ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ କତଲକୋଇଥା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ , ଜାଜପୁରର ଛାତ୍ର/ଛାତ୍ରୀ ମାନେ ୩୧ ତମ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ- ୨୦୨୩ ପାଇଁ ପ୍ରକଳ୍ପ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ଉଦ୍ଦେଶ୍ୟରେ ମୁଖ୍ୟ ବିଷୟ " ସ୍ୱାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥା କୁ ଜାଣିବା " ଓ ଉପବିଶୟ "ସ୍ୱାସ୍ଥ୍ୟ , ପୃଷ୍ଟି ଓ ସୁସ୍ଥତା ସକାଶେ ପ୍ରୋଶ୍ଚାହନ/ବିକାଶ ଦିଗରେ ପଦକ୍ଷେପ " ଉପରେ ଆଧାରିତ "ଜାଜପୁର ଗ୍ରାମରେ ଗୋ ପାଳନ ଉପରେ ସର୍ବେକ୍ଷଣ" କୁ ନେଇ ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ଦଳର ମୁଖ୍ୟ ଅନିତା ପ୍ରଧାନ , ଅଷ୍ଟମ ଶ୍ରେଣୀ ଛାତ୍ରୀ ଓ ସହଯୋଗୀ ଛାତ୍ର ନିରଞ୍ଜନ ପ୍ରଧାନ , ଅଷ୍ଟମ ଶ୍ରେଣୀ ସହାୟକ ଶିକ୍ଷୟତ୍ରୀ ନର୍ମଦା ଦେଇଙ୍କ ତତ୍ତ୍ଵାବଧନରେ ଜାଜପୁର ଗ୍ରାମ ବୁଲି ଗୋ ପାଳନ ର ସର୍ବେକ୍ଷଣ ଆରମ୍ଭ କରିଛନ୍ତି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକଙ୍କ ସୋହଯୋଗରେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି। ଆସନ୍ତା ୧୩.୧୦.୨୦୨୩ ତାରିଖ ରେ ବି ଏମ୍ ଉଚ୍ଚ ବିଦ୍ୟାଳୟ ଖାରାଡ ଠାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ। ଏହି ପ୍ରକଳ୍ପ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜ୍ଞାନ ପ୍ରଣାଳୀରେ ଆଞ୍ଚଳିକ ସମସ୍ୟା କୁ ସମାଧାନ କରି ଉନ୍ନତ ଗୋ ପାଳନ ଦ୍ଵାରା ଆର୍ଥିକ ଅବସ୍ଥା ର ଉନ୍ନତି କରିବା।
ରାଜ୍ୟ
୩୧ ତମ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ -୨୦୨୩ ପାଇଁ ପ୍ରକଳ୍ପ ପ୍ରସ୍ତୁତି
- Hits: 169