ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ  ତରଫରୁ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଏବଂ ମାନ୍ୟବର ଜିଲ୍ଲା ଦୌରା ଜଜ୍‍-ତଥା -ପ୍ରାଧିକରଣ  ଅଧ୍ୟକ୍ଷ ଶ୍ରୀ ଦୁର୍ଗା ଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଏସିଡ୍‍ ଆକ୍ରମଣକାରୀ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଦୌରା ଜଜ୍‍ ତଥା ପ୍ରାଧúକରଣ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ଶଙ୍କର ମିଶ୍ର ଯୋଗ ଦେଇ ଏସିଡ୍‍ ପୀଡିତାଙ୍କ ପାଇଁ ରହିଥିବା ଆଇନ ସେବା ଓ ଥଇଥାନ ଯୋଜନା ୨୦୧୬, ଯୌତୁକ ପ୍ରଥା ଏବଂ ଜିଲ୍ଲା ଆଇନ ସେବା ପ୍ରାଧúକରଣ ତରଫରୁ ମହିଳା ମାନଙ୍କ ପାଇଁ ରହିଥିବା ମୁକ୍ତ ଆଇନ ସେବା ବିଷୟରେ ଉପସ୍ଥିତ ରହିଥିବା ଛାତ୍ରୀମାନଙ୍କୁ ସେଚତନ କରାଇଥିଲେ । ଶିଶୁ କନ୍ୟାର ମହତ୍ୱ ଏବଂ ବେଆଇନ ଲିଙ୍ଗ ନିରୂପଣ ତଥା କନ୍ୟାଭୃଣ ଇତ୍ୟାଦି ବିଷୟରେ ବିଶେଷ ଭାବରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ  ପ୍ରାଧିକରଣ  ସମ୍ପାଦିକା କୁମାରୀ ଦୀପାଦାସ ଯୋଗଦେଇ ଏସିଡ୍‍ ଆକ୍ରମଣର ଶୀକାର ହୋଇଥିବା ପୀଡିତାଙ୍କ ପାଇଁ କ୍ଷତିପୁରଣ ରାଶି, ଆଇପିସିର ବିଭିନ୍ନ ଆଇନ ଏବଂ  ପ୍ରାଧିକରଣ  ତରଫରୁ ମିଳୁଥିବା ବିଭିନ୍ନ ମାଗଣା ଆଇନ ସେବା ବିଷୟରେ ସେଚତନ କରାଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା କୋର୍ଟର ରେଜିଷ୍ଟାର ସର୍ବେଶର ଦାସ, ଡକ୍‍ଟର ଶ୍ରୀ ସରୋଜ କୁମାର ମିଶ୍ର, ଶଲ୍ୟ ବିଶେଷଜ୍ଞ ଓ ନେତ୍ରାନନ୍ଦ ଶତପଥୀ, ଅତିରିକ୍ତ ଜିଲ୍ଲା ଲୋକ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗଜପତି ଏବଂ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅରୁଣା କୁମାରୀ ସାମଲ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାଧúକରଣର କର୍ମଚାରୀମାନେ ପରିଚାଳନା କରିଥିଲେ ।

0
0
0
s2sdefault