ହେଡଲାଇନସ୍:

ରାଜବୋଡାସମ୍ବର ବ୍ଳକରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/nila deep : ରାଜବୋଡାସମ୍ବର କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ପ୍ରକୃତ ହିତାଧିକାରୀ ଚୟନ ଉପରେ ଗୁରୁତ୍ବାରୋପ କରିବା ସହିତ ବିଭିନ୍ନ ଯୋଜନାର ସୁଫଳ କିପରି ଜନସାଧାରଣ ପାଇପାରିବେ ତାଉପରେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।ସମ୍ମାନୀତ ଅତିଥି ଭାବରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକର ,ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ କୁମରମଣୀ ନାଏକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଏଲିଜା ମିଶ୍ର ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ପ୍ରାପ୍ତ ସୂଚନା ଅନୁଯାୟୀ ରାଜବୋଡାସମ୍ବର ପଞ୍ଚାୟତ ସମିତି ଅନ୍ତର୍ଗତ ବରିହାପାଲି ଗ୍ରାମ ପଞ୍ଚାୟତର ୫୬ଜଣ ହିତାଧିକାରୀ,ବୁଡାମାଳ ଗ୍ରାମ ପଞ୍ଚାୟତର ୯୫ଜଣ,ଚାରପାଲି ଗ୍ରାମ ପଞ୍ଚାୟତର ୬୯ଜଣ,ଦହିଗାଁ ଗ୍ରାମ ପଞ୍ଚାୟତର ୩୭ଜଣ ହିତାଧିକାରୀ,ଡଙ୍ଗାଘାଟ ଗ୍ରାମ ପଞ୍ଚାୟତର ୭୨ଜଣ,ଜ୍ଞାନ ଗ୍ରାମ ପଞ୍ଚାୟତର ୬୭ଜଣ,ଜମରତଲା ଗ୍ରାମ ପଞ୍ଚାୟତର ୨୦ଜଣ,ଲୋହାରପାଲି ଗ୍ରାମ ପଞ୍ଚାୟତର ୧୦୫ ଜଣ,ମହୁଲପାଲି ଗ୍ରାମ ପଞ୍ଚାୟତର ୬୦ଜଣ,ପଲସାପାଲି ଗ୍ରାମ ପଞ୍ଚାୟତର ୧୪୧ଜଣ,ପୁରେନା ଗ୍ରାମ ପଞ୍ଚାୟତର ୮୭ଜଣ ହିତାଧିକାରୀ ଏହିପରି ସର୍ବମୋଟ ୮୦୯ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା ।ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ବହିଦାର,ବିପିଇଓ ଶ୍ରୀଯୁକ୍ତ ଗିରିନ୍ଦ୍ର ସାହୁ ତଥା ବ୍ଳକ କର୍ମଚାରୀ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ଙ୍କ ସମେତ ହିତାଧିକାରୀ ମାନେ ଯୋଗଦେଇଥିଲେ ।

0
0
0
s2sdefault