ହେଡଲାଇନସ୍:

ଷଷ୍ଠ କିଟ୍‍ ଜାତୀୟ ମୁଟ୍‍ କୋର୍ଟ ପ୍ରତିଯୋଗିତା ଶାସ୍ତ୍ରା ବିଶ୍ୱବିଦ୍ୟାଳୟ ଚାମ୍ପିଅନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୩୦ ।୯: ସେପ୍ଟେମ୍ବର ୨୮ତାରିଖରୁ ଆରମ୍ଭ ହୋଇଥିବା ଷଷ୍ଠ କିଟ୍‍ ଜାତୀୟ ମୁଟ୍‍ କୋର୍ଟ ପ୍ରତିଯୋଗିତା ରବିବାର ଶେଷ ହୋଇଛି । ଏଥିରେ ଚେନ୍ନାଇର ଶାସ୍ତ୍ରା ବିଶ୍ୱବିଦ୍ୟାଳୟ ଲ ସ୍କୁଲ୍‍ ଚାମ୍ପିଅନ୍‍ ହୋଇ ଏକ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ ଚାମ୍ପିଅନ୍‍ ଟ୍ରଫି ହାସଲ କରିଛି । ପ୍ରତିଯୋଗିତାରେ ମୁମ୍ବାଇର ରିଜ୍‍ଭି ଲ କଲେଜ ପ୍ରଥମ ରନର୍ସ ଅପ୍‍ ହୋଇଥିବା ବେଳେ ବାଙ୍ଗାଲୋର୍‍ର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ରନର୍ସଅପ୍‍ ହୋଇ ଯଥାକ୍ରମେ ୫୦ହଜାର ଓ ୨୫ହଜାର ଟଙ୍କା ନଗଦ ଅର୍ଥରାଶି ସହ ଟ୍ରଫି ହାସଲ୍‍ କରିଛନ୍ତି । ଶାସ୍ତ୍ରା ବିଶ୍ୱବିଦ୍ୟାଳୟ ଲ ସ୍କୁଲ୍‍ ଛାତ୍ର ବିଶ୍ୱାସ ଭରଦ୍ୱାଜ ଶ୍ରେଷ୍ଠ ଛାତ୍ର ଆଡ୍‍ଭୋକେଟ ଭାବେ ମନୋନୀତ ହୋଇ ୧୦ହଜାର ଟଙ୍କା ପୁରସ୍କାର ରାଶି ହାସଲ୍‍ କରିଥିଲେ । ଏଥିରେ ସମଗ୍ର ଦେଶରୁ ୪୨ଟି ଲ ସ୍କୁଲ୍‍ର ଟିମ୍‍ ଯୋଗଦେଇଥିଲେ । ଅନୁଷ୍ଠିତ  ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍‍ ସଞ୍ଜୀବ ବାନାର୍ଜୀ, ଓଡ଼ିଶା ଆଡ଼ଭୋକେଟ୍‍ ଜେନେରାଲ୍‍ ସୂର୍ଯ୍ୟ ମିଶ୍ର, ସୁପ୍ରିମକୋର୍ଟ  ଆଡ଼ଭୋକେଟ୍‍ ସୋମ ଶେଖର ସୁନ୍ଦରେସନ, ଆଇଆଇଟି ଖଡ଼ଗପୁରର ପ୍ରଫେସର ଇନ୍ଦ୍ରଜିତ ଦୁବେ, କଲିକତାର ଲ ଫାର୍ମ ସାର୍ଦ୍ଧୁଳ ଅମରଚାନ୍ଦ ମଙ୍ଗଳଦାସର ସିଦ୍ଧାର୍ଥ ଦତ୍ତ ପ୍ରମୁଖ ବିଚାରପତି ଭାବେ ଯୋଗ ଦେଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‍ ଦେବବ୍ରତ ଦାସ ଓ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ କିଟ୍‍ ଲ ସ୍କୁଲ୍‍ର ନିର୍ଦ୍ଦେଶକ  ଡ. ଏନ୍‍ କେ ଚକ୍ରବର୍ତ୍ତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ୨୮ତାରିଖ ଉଦ୍‍ଘାଟନୀ ଉତ୍ସବରେ ବରିଷ୍ଠ  ଆଇନ୍‍ ବିଶାରଦ ପ୍ରଫେସର ଏନ୍‍ ଏଲ୍‍ ମିତ୍ର, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଭବିଷ୍ୟତ ଓକିଲାତି ପେଶାରେ ଆଇନ୍‍ ଛାତ୍ରଛାତ୍ରୀମାନଙ୍କୁ କୁଶଳୀ କରିବା ଉଦ୍ଦେଶ୍ୟ ରେ ଏଭଳି ମୁଟ୍‍ କୋର୍ଟ ପ୍ରତିଯୋଗିତା କିଟ୍‍ ଲ ସ୍କୁଲ୍‍ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠିତ  ହୋଇଥାଏ ।

0
0
0
s2sdefault