ହେଡଲାଇନସ୍:

ମେଡିକାଲ କଲେଜ ଦାବୀରେ ସର୍ବଦଳୀୟ ଗଣ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ/ Satya Bhusan Swami ,: ଭଦ୍ରକରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା  ପାଇଁ ସର୍ବ ଦଳୀୟ କମିଟିର ନିଷ୍ପତ୍ତି କ୍ରମେ ଜିଲ୍ଲାର ସମସ୍ତ ବ୍ଲକ ଆଗରେ ଗଣ ଧାରଣା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ବ୍ଲକ ସ୍ତରୀୟ ଗଣଧାରଣା ପୁରୁଣା କଲେକ୍ଟୋରିଏଟ ଗେଟ ନିକଟରେ ଜିଲ୍ଲାସ୍ତରୀୟ ଗଣ ଧାରଣା ଅନୁଷ୍ଠିତ ହୋଇ ଯାଇଛି । ମେଡିକାଲ କଲେଜ ସଂଗ୍ରାମୀ ସେନାର ଆବାହକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରଥମେ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ଗଣଧାରଣା କାର୍ଯ୍ୟକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ସମାଜସେବୀ ସୁଧାକର ରାଉତ ସଂଯୋଜନା କରି ଭଦ୍ରକ ଜିଲ୍ଲଶରେ ମେଡଇକାଲ କଲେଜର ଆବଶ୍ୟକତା, ଭିତ୍ତିଭୂମି, ପଡୋଶୀ ଜିଲ୍ଲା ରୋଗୀଙ୍କ ନିର୍ଭରତା, ବର୍ତ୍ତମାନ ଜିଲ୍ଲା ଚିକିତ୍ସାଳୟର ଅବସ୍ଥା ଓ ମେଡିକାଲ କଲେଜ ସ୍ଥାପନ ପାଇଁ ଦଳମତ ନିର୍ବିଶେଷରେ ଭଦ୍ରକବାସୀ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ହରେକୃଷ୍ଣ ନାୟକ, ଶାନ୍ତନୁ କୁମାର ରାଉତ, ଡା. ରବିନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ ନରେନ ପଲେଇ, ବିଜେପି ନେତା ଡା. ପ୍ରଦିପ ନାୟକ, ଡ. ରାଧାରାଣୀ ମହାପାତ୍ର, ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ, ବାମପନ୍ଥୀ ନେତା ଦିବ୍ୟସିଂହ ନାୟକ, ଅବଦୁଲ ମୁକିତ ଖାଁ, ଦେବେନ୍ଦ୍ର ମହାନ୍ତି, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ, କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ଚଉଦମହଲା ମୁସ୍ଲିମ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରି, ବୈଲୋଚନ ବେହୁରିଆ, ଭଗତସେନା ଆବାହକ ସୀତାଂଶୁ ମହାପାତ୍ର, କୈଳାସ ଜେନା, ସୁହାନା କାଦ୍ରୀ, ଅସରଫ ଅଲ୍ଲୀ ଖାଁ, ଅଧ୍ୟାପକ ରବିନ୍ଦ୍ର ବେହୁରିଆ ପ୍ରମିଳ ପଣ୍ଡା, ଶିବପ୍ରସାଦ ମହାନ୍ତି, ବିଜେପି ନେତା ଅମ୍ବିକା ଦାସ, ରଞ୍ଜନ ସ୍ୱାଇଁ, ଜଗବନ୍ଧୁ ନାୟକ, କଂଗ୍ରେସ ଯୁବନେତା ମନୋଜ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ମେଡିକାଲ କଲେଜ ପ୍ରତିଷ୍ଠା  ପାଇଁ ଦାବୀ କରିଥିଲେ ।

0
0
0
s2sdefault