ହେଡଲାଇନସ୍:

 ଗାନ୍ଧୀ ପୁବ୍ଲିକ ସ୍କୂଲ ର ଛାତ୍ର ଛାତ୍ରୀ କେରଳ ବନ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ଦେଲେ  ୨୫,୦୦୦ଟଙ୍କାର ସହାୟତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ: ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ଗାନ୍ଧୀ ପୁବ୍ଲିକ ସ୍କୂଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୨୫,୦୦୦/- (ପଚିଶ ହାଜର ଟଙ୍କା) ର ଅର୍ଥରାଶି କେରଳ ବନ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟ ରେ ସହାୟତା ପ୍ରଦାନ କରାଯାଇଛି । ଏହି ସଂଗୃହିତ ଅର୍ଥ ରାଶି କୁ ଛାତ୍ର ଛାତ୍ରୀ ମାନେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଶ୍ରୀ ସୁଧୀର ଦାସ ଏବଂ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପଶ କୁମାର ଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ରାଜ୍ୟସଭା ସଦସ୍ୟ ଶ୍ରୀ ଏନ. ଭାସ୍କର ରାଓ , ବିଷମକଟକ ବିଧାୟକ ଶ୍ରୀ ଜଗନ୍ନାଥ ସାରକା , ଗାନ୍ଧୀ ପୁବ୍ଲିକ ସ୍କୂଲ ର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ ।ଛାତ୍ର ଛାତ୍ରୀ ଙ୍କ ଏହି ଉଦ୍ୟମକୁ ଗୁଣପୁର ଜନସାଧାରଣ ଙ୍କ ସହ ଗାନ୍ଧୀ ଗ୍ରୁପ ର ଉପାଧ୍ୟକ୍ଷ ଶ୍ରୀ ଜଗଦୀଶ ପଣ୍ଡା ଉଚ୍ଚ ପ୍ରଶଂସା କରିଥିଲେ ।

0
0
0
s2sdefault