ହେଡଲାଇନସ୍:

 ସାମ୍ବାଦିକଙ୍କୁ ଆକ୍ରମଣର ନିନ୍ଦା : ସାମ୍ବାଦିକ ସୁରକ୍ଷା ଆଇନ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ଼(ସୁନୀଲ ବେହେରା) :  ଦିନକୁ  ଦିନ ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ବଢିଚାଲିଛି । ଦୁର୍ନିତ ଓ ଅନୈତିକ କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣିଲେ ପ୍ରତିହିଂସା ପରାୟଣ ହୋଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରଭାବଶାଳୀ ଓ ଅସାମାଜିକ ବ୍ୟକ୍ତି ମାନେ ନିଷ୍ଠୁର  ଭାବେ ଦମନ କରିବା ପାଇଁ ଚେଷ୍ଟା କରୁଛନ୍ତି । ଗଣତନ୍ତ୍ର ର ଚତୁର୍ଥସ୍ତମ୍ବ ର ଅଧିକାର ଓ ସୁରକ୍ଷା ପାଇଁ ଆଇନ ନ ଥିବାରୁ ବିପଦରେ ପଡି ସାମ୍ବାଦିକ ମାନେ ସମାଜ ପାଇଁ କାର୍ଯ୍ୟ କରୁଛନ୍ତି । ପୋଲିସ ମଧ୍ୟ ସାମ୍ବାଦିକ ମାନଙ୍କ କଣ୍ଠରୋଧ କରିବା ପାଇଁ ପ୍ରଭାବଶାଳୀ ଓ ଅସାମାଜିକ ବ୍ୟକ୍ତି ମାନଙ୍କୁ ସହଯୋଗ କରୁଛି । କିଛି ଦିନ ତଳେ ବାଲେଶ୍ୱରର ସୋରୋ ଓ ବାଲିଆପାଳରେ ବାହୁବଳି ରାଜନେତାଙ୍କ ଗୁଣ୍ଡାମାନଙ୍କ ଦ୍ୱାରା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ତଥା ପୁରୀରେ ସାମ୍ବାଦିକ ମାନଙ୍କ ଉପରେ ପୋଲିସର ବର୍ବରତା କୁ ଟିଟିଲାଗଡ଼ ସାମ୍ବାଦିକ ସଂଘ ତରଫରୁ ଦ୍ରୁଢ ନିନ୍ଦା କରାଯାଇଛି । ଆଜି ଟିଟିଲାଗଡ଼ରେ କର୍ତ୍ତବ୍ୟରତ ବୁଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ କଳାବ୍ୟାଚ ପରିଧାନ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାମ୍ବାଧିକ ଆକ୍ରମଣ କାରୀ ମାନଙ୍କୁ ଗିରଫ କରାଯିବା ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ ସମ୍ବଳୀତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ସୁଧାକର ନାୟକଙ୍କୁ ପ୍ରଦାନ କରିଥିଲେ । ଏହି ଆନ୍ଦୋଳନରେ ସଞ୍ଜୟ ବେହେରା,ଜଗଦୀଶ ଜୈନ,ମାନସ ଞ୍ଜେନ ମହାନ୍ତି,ସୁନିଲ ବେହେରା,ତୀର୍ଥଙ୍କର ପଟେଲ(ପପୁ),ସତ୍ୟବ୍ରତ ପଣ୍ଡା,ଅଶୋକ ତ୍ରିପାଠି,ପ୍ରକାଶ ଚନ୍ଦ୍ର ମହାରଣା,ସଞ୍ଜୟ ନାଏକ,ଜିତୁ ସାହୁ,ଦୀପକ ସମାଦ୍ଧାର,ଶିବ ପ୍ରସାଦ ପରିଡା,ଗୋପାଲ ଅଗ୍ରୱାଲ ଏବଂ ଇଶ୍ୱର ଚନ୍ଦ ଜୈନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।  

0
0
0
s2sdefault