ହେଡଲାଇନସ୍:

ଇନ୍ଦିରା ଆବାସ ପାଇବି ପାଇନାହାନ୍ତି ୧୧ ଜଣ ହିତାଧିକାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅର୍ଥ ଆତ୍ମସାତ କରିଥିବା ସରପଂଚ କୁଆଡେ ଏବେ ବ୍ଲକ ଅଧ୍ୟକ୍ଷ

ରାଉରକେଲା/ସୁଶାନ୍ତ ବେହେରା :ସରକାର ପରେ ସରକାର ବଦଳି ଚାଲିଛି  । ସେପଟେ ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ଗୁଡିକର ଡିଣ୍ତିମ ପିଟାଚାଲିଛି । ହେଲେ ହୋଇ ପାରୁନି ଗ୍ରାମାଞ୍ଚଳର ବିକାଶ l ଯୋଜନା କେବଳ ନେତା ଓ ସରକାରୀ ବାବୁମାନଙ୍କ ନାଲି ଫିତା ତଳେ ବନ୍ଧା ହୋଇ ପଡି ରହୁଛିି, ବିକାଶ ଗତିଶୀଳ ହେଉଛି ସେମାନଙ୍କ ମର୍ଜିରେ । ସରକାରୀ ଯୋଜନା କେବଳ କାଗଜ ଓ କଲମରେ ହିଁ ସୀମିତ ରହିଯାଉଛି l ଅନଗ୍ରସର ଅନୁନ୍ନତ ବଣ ପାହାଡ ଘେରା ସୁନ୍ଦରଗଡ ଜିଲ୍ଲାର ଅନେକ ଅଞ୍ଚଳରେ ସରକାରୀ ଯୋଜନା ଅପହଞ୍ଚ ହୋଇ ପଡିଥିବା ବେଳେ ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡ ଲହୁଣୀପଡା ବ୍ଲକର ହଳଦୀକୂଦର ଗ୍ରାମ ପଞ୍ଚାୟତର ସାନଜଲ ଗ୍ରାମର ୧୧ ପରିବାରର ଲୋକେ ଇନ୍ଦିରା ଆବାସ ଯୋଜନାରେ ଘର ପାଇ ମଧ୍ୟ ଜିନ୍ନଶିନ୍ନ ହୋଇପଡିଛନ୍ତି । କାହା ଘର ଛପର ବର୍ଷା ଦାଉରୁ ସୁରକ୍ଷା ପ୍ରଦାନ କରିବାକୁ ଅସମର୍ଥ ଥିବାବେଳେ , ଆଉ କିଏ ବାସହରା ହୋଇ ଦୟନୀୟ ଭାବେ ସମ୍ପର୍କୀୟ ଘରକୁ ବାସସ୍ଥଳୀ ବାଛିଛନ୍ତି । ଇନ୍ଦିରା ଆବାସ ଯୋଜନା ପାଇଥିବା ଦର୍ଷାଯାଇଛି ସତ ମାତ୍ର ଟଙ୍କା ହିତାଧିକାରୀଙ୍କ ନିମିତ୍ତ ଉପଯୋଗ କରାନଯାଇ ସମ୍ପୁର୍ଣ୍ଣ ରୂପେ ଧୂଳିସାତ୍ କରାଯାଇଛି । ହେଲେ ଲୋକଙ୍କ ଅଭିଯୋଗ  ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟକୁ  ଟଙ୍କା ଗଲା ସତ ମାତ୍ର ଘର ତିଆରି ନାଁରେ ଖାଇଗଲେ ଲୋକପ୍ରତିନିଧି ହୋଇଥିବା ସରପଞ୍ଚ। ଇନ୍ଦିରା ଆବାସ ଯୋଜନା ୨୦୦୫-୬ ,୨୦୦୭-୮ ଏବଂ ୨୦୧୨-୧୩ ବର୍ଷ ରେ  ୧୧ ଜଣ ହିତାଧିକାରୀଙ୍କ ନିମନ୍ତେ ଇନ୍ଦିରା ଅାବାସ ଯୋଜନାରେ ପକ୍କା ଘର ଚୟନ ହୋଇଥିଲା ଏବଂ ତାଙ୍କୁ ୱାର୍କ ଅର୍ଡର  ମଧ୍ୟ ଦିଆଯାଇ ଥିଲା କିନ୍ତୁ ସ୍ଥାନୀୟ ସରପଞ୍ଚ ନିଜେ ଘର ତିଆରି କରିଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ବ୍ୟାଙ୍କ  ପାସ୍ ବୁକ୍ ସାଙ୍ଗକୁ ୱାର୍କ ଅର୍ଡର କୁ ମଧ୍ୟ ନିଜ ଅକ୍ତିଆରକୁ ନେଇ ଟଙ୍କା ଉଠାଣ ଫର୍ମରେ ସେମାନଙ୍କ ଦସ୍ତଖତ କରାଇ ଟଙ୍କା ସବୁକୁ ଆତ୍ମସାତ କରିଛନ୍ତି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି  l  ଦୀର୍ଘ ୮/୧୦ ବର୍ଷ ହେବ ସେମାନଙ୍କୁ ଘରତିଆରୀ କରିିଦେବାର ପ୍ରଲୋଭନ ଦେଖାଇ ଭୁଆଁ ବୁଲାଉ ଥିବା ହିତାଧିକାରୀଙ୍କ ପରିବାରଙ୍କ ପକ୍ଷରୁ ଅଭିଯୋଗ କରିଛନ୍ତି। ତେବେ ଏନେଇ ୧୧ ଜଣ ହିତାଧିକାରୀ ଗତ ୦୪/୦୯/୧୮ ତାରିଖ  ବଣେଇ ଉପଜିଲ୍ଲାପାଳ ଓ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ  ହୋଇ ଅଭିଯୋଗ କରିଛନ୍ତି ।  ଇନ୍ଦିରା ଆବାସ ଟଙ୍କା ହଡପ ହେବା ନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି ଲହୁଣୀପଡା ବ୍ଲକର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ ପଣ୍ଡା । କିନ୍ତୁ ଅର୍ଦ୍ଧନିର୍ମିତ  ସରକାରୀ ଗୃହ ଗୁଡିକୁ ଆଖି ଆଗରେ ରଖି କିପରି ବିଲ୍ ପାସ୍ କରାଗଲା ? ଓ କିଏ ବିଲ୍ ପାସ୍ କଲା ତାହା ହିଁ ସନ୍ଦେହଜନକ l ଏଥିରୁ ସ୍ପଷ୍ଟ ଯେ ସରପଞ୍ଚ ବାବୁ ଜଣକ ଓ ସରକାରୀ କର୍ମଚାରୀ ଗଣ ମିଳି ମିଶି ୧୧ ଜଣ ହିତାଧିକାରୀ ଙ୍କ ଘର ଟଙ୍କାକୁ ଆତ୍ମସାତ କରିଛନ୍ତି l  , ୧୧ ଜଣ ହିତାଧିକାରୀ ଙ୍କ ଘର ଟଙ୍କାକୁ ସରପଞ୍ଚ ଓ ସରକାରୀ ବାବୁ ଗଣ ମିଳି ମିଶି ଆତ୍ମସାତ କରିବା ଏବଂ ଘର ତିଆରି ଅଧୁରା ରଖିବା ଘଟଣା ଅଧିକ ଯନ୍ତ୍ରଣା ବୋଧ ହୁଏ l ତେବେ ଏ ନେଇ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

0
0
0
s2sdefault