ହେଡଲାଇନସ୍:

କାଡୁତାଙ୍ଗ୍ ଓ ଡିଙ୍ଗିଣି ଗ୍ରାମ ପ୍ରତି ପ୍ରଶାସନର ସାବତ ପୁଅ ଆଚରଣ : ବିକାଶର ଧାସ ବାଜୁନି ଏଇ ଦୁଇ ଗାଁକୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସିଦ୍ଧାର୍ଥ ଦାଶଙ୍କ ରିପୋର୍ଟ : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ କୁଲୁସିଂ ପଞ୍ଚାୟତ ର କାଡୁତାଙ୍ଗ୍ ଓ ଡିଙ୍ଗିଣି ଗ୍ରାମ ଗୁଣପୁର ସଦର ଠାରୁ ୨୫ କିଲୋମିଟର ଦୂର ରେ ଅବସ୍ଥିତ । ଏଠାରେ ସମସ୍ତ ସରକାରୀ ଯୋଜନା ଅପହଞ୍ଚ । ଯାତାୟତ ନିମନ୍ତେ ରାସ୍ତାଘାଟର ସୁବିଧା ନାହିଁ । ସରକାରଙ୍କ ପକ୍ଷରୁ ଗତ ୫ ବର୍ଷ ତଳେ ଏଠାରେ ନିର୍ମାଣ କରାଯାଇଥିବା ସ୍ବାସ୍ଥ୍ୟ କେନ୍ଦ୍ର ବର୍ତ୍ତମାନ ଯାଏଁ କାର୍ଯ୍ୟକ୍ଷମ ନହୋଇ ପଡିରହି ଆସ୍ତେ ଆସ୍ତେ ବଣବୁଦାର ପରିବେଷ୍ଟନି ମଧ୍ୟରେ ଲୁଚିଯିବାକୁ ବସିଲାଣି | ଏପରିକି ଏହି ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟରେ ଶ୍ରମଦାନ କରିଥିବା ଶ୍ରମିକ ଙ୍କ ମଜୁରି ଏଯାବତ୍ ପାଇପାରିନଥିବା ମଜୁରିଆ ଅଭିଯୋଗ କରିଛନ୍ତି ।/ରାସ୍ତାଘାଟ ର ସୁବିଧା ନଥିବା ରୁ ଏଠାକୁ ଆବଶ୍ୟକ ବେଳେ ଆମ୍ବୁଲେନ୍ସ ଆସିପାରୁନାହିଁ । ପ୍ରସୂତି ମା ଙ୍କୁ ଏଠାରୁ ନେବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ସୁବିଧା କରାଯାଉନଥିବା ସ୍ଥାନୀୟ ମହିଳା ଅଭିଯୋଗ କରିଛନ୍ତି । ନିଜ ପକ୍ଷରୁ କୌଣସି ଗାଡିର ବ୍ୟବସ୍ଥା କରି ହସ୍ପିଟାଲ୍ କୁ ଯିବା ପରେ ବି କତ୍ତୃପକ୍ଷ ଗାଡି ଭଡା ଦେଉନଥିବା ପ୍ରକାଶ କରିଛନ୍ତି । ଏଠାରେ ସରକାରଙ୍କ ପକ୍ଷରୁ ପ୍ରାଣୀ ଚିକିତ୍ସା ନିମନ୍ତେ କେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ କୌଣସି କର୍ମଚାରୀ ଆସୁନଥିବାରୁ ଏହା ବନ୍ଦ ହୋଇ ପଡି ରହିଥିବା ଅଭିଯୋଗ ହେଉଛି ଫଳରେ ସ୍ଥାନୀୟ ଚାଷୀ କୂଳ ନାହିଁ ନଥିବା ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି ।

ଏହି ୨ ଗ୍ରାମ ଯଥା କାଡୁତାଙ୍ଗ୍ ଓ ଡିଙ୍ଗିଣି ରେ ୨୫୦ ରୁ ଉର୍ଦ୍ଧ ଲୋକ ବସ ବାସ କରୁଥିବା ସତ୍ବେ ସରକାରଙ୍କ ପକ୍ଷରୁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କା ଘର ଯୋଜନା , ଇନ୍ଦିରା ଆବାସ ଯୋଜନା ଭଳି ସରକାରି ଯୋଜନାର ସୁବିଧା ଏହି ଅଞ୍ଚଳବାସୀ ପାଇ ନଥିବା କହିଛନ୍ତି । ଏହି ସମସ୍ୟା ଗୁଡିକୁ ନେଇ ଦୀର୍ଘଦିନ ହେବ ଗୁଣପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ଦେବୀ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ସମସ୍ୟା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଲାପରେ ମଧ୍ୟ ବିଭାଗୀୟ କତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି । ଏଣୁ ଏ ନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଅନିର୍ବାର୍ଯ୍ୟ ହୋଇପଡିଛି |

0
0
0
s2sdefault