ହେଡଲାଇନସ୍:

ଚାରପାଲିରେ ବାଜିରାଉତ ଯୁବକ ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ -ପଦ୍ମପୁର ସହର ନିକଟସ୍ଥ ଚାରପାଲି ଗ୍ରାମରେ ରବିବାର ଦିନ ବାଜିରାଉତ ଯୁବକ ସଙ୍ଘ ଦ୍ୱାରା ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ପଦ୍ମପୁରର ସମାଜସେବୀ ନିରୋଜ ଦୋରା ଉଦଘାଟନ କରିଥିଲେ । ବର୍ତ୍ତମାନ ସମୟରେ ରକ୍ତ ଭଣ୍ଡାରରେ ଅଭାବ ହେତୁ ଲୋକ ହଇରାଣ ହେଉଛନ୍ତି ତେଣୁ ଏହାର ପ୍ରତିକାର ସ୍ୱରୂପ ଯୁବସମାଜକୁ ଉତ୍ସାହିତ କରିବା ପାଇଁ ଏହି ରକ୍ତଦାନ ଶିବିରର ଲକ୍ଷ୍ୟ ବୋଲି ଯୁବକ ସଙ୍ଘର ସଭାପତି କହିଛନ୍ତି । ଏହି ଶିବିରରେ ସର୍ବମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରେଶମ,ଗୋପାଳ,ବିପିନ,ମୁକ୍ତଶ୍ବର,ଅମର,ଟଙ୍କଧର,ଜୟନ୍ତ,ରିଙ୍କୁ,ଗଣେଶ,ସଦାନନ୍ଦ, ଛତ୍ରଧର,ବିରଞ୍ଚି, ଲକ୍ଷ୍ମୀ,ବିଭୁତି,ସୁରେନ୍ଦ୍ର,ସରୋଜ, ରତିକାନ୍ତ,ଯୋଗେଶ୍ବର,ଗୁଣସାଗର ଓ ଅନେକ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାରର ସଂଗ୍ରାମ କେଶରୀ ମହନ୍ତ ,ଚିନ୍ତାମଣି ପଣ୍ଡା,ହିତେଶ ସାହୁ,ଜିତେନ୍ଦ୍ରୀୟ ଗୁର୍ଲା ପ୍ରମୁଖ ରକ୍ତ ସଂଗ୍ରହରେ  ସହଯୋଗ କରିଥିଲେ । ଡୋଲାମଣି, ତ୍ରିଲୋଚନ, ବିପିନ,ଗୋପାଳ, ମୁକ୍ତଶ୍ବର,ଫକୀର,ରାକେଶ,ହେମନ୍ତ,ରିଙ୍କୁ ଓ ବିକ୍ରମ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ |

0
0
0
s2sdefault