ଗୁଣୁପୁରରେ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ : ହିତାଧିକାରୀ ଙ୍କୁ ଚାଉଳ ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

( ଗୁଣପୁର ରୁ ସିଦ୍ଧାର୍ଥ ଦାଶ): ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଓଡିଶା ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାକୁ ଗାନ୍ଧି ଜୟନ୍ତୀ ଦିନ ଲୋକାର୍ପଣ କରିଥିଲେ । ଏଥି ନିମନ୍ତେ ଗୁଣପୁର ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏଥିରେ ଗୁଣପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ , ସମ୍ମାନିତ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ଦେବୀ , ଜିଲ୍ଲାପରିଷଦ କ ର ସଭ୍ୟ ଶ୍ରୀ ଅଶ୍ୱିନ ଗମାଙ୍ଗ , ଜିଲ୍ଲାପରିଷଦ ଖ ର ସଭ୍ୟା ସୁଶ୍ରୀ ଲକ୍ଷ୍ମୀ ଶବର , ବ୍ଲକ ଉପାଧକ୍ଷ ଏସୋ ଶବର , ବ୍ଲକର ଏ ଇ ଶ୍ରୀ ଦୁର୍ଯ୍ୟଧନ ଯାନୀ ଉପସ୍ଥିତ ରହିଥିଲେ । ଏହି ଅବସର ରେ ହିତାଧିକାରୀ ଙ୍କୁ ଖାଉଟି କାର୍ଡ ବଣ୍ଟନ କରିବା ସହ , ଗୁଣପୁର ବ୍ଲକ ଅନ୍ତର୍ଗତ ୧୮ ଗୋଟି ପଞ୍ଚାୟତ ର ସମୁଦାୟ ୯୦ ଜଣ ହିତାଧିକାରୀ ଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା । ପରିଶେଷ ରେ ଶ୍ରୀମତୀ ଗାୟତ୍ରୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault