ହେଡଲାଇନସ୍:

ନାଲ୍କୋ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ : କାମାକ୍ଷା ନଗରରେ ପ୍ରତିଷ୍ଠା ହେବ ଆଲୁମିନିୟମ ଫଏଲ୍ ମ୍ୟାନୁଫାକ୍ଚରିଂ ୟୁନିଟ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(Girija shankar Dash): ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି ନାଲକୋ । ଏହି ଉପଲକ୍ଷେ ଭୁବନେଶ୍ୱରରେ କମ୍ପାନିର ସିଏମଡି ଡକ୍ଟର ତପନ କୁମାର ଚାନ୍ଦଙ୍କ ନେତୃତ୍ୱରେ ସ୍ଥାନୀୟ ନାଲକୋ ନଗରଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା, ପ୍ରଶାସକ, ସମାଜସେବୀ, କଳାକାର, ଅଭିନେତାଙ୍କ ସମେତ ଜାଭିୟର ଇନଷ୍ଟିଟ୍ୟୁଟ  ଅଫ୍ ମ୍ୟାନେଜମେଣ୍ଟ, କିଟ୍, କିସ୍, ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଆଇଆଇଟି ଏବଂ ବିଜିୟୁ ଅନୁଷ୍ଠାନ ଅଂଶ ଗ୍ରହଣ  କରିଥିଲେ । ପ୍ରବଳ ଉତ୍ସାହ  ମଧ୍ୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନାଲକୋର ସିଏମଡି  ଡକ୍ଟର୍ ଚାନ୍ଦ ପ୍ଲାଷ୍ଟିକର ବିକଳ୍ପଭାବେ ଆଲୁମିନିୟମ ଫଏଲର  ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେ କହିଥିଲେ ଯେ, ଏହା ପରିବେଶ ଅନୁକରଣ ଓ ପୁନଃପ୍ରକ୍ରିୟାକରଣ, ତେବେ ବର୍ତ୍ତମାନ ପ୍ଲାଷ୍ଟିକର ବିକଳ୍ପ ପାଇଁ ପ୍ୟାକେଜିଂ ଇଣ୍ଡଷ୍ଟ୍ରିଗୁଡିକ ଏକ ଆହ୍ୱାନର ସମ୍ମୁଖୀନ ହେଉଥିବା ବେଳେ କାମାକ୍ଷାନଗରଠାରେ ନାଲକୋ  ପକ୍ଷରୁ ଏକ ଆଲୁମିନିୟମ ଫଏଲ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ସ୍ଥାପନ କରାଯିବ । ନାଲକୋ  ପରିବେଶ ଅନୁକୂଳ ସମ୍ପର୍କିତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଡକ୍ଟର୍ ଚାନ୍ଦ କହିଲେ ଭବିଷ୍ୟତରେ ଆଇଆଇଟି କମ୍ପାନି ଏମ୍ରିଅନ୍ ନାନୋ ଟେକ୍ନୋଲୋଜି ପ୍ରୟୋଗ କରିବେ । ଏହାଦ୍ୱାରା କଠିନ ବର୍ଜ୍ୟବସ୍ତୁ ପରିଚାଳନା ଜ୍ଞାନକୌଶଳର ବିକାଶ ଓ କାରଖାନାରୁ ନିର୍ଗତ ହେଉଥିବା ବ୍ୟାପକ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ସମ୍ଭବ ହେବ । ସେ କହିଥିଲେ ଯେ, ନାଲକୋର ସିଏସ୍ଆର୍ କକାର୍ଯ୍ୟକ୍ରମରେ  ସ୍ୱଚ୍ଛ ଆଇନ ପ୍ଲେସ୍ ଭାବରେ ପୁରୀ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ୧୭୦କୋଟି ଟଙ୍କାର ବଜେଟ୍ ରଖାଯାଇଥିବାବେଳେ ତୀର୍ଥଯାତ୍ରୀମାନଙ୍କର ସୁବିଧା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ପରିବେଶ ଅନୁକୂଳ ବ୍ୟାଟେରୀ ଚାଳିତ ଯାନ, ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ପୁରୀ, ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନରେ ଚାଲୁ କରାଯାଇଛି । ଏହି ଅବସରରେ ବିଭିନ୍ନ ବସ୍ତିର ଦୁଇଶହ ପିଲାଙ୍କୁ ହ୍ୟାଣ୍ଡୱାସ୍ କିଟ୍ସ ପ୍ରଦାନ କରାଯାଇଥିଲାବେଳେ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ଧଳା ବାଡି ପ୍ରଦାନ କରାଯାଇଥିଲା ।

0
0
0
s2sdefault