରହିଥିବା ଆୟୁର ପ୍ଲସ ପାଣି ଫାକ୍ଟ୍ରି ମାଲିକଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ଆସିଛି । ଏଥି ପୂର୍ବରୁ ଏଠାରେ ମାରୁତୀ ଏକ୍ୱା ନାମରେ ରହିଥିବା ପାଣି ଫାକ୍ଟ୍ରି  ବଜାରରେ ଦୂଷିତ ପାଣି ବୋତଲ , କ୍ୟାନ ଓ ପାଉଚ ଯୋଗାଣ କରୁଥିବା ଅଭିଯୋଗ ଆସିବା ପରେ କତ୍ତୃପକ୍ଷ ଙ୍କ ଦ୍ଵାରା ଷ୍ଟପ ମାର୍କେଟିଙ୍ଗ ତାଲିକାରେ ଏହାର ନାମ ଅନ୍ତର୍ଭୁକ୍ତ କରିଥିବା ଜଣାପଡ଼ିଛି । ଏହା ପରେ ଗୁଣପୁର ବଜାରରେ ମାରୁତି ଏକ୍ୱା ପାଣି ବୋତଲ ଦେଖିବାକୁ ମିଳିନଥିବା ଜଣାପଡିଛି । ପରେ ମାରୁତି ଏକ୍ୱା ନାମ ବଦଳାଇ ପୁରୁଣା ବୋତଲ ରେ ନୂଆ ଲେବୁଲ ଲଗାଇ ଏହି ସ୍ଥାନରେ ଆୟୁର ପ୍ଲସ ନାମରେ ପାଣି ଫେକ୍ଟରି ଚାଲୁ କରିଥିବା ଅଭିଯୋଗ ହେଉଛି । ଗତ କିଛି ଦିନ ତଳେ ଆୟୁର ପ୍ଳସ ବୋତଲ ରେ ମଧ୍ୟ ଦୂଷିତ ପାଣି ଯୋଗାଯାଉଥିବା ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ କତ୍ତୃପକ୍ଷ ଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ପରନ୍ତୁ ବର୍ତ୍ତମାନ ଏହି ଫାକ୍ଟ୍ରି କୁ ଆଇ. ଏସ. ଆଇ ମାର୍କ ମିଳିଥିବା ସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି । 

ଗୁଣପୁର ନିକଟ ଚାଲକମ୍ବା ଠାରେ ପ୍ରତିଷ୍ଠିତ ଜେ କେ ଆକୁଆ  ନାମରେ ଚାଲିଥିବା ପାଣି ଫାକ୍ଟ୍ରି  ମାଲିକଙ୍କ ସହ ସାକ୍ଷାତକାରରେ ଆଇ.ଏସ.ଆଇ ମାର୍କ ପାଇବା ନିମନ୍ତେ କିଛି ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବା ଜଣାପଡିଛି ।  ଆଇ.ଏସ.ଆଇ ର ଅନୁମୋଦନ ପାଇବା ପାଇଁ ସରକାରଙ୍କ ପକ୍ଷରୁ କିଛି ବ୍ୟବସ୍ତା ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଯଥା ପାଣି ଫେକ୍ଟରୀ ର ନିଜସ୍ୱ ବଡ ଧରଣର ଗୃହ ଥିବା ଦରକାର , ଫେକ୍ଟରୀ ମଧ୍ୟରେ ମାଇକ୍ରୋ ବାୟୋଲଜି ଲ୍ୟାବ , କେମିକଲ ଲ୍ୟାବ ଓ ପିୟୁରି ଫିକେସନ ଆର.ଓ ସେକ୍ସନ ଏଭଳି କିଛି ବ୍ୟବସ୍ଥା ରହିଥିବା ବେଳେ ଏ ସବୁ ବ୍ୟବସ୍ତା ନଥାଇ ଏଥି ପ୍ରତି ନଜର ନଦେଇ ଧର୍ମ କୁ ଆଖିଠାର ଭଳି ଆୟୁର ପ୍ଲସ କୁ ଆଇ.ଏସ.ଆଇ ମାର୍କ ମିଳିଛି ବୋଲି ଖାଉଟି ମହଲରେ ପ୍ରଶ୍ନ ଉଠିଛି ।

ଏହି ଅଂଚଳ ପ୍ରତି ଫୂଡ଼ ଇନିସ୍ପେକ୍ଟରଙ୍କ ନଜର ରାହୁନଥିବା ଯୋଗୁଁ ଏଠାକାର ବ୍ୟବସାୟୀ ଗୋଷ୍ଠି ଏଭଳି ଅସାଧୁ କାର୍ଯ୍ୟରେ ଲିପ୍ତ ରହୁଥିବା କୁହାଯାଉଛି । ଜିଲ୍ଲା ପ୍ରଶାସନ ର କୌଣସି ଏକ ଅଜଣା ହାତ ଏଭଳି ବ୍ୟବସାୟୀଙ୍କୁ ଏ ଦିଗରେ ସହଯୋଗ କରୁଥିବା ଏବଂ ଏହି ଅଞ୍ଚଳର ଦାୟିତ୍ୱରେ ରହିଥିବା ଫୂଡ଼ କଣ୍ଟ୍ରୋଲ ଇନ୍ସପେକ୍ଟର  ମଧ୍ୟ ଠୋସ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ଏଣୁ ଏନେଇ ଏକ ଉଚ୍ଚସ୍ଥରୀୟ ତଦନ୍ତ ଆବଶ୍ୟକୀୟ ହୋଇପଡିଛି । ଦୁର୍ନୀତି ରୁ ଉର୍ଦ୍ଧ ରେ ଥାଇ ଉପଖଣ୍ଡ ରୁ ଦୁର୍ନୀତି ହଟାଇ ସ୍ୱଚ୍ଛ ପ୍ରଶାସନ ଦିଗରେ ପଦକ୍ଷେପ ଗ୍ରହଣ କରୁଥିବା ଉପ ଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ଅନୁସନ୍ଧାନ ର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି ।

0
0
0
s2sdefault