ହେଡଲାଇନସ୍:

 କଳିଙ୍ଗ ସାମ୍ବାଦିକ ସଙ୍ଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଓ ପଦଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା/ସିଦ୍ଧାର୍ଥ ଦାଶ  : ରାୟଗଡା ଜିଲ୍ଲା ଗୁଣପୁର ଠାରେ କଳିଙ୍ଗ ସାମ୍ବାଦିକ ସଙ୍ଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଂଘ ର କାର୍ଯ୍ୟକାରୀ ସଭାପତି ତଥା ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ନେତୃତ୍ୱ ରେ ହୋଇଥିବା ଏହି ଧାରଣା ଓ ପଦଯାତ୍ରା ରେ ସଂଘ ର ଉପଦେଷ୍ଟା ଶ୍ରୀ ଇନ୍ଦ୍ରାକ୍ଷୀ ଦାଶ , ସଂଘ ର ଆଇନପରାମର୍ଶ ଦାତା ତଥା ସାମ୍ବାଦିକ ଶ୍ରୀ ଗୌରୀ ଶଙ୍କର ଦାଶ ,ସଂଘ ଉପଦେଷ୍ଟା ଶ୍ରୀ କାଳୀ ଶଙ୍କର ରଥ , ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ସୁମନ ସାହୁକାର , ସଂଘ କୋଷାଧକ୍ଷ ଶ୍ରୀ ସନ୍ତୋଷ କୁମାର ଗୁରୁ , ସଦସ୍ୟ  ସିଦ୍ଧାର୍ଥ ଦାଶ ,ସନ୍ତୋଷ ସୁବୁଦ୍ଧି , ରାମ ମହାନ୍ତି , ମାଧବ ବିଡିକା , ଜଗବନ୍ଧୁ ଲିମା ପ୍ରମୁଖ ଉପସ୍ଥିତ ରହିଥିଲେ । ପୁରୀ ଠାରେ ସାମ୍ବାଦିକ ଙ୍କୁ ହୋଇଥିବା ଆକ୍ରମଣ କୁ ବିରୋଧ କରି ନିନ୍ଦା ପ୍ରକାଶ କରାଯାଇଛି ।

ଏହି ଅବସର ରେ ୩ ଦଫା ଦାବି ତଥା ସାମ୍ବାଦିକ ଙ୍କୁ ସୁରକ୍ଷା , ଗୁଣପୁର ଉପଖଣ୍ଡ ରେ ଥିବା ସମସ୍ତ ସାମ୍ବାଦିକ ଙ୍କୁ ସରକାରୀ ସ୍ଥର ରେ ତାଲିକା ଭୁକ୍ତ କରିବା ଓ ସମସ୍ତ ସାମ୍ବାଦିକ ଙ୍କୁ ବସ ଏବଂ ରେଳ ରେ ପାସ ବ୍ୟବସ୍ତା ନିମନ୍ତେ  ଦାବି ସମୂହ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଉପଜିଲ୍ଲାପାଳ ଙ୍କ ଜରିଆ ରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।  ଏହି ୩ ଦଫା ଦାବି ର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନ ରେ ସଂଘ ରାଜରାସ୍ତା କୁ ଓଲ୍ହାଇବ ବୋଲି ସଂଘ ର କାର୍ଯ୍ୟକାରୀ ସଭାପତି ଶ୍ରୀ ଶକ୍ତି ଦାଶ ଓ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ସୁମନ ସାହୁକାର ସୂଚନା ଦେଇଥିଲେ ।

0
0
0
s2sdefault