ହେଡଲାଇନସ୍:

ଦଧୀଚିର ଚତୁର୍ଥ ବାର୍ଷିକରେ ସମ୍ମାନୀତ ସନାତନ ,କଳିଙ୍ଗନଗର ପାଇଁ ଗୈାରବ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଡୁବୁରି(ଶାସକ ପ୍ରଶାସକ) :କଳିଙ୍ଗନଗର ଶିଳ୍ପାଂଚଳସ୍ଥିତ ରଙ୍ଗାହୁଡି ଗ୍ରାମର ସ୍ୱର୍ଗତ ଯଦୁମଣି ମହାନ୍ତଙ୍କ ପୁଅ ସନାତନ ମହାନ୍ତ(୫୧)ଙ୍କୁ ଶନିବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଥିବା ମହୋତ୍ସବରେ  ଦଧୀଚି ସମ୍ମାନରେ ସମ୍ମାନୀତ କରାଯାଇଛି । ଶେଷ ପର୍ଯ୍ୟାୟରେ ସରକାରୀ ଦଳର ମୁଖ୍ୟସଚେତକ ଅମରପ୍ରସାଦ ଶତପଥୀ, ମଧୁସୂଦନ ପାଢୀ, ଡା. ପିକେ ମହାପାତ୍ର, ସୁରେଶ ଚନ୍ଦ୍ର ମନ୍ତ୍ରୀ  ପ୍ରମୁଖ ଦଧୀଚି ସମ୍ମାନ ପ୍ରଦାନ କରିଥିଲେ ।  ଆୟୋଜିତ ହୋଇଥିବା ଏହି ଉତ୍ସବରେ ଶରୀର ଓ ଅଙ୍ଗଦାତାଙ୍କ ରାଜ୍ୟସ୍ତରୀୟ ସର୍ବବୃହତ ସମାବେଶ କରାଯାଇଥିଲା । ଶ୍ରୀ ସନାତନ ଜଣେ ସମାଜସେବାକୁ ନିଜ ବୃତି ରୂପେ ନେଇ ବିଭିନ୍ନ ସଂଗଠନରେ କାର୍ଯ୍ୟ କରୁଛନ୍ତି । ଶରୀର ଦାନ ସଂପର୍କରେ ପ୍ରଥମେ ସମାଜସେବୀକା ଗୀତାଂଜଳୀ ମହାନ୍ତଙ୍କ ଠାରୁ ପରାମର୍ଶ ପାଇଥିଲେ । ଜଣେ ବ୍ୟକ୍ତି ମୃତଶରୀର ଦାନପରେ ପାଖାପାଖି ୫୦ଜଣ ରୋଗୀଙ୍କ ଚିକିତ୍ସା ରେ ଉପକୃତ ହୋଇପାରିଥାଆନ୍ତି ବୋଲି ପ୍ରେରଣା ମିଳିଥିଲା । ଏହା ଶୁଣିବାପରେ ଗତ ଜୁନମାସ ୮ତାରିଖଠାରୁ ଏସ୍ସିବି ମେଡିକାଲ କଟକକୁ ନିଜର ଶରୀର ଦାନ କରିଥିବା ଘୋଷଣା କରିଥିଲେ । ଏହି ପରିପେକ୍ଷୀରେ ଶନିବାର ତାଙ୍କୁ ସମ୍ମାନୀତ କରାଯାଇଛି । ସେ ତାଙ୍କ ଜୀବନକାଳ ମଧ୍ୟରେ ଏସ୍ସିବି ମେଡିକାଲ କଟକରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ୨୭ଥର ଏବଂ କଳିଙ୍ଗନଗର ଥାନାରେ ୨ଥର ମୋଟ ୨୯ଥର ରକ୍ତଦାନ କରିଥିବା କହିଛନ୍ତି । ଭଗବାନଙ୍କ କୃପାରୁ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଲେ ଆଗାମୀ ଦିନମାନଙ୍କରେ ମଧ୍ୟ ରକ୍ତଦାନ କରିବେ ବୋଲି ସଂକଳ୍ପ ନେଇଛନ୍ତି । ସନାତନ ଜଣେ ଉଚ୍ଚଶିକ୍ଷିତ ଅଟନ୍ତି । ସେ କଳାରେ ସ୍ନାତକ ହାସଲପରେ ବି.ଇଡି, ଏମ୍. ଇଡି, ଏମ୍ଏସ୍ଡବ୍ଲୁ, ଏଲ୍ଏଲ୍ବି ଆଦିରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି ।୧୯୯୨ମସିହାଠାରୁ ନିଜ ଗ୍ରାମରେ ଥିବା ରାଧାକୃଷ୍ଣ ଯୁବକ ସଂଘର ସାଧାରଣ ସଂପାଦକଭାବେ କାର୍ଯ୍ୟ କରିଆସୁଛନ୍ତି । ସେହିପରି ନିକଟରେ ଚକାଡୋଳା ହେଲ୍ପ ଲାଇନର ସାଧାରଣ ସଂପାଦକ ଭାବେ କାର୍ଯ୍ୟରତଥିବା ସୂଚନା ଦେଇଛନ୍ତି । ଚକାଡୋଳା ହେଲ୍ପ ଲାଇନ କୈାଶଳ ବିକାଶକେନ୍ଦ୍ର ଜରିଆରେ ନିଜେ ସମସ୍ତ ଦାୟୀତ୍ୱନେଇ ସିଲେଇ, ଧୁପକାଠୀ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀ  ଏବଂ ବେକାର ଯୁବକଯୁବତୀମାନଙ୍କୁ ମାଗଣାରେ ତାଲିମ ପ୍ରଦାନର ବ୍ୟବସ୍ଥା କରିଛନ୍ତି । ସେହିପରି ପୂର୍ବଦିନମାନଙ୍କରେ ଆର୍ଥିକ ସଂକଟରେ ପଡିଥିବା ରୋଗୀମାନଙ୍କୁ ସ୍ୱାସ୍ଥ୍ୟବୀମା କାର୍ଡ ଜରିଆରେ ମିଳୁଥିବା ସହାୟତା ଆଧାରରେ କିପରି ଚିକିତ୍ସା  ସେବା ପାଇବେ ସେ ଦିଗରେ ସାହାର୍ଯ୍ୟ କରିଥାଆନ୍ତି । ପରିବାର କହିଲେ ସେ ନିଜେ ତାଙ୍କ ପତ୍ନୀ ମାଳତୀ ମହାନ୍ତ, ଝିଅ ଅନ୍ନପୂର୍ଣ୍ଣା, ପୁଅ ଶେଖର କୁମାର । ବର୍ତମାନ ମଧ୍ୟ ସେ ସକାଳ ଓ ସଂଧ୍ୟାରେ ୨ଘଂଟା ଲେଖାଁଏ ପ୍ରାୟ ୩୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଟ୍ୟୁସନ  ସେବା ଯୋଗାଇଆସୁଛନ୍ତି । ଏହିଭଳୀ ମହତକାର୍ଯ୍ୟ ନିମନ୍ତେ ସେ ସାରା କଳିଙ୍ଗନଗର ସମେତ ଯାଜପୁର ଜିଲ୍ଲାକୁ ଗୈାରବାନ୍ୱିତ କରିଥିବାରୁ ଅଂଚଳବାସୀ ଅଭିନନ୍ଦନ ଜଣାଇବା ସହ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି ।  

0
0
0
s2sdefault