ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଠାରେ ଅନୁଷ୍ଠିତ ଜିଲ୍ଲା ଓ.ୟୁ.ଡବ୍ଲୁ.ଯେ ସାମ୍ବାଦିକ ସଙ୍ଘ ର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଲା ଏପରି ଏକ ହୃଦୟ ସ୍ପର୍ଶି ମୁହୂର୍ତ୍ତ ଯାହାକୁ ନେଇ ଏବେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ଙ୍କ ମହଲ ରେ ଦେଖିବାକୁ ମିଳୁଛି ଅନେକ ଉତ୍ସାହ ଓ ଆକାଂକ୍ଷା| ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ଙ୍କୁ ସଙ୍ଘ ର ସଦସ୍ୟ ମାନଙ୍କ ପରିଚୟ ପ୍ରଦାନ କରିବା ବେଳକୁ ନନ୍ଦାହାଣ୍ଡି ବ୍ଲକ ସଦସ୍ୟ ଘାସିରାମ ହରିଜନ ଙ୍କ ନା କୁ ସଙ୍ଘ ର ସମ୍ପାଦକ ଅଶୋକ ସାହୁ କହୁଥିବା ବେଳେ ଘାସିରାମ ହରିଜନ ଉପାନ୍ତ ବ୍ଲକ ରୁ ସାଇକେଲ ଦେଇ ଦିନକୁ ପ୍ରାୟ ତିରିଶ ରୁ ଚାଳିଶ କିଲୋମିଟର ବୁଲି ବୁଲି ଅକ୍ଲାନ୍ତ ପରିଶ୍ରମ କରି ଲୋକଙ୍କ ସମସ୍ୟା ଭିତିକ ଖବର ପ୍ରକାଶ କରୁଛନ୍ତି | ଘାସିରାମ ହରିଜନ ଏକ ଆଦିବାସୀ ଯୁବା ହୋଇ ସାମ୍ବାଦିକତା କରିବାର ନିଶା ତାଙ୍କ ଠାରେ ଭରି ରହିଛି ସେ ଗ୍ରାମାଞ୍ଚଳ ର ଅନେକ ସମସ୍ୟା କୁ ଖବର ମାଧ୍ୟମରେ ପ୍ରଶାସନ ଆଗରେ ଉପସ୍ଥାପନା କରୁଛନ୍ତି ଯଦ୍ୱାରା କି ପ୍ରଶାସନ ସମସ୍ୟା କୁ ସମାଧାନ କରୁଛି ଓ ଅନେକ ଗ୍ରାମବାସୀ ଉପକୃତ ହେଉଛନ୍ତି | କଠିନ ପରିଶ୍ରମ କରି ଖରା ହଉ ବା ବର୍ଷା ସେ ଖବର ସଂଗ୍ରହ କରିବା ପାଇଁ ସାଇକେଲ ରେ ଯିବା କଥା ଶୁଣିବା ମାତ୍ରେ ଉପସ୍ଥିତ ଅତିଥି ମାନଙ୍କ ହୃଦୟ ସ୍ପର୍ଶ କରିଥିଲା ଏବଂ ସଙ୍ଗେ ସଙ୍ଗେ ମଂଚାସୀନ ଅତିଥି ତ୍ରିଲୋଚନ ଧାକଡ଼ ମଞ୍ଚ ରେ ଛିଡା ହୋଇ ଘାସିରାମ ହରିଜନ ଙ୍କୁ ସମସ୍ତ ଙ୍କ ସାମ୍ନା ରେ ଛିଡା ହେବାପାଇଁ କହିଥିଲେ ଏବଂ ସେ ନିଜ ଆଡୁ ଘାସିରାମ ଙ୍କୁ ଏଗାର ହଜାର ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଥିଲା | ସେହିପରି ମଂଚାସୀନ ଅତିଥି ହରିବନ୍ଧୁ ମାଝୀ ମଧ୍ୟ ଘାସିରାମ ହରିଜନ ଙ୍କୁ ଏଗାର ହଜାର ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଛି | କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମୋତିଗାଁ ସମିତି ସଭ୍ୟ ତ୍ରିଲୋଚନ ଧାକଡ଼ ଓ କୋଷାଗୁମୁଡା ପଂଚାୟତ ପୂର୍ବତନ ସରପଞ୍ଚ ହରିବନ୍ଧୁ ମାଝୀ ଙ୍କ ଦେଇଥିବା ପ୍ରତିଶୁତି ପାଇଁ ନବରଙ୍ଗପୁର ଜିଲ୍ଲା ଓ.ୟୁ.ଡବ୍ଲୁ.ଯେ ସାମ୍ବାଦିକ ସଙ୍ଘ ତରଫରୁ ଉଭୟ ଙ୍କୁ ଅଶେଷ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଥିଲା | କଠିନ ପରିଶ୍ରମ କରୁଥିବା ସାମ୍ବାଦିକ ମାନଙ୍କ ପାଇଁ ଏଭଳି ଉତ୍ସହା ଲାଗୁଛି ଜିଲ୍ଲା ରେ ପ୍ରଥମ ଥର ଦେଖିବାକୁ ମିଳିଛି ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର ଧରିଛି | ମୁଖ୍ୟତଃ ସାମ୍ବାଦିକ ହେଉଛନ୍ତି ଦେଶ ର ଚର୍ତୁଥ ସ୍ତମ୍ଭ ହେଲେ ଆଜିକାର ଦିନରେ ସାମ୍ବାଦିକ ମାନଙ୍କୁ ସବୁ ସ୍ଥାନ ରେ ଅଣଦେଖା କରାଯାଉଛି | ବିଭିନ୍ନ ସ୍ଥାନ ରେ ସାମ୍ବାଦିକ ମାନଙ୍କୁ ତୁଛ କରାଯାଉଛି | ଘାସିରାମ ହରିଜନ ଙ୍କ ଭଳି ଅନେକ ସାମ୍ବାଦିକ ଅଛନ୍ତି ଯେଉଁମାନେ ରାତିଦିନ କଠିନ ପରିଶ୍ରମ କରୁଛନ୍ତି କିନ୍ତୁ ପ୍ରଶାସନ ତରଫରୁ ସେମାନଙ୍କ ପାଇଁ କୌଣସି ଉତ୍ସାହ ରହୁନାହିଁ ଯଦ୍ୱାରା ସାମ୍ବାଦିକ ମାହଲ ରେ ଅସନ୍ତସ ରହୁଥିବା ଦେଖିବାକୁ ମିଳୁଛି | ଆଗାମୀ ଦଶହରା ଅଷ୍ଟମୀ ପୂଜା ଦିନ କୋଷାଗୁମୁଡା ସଦରମହକୁମା ଠାରେ ଘାସିରାମ ହରିଜନ ଙ୍କୁ ମୋଟ ବାଇଶି ହଜାର ଟଙ୍କା ପୁରସ୍କାର ଦେବା ପାଇଁ ତ୍ରିଲଚନ ଧାକଡ଼ ଓ ହରିବନ୍ଧୁ ମାଝୀ ସ୍ତିର କରିଛନ୍ତି | ନବରଙ୍ଗପୁର ଜିଲ୍ଲା ଓ.ୟୁ.ଡବ୍ଲୁ.ଯେ ସାମ୍ବାଦିକ ସଙ୍ଘ ର ଏକ ସଦସ୍ୟ ଙ୍କୁ ଏଭଳି ସମ୍ମାନ ମିଳିଥିବା ପାଇଁ ଆଜି ଜିଲ୍ଲା ର ସମସ୍ତ ସଦସ୍ୟ ଗୌରବ ଅନୁଭବ କରୁଥିବା ଦେଖିବାକୁ ମିଳୁଛି |
ରାଜ୍ୟ
ନବରଙ୍ଗପୁର ଜିଲ୍ଲା ଓ.ୟୁ.ଡବ୍ଲୁ.ଯେ ସାମ୍ବାଦିକ ସଙ୍ଘ ର ସଦସ୍ୟ ଘାସିରାମ ହରିଜନ ଙ୍କୁ ପୁରସ୍କୃତ କରିବେ ତ୍ରିଲଚନ ଧାକଡ଼ ଓ ହରିବନ୍ଧୁ ମାଝୀ!
- Hits: 277