ହେଡଲାଇନସ୍:

ଓଡିଆ ଜନଜୀବନର ମୂଳ ପୁଂଜି ପ୍ରାଚୁର୍ଯ୍ୟ ବା ଧନ ସମ୍ପଦ ନୁହେଁ ବରଂ ଜ୍ଞାନ, ଶିକ୍ଷା ଓ ସଂସ୍କାର – ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଓଡିଶାର ଭବିଷ୍ୟତ ପୀଢୀକୁ ଗଢିବା ପାଇଁ ନୂଆ କରି ଚିନ୍ତା କରିବାର ସମୟ ଆସିଛି"

 କଟକ  - ଓଡିଆ ଜନଜୀବନର ମୂଳ ପୁଂଜି ପ୍ରାଚୁର୍ଯ୍ୟ ବା ଧନ ସମ୍ପଦ ନୁହେଁ ବରଂ ଜ୍ଞାନ, ଶିକ୍ଷା ଓ ସଂସ୍କାରକୁ ଓଡିଶା ଅଗ୍ରାଧିକାର ଦେଇଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୈନିକ ସମ୍ବାଦପତ୍ର ସମାଜର ୯୯ ତମପ୍ରତିଷ୍ଠା ଦିବସରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ପ୍ରତିବର୍ଷ ୮ ଲକ୍ଷ ପିଲା ୧୫ ବର୍ଷ ବୟସରୁ ଉପରକୁ ଯାଉଛନ୍ତିା ଅଧା ପିଲା ହାଇସ୍କୁଲ ପାଠପଢା ଶେଷ ପୂର୍ବରୁ ସ୍କୁଲ ଛାଡୁଛନ୍ତି । ଏଥି ପାଇଁ ସ୍କୁଲ ଛାଡୁ ନାହାନ୍ତି କାରଣ ସେମାନଙ୍କର ମେଧା ଶକ୍ତି ନାହିଁ । ପରିବାରର ଆର୍ଥିକ ସ୍ଥିତି ଭୌଗଳିକ ସ୍ଥିତି, ପାରିବାରିକ ଦାୟିତ୍ୱ ପାଠ ପଢି ଆଗକୁ ବଢିବା ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି । ଓଡିଶାରେ କୁପୋଷଣ ଏକ ବଡ ସମସ୍ୟା ଭାବରେ ମୁଣ୍ଡ ଟେକୁଛି । ଅଧା ଓଡିଆ ପିଲା ବୟସ ଅନୁସାରେ ଓଜନ ଓ ଉଚ୍ଚତାରେ କମ ହେଉଛନ୍ତି । ଓଜନ ଓ ଉଚ୍ଚତା କମ ହେଲେ ମାନସିକ ବିକାଶ ମଧ୍ୟ ହେବ ନାହିଁ ।

ସେ କହିଛନ୍ତି ଯେ ଆଉ ୧୮ ବର୍ଷ ପରେ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠନର ଶହେ ବର୍ଷ ପୂର୍ତି କରିବ । ଓଡିଶା ଆଗାମୀ ପୀଢୀ ଯେଉଁ ମାନେ ଆଗାମୀ ୬୦-୭୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଓ ସମାଜର ନେତୃତ୍ୱ ନେବେ ସେମାନଙ୍କ ଉପଯୁକ୍ତ ଦାୟିତ୍ୱ ନେବାର ଗୋଟିଏ ମାଧ୍ୟମ ସରକାର ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପଣ୍ଡିତ ଗୋପବନ୍ଧୁ ଦାସ ୧୯୧୯ ମସିହାରେ ସମାଜ ପ୍ରତିଷ୍ଠା  କରିବା ପରେ ୧୯୨୧ ମସିହାରେ ଏହାକୁ ଲୋକସେବକ ମଣ୍ଡଳକୁ ହସ୍ତାନ୍ତର କଲେ । ଏହାର ମୂଳରେ ଥିଲା ସମାଜକୁ ଏକ ରାଷ୍ଟ୍ରୀୟ ଅନୁଷ୍ଠାନ  ଭାବରେ ଗଢି ତୋଳିବା । ଚାରିଟି କଣ, ରିଲିଫ କଣ ଓଡିଶା ଜନଜୀବନକୁ ସମାଜ ହିଁ ଶିଖାଇଛି । ପଣ୍ଡିତ ଗୋପବନ୍ଧୁଙ୍କ ମୃତ୍ୟୁ ପରେ ମହାତ୍ମା ଗାନ୍ଧୀ ଓଡିଶା ଆସି ଗୋପବନ୍ଧୁଙ୍କ ପ୍ରତିମୂର୍ତିକୁ ଲୋକାର୍ପଣ କରିଥିଲେ ।୨୦୧୮ ମସିହା ସମାଜର ଶହେ ବର୍ଷ ପୂର୍ତି ପାଳନ ପାଇଁ ଉତ୍ସବ ଓ ଏହାର ୧୮ ବର୍ଷ ପରେ ଓଡିଶା ଗଠନର ଶହେ ବର୍ଷ ପୂର୍ତି ଓଡିଶାର ଭବିଷ୍ୟତ ପୀଢୀକୁ ଗଢିବା ପାଇଁ ଏହି ଅବସରରେ ନୂଆ କରି ଚିନ୍ତା କରିବାର ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault