ହେଡଲାଇନସ୍:

କୁଲି ଓ କୁଲିସ ଜାତିକୁ ଆଦିବାସୀ ତାଲିକାରେ ସ୍ଥାନ ଦେବା ପ୍ରତିବାଦରେ ଗର୍ଜିଲେ ଆଦିବାସୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ଼,(ସୁନୀଲ ବେହେରା ) କୁଲିକୁଲିସ ଜାତିକୁ ଆଦିବାସୀ ତାଲିକାରେ ସାମିଲ କରାଯିବା ପ୍ରତିବାଦରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ଼ ବ୍ଲକ ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ନେତୃତ୍ୱରେ ଆଦିବାସୀ ମାନେ ସ୍ଥାନୀୟ ଘଣ୍ଟାସୁନୀ ମନ୍ଦିର ପ୍ରାଙ୍ଗଣରୁ ପାରମ୍ପରିକ ବେଶଭୁଷାରେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ । ସେଠାରେ ବ୍ଲକ ସଂଗଠକ ଥବିର ପୂଝାରୀଙ୍କ ସଂଯୋଜନାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ବ୍ରଜକିଶୋର ସିଂଭୋଇ, ଉପସଭାପତି ବିଶିକେଶନ ଜାନୀ, ଘାସିରାମ ମାଝୀ, ଇନ୍ଦ୍ରମଣି ମାଝୀ, ନିତ୍ୟାନନ୍ଦ ମାଖୀ, ରାଜୀବ କୁଅଁର, ସୁରେଶ ଭୋଇ, ଦୈତାରି ଭୋଇ, ଦୁଖିଶ୍ୟାମ ଭୋଇ, ବିକାଶ ଭୋଇ, ଶରତଚନ୍ଦ୍ର ସିଂଭୋଇ ପ୍ରମୁଖ ବିଶୋଦଗାର କରି କହିଥିଲେ ଯେ ରାଜ୍ୟରେ କୁଲି ଜାତୀର ଲୋକ ଅନୁସୂଚୀତ ଜାତି (ଏସସି) ତାଲିକାରେ ୧୯୫୦ ମସିହାରୁ ଥିଲେ । କୁଲି ଜାତିର ପେଶାଗତ କାର୍ଯ୍ୟ ହେଲା ଲୁଗା ବୁଣିବା, ସେମାନଙ୍କର ଆଦିବାସୀ ଭଲିଆ ବୈଶିଷ୍ଟତା ନାହିଁ । ଦଳିତ ଭଲିଆ ପ୍ରଥା ପରମ୍ପରା କୁଲି ଜାତିରେ ଅଛି । ସମସ୍ତ କୁଲି ଜାତୀ କପଡ଼ା ବ୍ୟବସାୟୀ ହୋଇଥିବାରୁ ଧନୀ ଅଟନ୍ତି । ୧୯୫୦ମସିହାରେ ଆଦିବାସୀ ତାଲିକାରେ କୁଲିଆ ଜାତୀ ରହିଥିଲା । କୁଲି ଜାତୀ ୧୯୫୦ ମସିହାରେ ଏସସି ତାଲିକାରେ ୯୫ (ଖ)ରେ ସ୍ଥାନ ପାଇଥିଲା । କୁଲି ଜାତୀର ଲୋକମାନେ ଏସସି ଜାତି ପ୍ରମାଣପତ୍ର ହାସଲ କରି ଏସସି କୋଟାରେ ସଂରକ୍ଷଣ ସୁବିଧା ପାଉଥିଲେ । ପରେ କେମିତି କୁଲି ଜାତୀ କୁଲିସ ଜାତୀରେ ପରିଣତ ହେଲା ଓ କୁଲିଆ ଜାତି କିପରି ଏସଟି ତାଲିକାରୁ ବାଦ ପଡ଼ିଲା ବୋଲି ପ୍ରଶ୍ନ କରିଥିଲେ । ରାଜ୍ୟ ସରକାର ଉଭୟ କୁଲି ଓ କୁଲିସ ଜାତୀକୁ ଆଦିବାସୀ ତାଲିକାରୁ ବାଦ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଠାରେ ୧୯୮୧ ମସିହାରେ ସୁପାରିସ କରିଥିଲେ । ଏଥିସହ ରାଜ୍ୟ ସରକାର କୁଲି କୁଲିସ ଜାତୀ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ମକଦ୍ଧମା ଦାୟର କରିଥିଲେ । ଆଦିବାସୀ ସଂଘ ମଧ୍ୟ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ତଥାପି ସୁପ୍ରମକୋର୍ଟ କୁଲିକୁଲିସ ଜାତୀକୁ ଆଦିବାସୀ ତାଲିକାରେ ସାମିଲ କରିବାକୁ ରାୟ ଦେବା ପରିତାପର ବିଷୟ ବୋଲି ଆଦିବାସୀ ନେତା ଗର୍ଜିବା ସହ କୁଲିକୁଲିସ ଜାତୀକୁ ଆଦିବାସୀ ତାଲିକାରୁ ବାଦ ଦେବା ପାଇଁ ସୁପ୍ରିମ କୋର୍ଟରେ ରାଜ୍ୟ ସରକାର ରିଭୁ୍ୟ ପିଟିସନ ଦାୟର କରନ୍ତୁ ବୋଲି ଦାବି ଜଣାଇଥିଲେ । ପରେ ଏସମ୍ପର୍କୀତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲ୍ଲାପାଳ ଦେବାଶୀଷ ସାମଲକୁ ପ୍ରଦାନ କରିଥିଲେ ।  ସ୍ମାରକପତ୍ର ଗ୍ରହଣ କରି ଯଥାବିଧି ଏହା ପଠାଇ ଦିଆଯିବ ବୋଲି ପ୍ରତିଶୃତି ଦେବାରୁ ଆନେ୍ଦାଳନ ପ୍ରତ୍ୟାହାର ହୋଇଥିଲା । ହେଲେ ଦାବି ପ୍ରତି ବିଚାର କରାନଗଲେ ରାଜ୍ୟବ୍ୟାପି ଆନେ୍ଦାଳନ କରାଯିବ ବୋଲି ଆଦିବାସୀ ନେତୃବୃନ୍ଦ ଚେତାବନୀ ଦେଇଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ସଂଗଠକ ସୁରେଶ ଭୋଇ, ନାରୀ ନେତ୍ରୀ ବନଲତା ମାଝୀ, ଇନ୍ଦ୍ରମଣି ମାଝୀ, ବ୍ଲକ ସଂଗଠକ ଘାସିରାମ ମାଝୀ, ନିତ୍ୟା ମାଝୀ, ରୁମାଞ୍ଚଲ ମାଝୀ, ରବିନ୍ଦ୍ର ମାଝୀ, ପୁର୍ଣ୍ଣଚନ୍ଦ୍ର ମାଝୀ, ଦଶରଥ ମାଝୀ, ସୁବାସ ମାଝୀ, ତ୍ରୀବନ ମାଝୀ, ପରମାନନ୍ଦ ମାଝୀ, ଅନାଦୀ ମାଝୀ, ରାମେଶ୍ୱର ମାଝୀ, ଅଚୁ୍ୟତ ମାଝୀ, ଶିବ ଜାନୀ, ଉଦ୍ଧବ ମାଝୀ, ଭରତ ମାଝୀ, ଧର୍ମୁସିଂ ମାଝୀ, ଚୈତନ୍ୟ ମାଜୀ, ବନସିଂ ପ୍ରଧାନୀ, ଲଳିତା ମାଝୀ, କନକ ମାଝୀ, ପତରଙ୍ଗୀ ମାଝୀ, ଭୁବନ ମାଝୀ, ପରମ ମାଝୀଙ୍କ ସମେତ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଆନେ୍ଦାଳନରେ ସାମିଲ ହୋଇଥିଲେ । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏସଡିପିଓ ସରୋଜ କୁମାର ମହାପାତ୍ର, ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ଙ୍କ ସମେତ ବ୍ୟାପକ ପୁଲିସ ମୃତୟନ ହୋଇ ରହିଥିଲେ ।

0
0
0
s2sdefault