ହେଡଲାଇନସ୍:

 ମହାତ୍ମାଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଟିଟିଲାଗଡ଼/Sunil Behera . ଟିଟିଲାଗଡ଼ ସ୍ଥାନୀୟ ପୈାରପରିଷଦ କଲ୍ୟାଣ ମଣ୍ଡପ ଠାରେ ସକାଳ ୯ଘଣ୍ଟା ସମୟରେ ମାହାତ୍ମାଗାନ୍ଧୀ ତଥା ଲାଲ୍ ବାହାଦୁର ଶାସ୍ତ୍ରୀଜୀଙ୍କ ପବିତ୍ର ଜନ୍ମତିଥି ୨୦୧୮ରେ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ,ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ସୁଧାକର ନାୟକ,ପୈାରପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ନାଗ ଓ ମୁଖ୍ୟ ବକ୍ତା ରୂପେ ଅଧ୍ୟକ୍ଷ ଡ଼ି.ଏ.ଭି କଲେଜ ଡ଼କ୍ଟର ଅଜାମ୍ବର ମଲ୍ଲ  ମଞ୍ଚାସିନଥିଲେ । ସଭା ଆରମ୍ଭ ପୁର୍ବରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଲ୍ପମାଲ୍ୟ ଅର୍ପଣ ସହ ପ୍ରଦିପ ପ୍ରଜ୍ଜଳନ କରିଥିଲେ । ସରସ୍ବତୀ  ଶିଶୁ ବିଦ୍ୟାମନ୍ଦିର ର ଛାତ୍ରୀ ଗାନ୍ଧୀ ଭଜନ ରଘୁପତି ରାଘବ ରାଜାରାମ ଗୀତ ଗାଇ ଥିଲେ । ସର୍ବ ଧର୍ମ ପ୍ରାଥନା ସଭାରେ ଆସିଥିବା ଖ୍ରୀଷ୍ଟିନଆନ ଧର୍ମର ଏ.କେ.ଛତ୍ରୀୟା,ହିନ୍ଦୁଧର୍ମର ବିଶ୍ୱରାମ ଠାକୁର ଓ ମୁସଲମାନ୍ ଧର୍ମର ମୈାଲାନା ଇମାମ ଏବଂ ଜୈନ ଧର୍ମର ଶ୍ରୀମତୀ ସୁମନ ଜୈନ ନିଜନିଜ ପ୍ରବିତ୍ର ଗ୍ରନ୍ଥରୁ ଅହିଂସା,ଭାତୃଭାବ,ସଦଭାବ ଓ ନୈତିକତା ଉପରେ ବିସେଶ ବକ୍ତବ୍ୟ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀମତି ଟୁକୁନି ସାହୁ ଉପସ୍ଥିତ ଭଦ୍ର ମଣ୍ଡଳୀକୁ ସ୍ୱାଗତ କରି ସମସ୍ତେ ଭାଇଚାରା ଭାବ ସହ ସମାଜର ସମସ୍ତ ବର୍ଗଙ୍କ ଉନ୍ନତି ଓ ସାପ୍ରଦାୟିକ ସଦଭାବ କୁ ପାଥେୟ କରି ଓଡ଼ିଶାର ସାମାଜିକ ବିକାଶ ପାଇଁ  ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଉପଜିଲ୍ଲାପାଳ ସୁଧାକର ନାୟକ ଏବଂ ପୈାରପରିଷଦ ଅଧ୍ୟକ୍ଷ ଗବର୍ଦ୍ଧନ ନାଗ  ଗାନ୍ଧୀ ଓ  ଶାସ୍ତ୍ରୀଜୀଙ୍କ  ଜୀବନ ଦର୍ଶନକୁ ନିଜ ଜୀବନର ଆଦର୍ଶ କରି ମୁଖ୍ୟସ୍ରୋତେରେ ସାମିଲ ହେବାକୁ ଅହ୍ୱାନ କରିଥିଲେ । ଡ଼କ୍ଟର ଅଜାମ୍ବର ମଲ୍ଲ ଗାନ୍ଧୀଙ୍କ ଦର୍ଶନ ଓ ଶାସ୍ତ୍ରୀଜୀଙ୍କ ନୈତିକତାର ବିଭିନ୍ନ ଉଦାହରଣ ଦେଇ ବେଦମନ୍ତ୍ରରେ ସମାଜ କଲ୍ୟାଣ ପାଇଁ ଉଦିଷ୍ଟ ବାଣୀକୁ ପରିବେଷଣ କରିଥିଲେ । ଏହି ଅବସରରେ ସହରର ୬ଟି ୱାର୍ଡକୁ ଖୋଲା ଶୈାଚ ମୁକ୍ତ ୱାର୍ଡ ଭାବରେ ଘୋଷଣା କରି ପୈାର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଜଣାଇ ଥିଲେ । ସଭା ପରେ ଅତିଥି ମାନେ ସ୍ଥାନୀୟ ଏସସିଡି ଭିନ୍ନକ୍ଷମ ସେବା କେନ୍ଦ୍ର ପରିଦର୍ଶନ  କରି ଅନ୍ତୋବାସୀ ଛାତ୍ର ଛାତ୍ରୀ ମାନଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ । ଏହି ସଭାର ଆୟୋଜନ କରିଯାଇଥିଲା  ଓ ଉପଖଣ୍ଡ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ମନୋଜ କୁମାର ବେହେରା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।  ରାଜେନ୍ଦ୍ର ନାରାୟଣ ମିଶ୍ର,ପ୍ରଶାନ୍ତ ବେହେରା,ତ୍ରୀନାଥ ସରାଫ,ସୁଧିର ମିଶ୍ର,ଅଲେକ ଧଲ ବେହେରା,ସୁନିଲ ବେହେରା,ସମ୍ଭୁ ପ୍ରସାଦ ଗୋଏଲ,ପ୍ରମୋଦ କୁମାର ପାଲ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ,ଶିକ୍ଷକଶିକ୍ଷତ୍ରି  ପ୍ରମୁଖଙ୍କ ସହ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । 

0
0
0
s2sdefault