ଅବାଧରେ ଚାଲିଛି ନିଶାକାରବାର ,ଚେଇଁ ଶୋଇଛି ପୋଲିସ ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁରରୁ ସୁବାଷଚନ୍ଦ୍ର ନାୟକ(ଶାସକ ପ୍ରଶାସକ) ସଂପୁର୍ଣ୍ଣ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ କାହିଁ କେତେ ଦିନରୁ ବିଭିନ୍ନ ସ୍ୱେଚ୍ଛାସେବୀଅନୁଷ୍ଠାନ ମହିଳା ସଂଗଠନ ସମାଜସେବୀ ବୁଦ୍ଧିଜୀବି ଛାତ୍ର ଅନୁଷ୍ଠାନ ଓ ସରକାରଙ୍କର ବିଭିନ୍ନ ବିଜ୍ଞାପନ, ପ୍ରଥପ୍ରାନ୍ତ ନାଟକ ସେମିନାର ଇତ୍ୟାଦି ଇତ୍ୟାଦି ଆୟୋଜନ କରାଯାଉଛି । ଲକ୍ଷ୍ୟ ଓଡ଼ିଶା କୁ ଏକ ନିଶାହୀନ ସୁସ୍ଥ ସବଳ ତଥା ହିଂସାମୁକ୍ତ ବ୍ୟଭିଚାର ସମାଜ ଗଠନ କରିବା ନିଶା ସାଧାରଣତଃ ଗଞ୍ଜେଇ,ଦେଶୀ ବିଦେଶୀ ମଦ,ଭାଙ୍ଗ,ଅଫିମ ଓ ଏଥିରୁ ଉପôାଦିତ ବ୍ରାଉନ ସୁଗାର,ଚରସ,କୋକେନ ଇତ୍ୟାଦି ଏହି ସବୁନିଶା ପଦାର୍ଥର ଅବାଧ କାରବାରକୁ ଆଇନ ଦ୍ୱାରା ନିୟନ୍ତ୍ରଣ କରାଯାଏ । ଏହି ଆଇନ କୁ ପରିଚାଳନା କରିବା ପୋଲିସ ବିଭାଗର କର୍ତ୍ତବ୍ୟ ମାତ୍ର ବିଡ଼ମ୍ବନାର ବିଦାୟ ଯାଜପୁର ରୋଡ଼ ଅଞ୍ଚଳରେ ନିଶାକାରବାର ଏହାର ସୀମା ସରହଦ ଡେ଼ଇଁ ବସଷ୍ଟାଣ୍ଡ ରେଲୱେ ଷ୍ଟେସନ ବିଭିନ୍ନ ହୋଟେଲ, ପାନଦୋକାନ ଗୋପବନ୍ଧୁ ଛକ,ଦଳା ଛକ,କହ୍ନେଇପୁର,ଧବଳଗିରି ଛକ, କେଏନ୍ଡ଼ିନ ମାର୍କେଟ ପରିସର,ପାନ୍ଥ ନିବାସ ବିଭିନ୍ନ ମଠ ମନ୍ଦିର ଇତ୍ୟାଦି ଇତ୍ୟାଦି ଯାଗାରେ ନିଜର କାୟା ବିସ୍ତାର କରିଚାଲିଛି ।ଧୂପ ଧୁଆଁ ବଦଳରେ ସଂନ୍ଧ୍ୟା ଆଳତି ସାଜୁଛି ଗଞ୍ଜେଇ ଚିଲିମର ଧୁଆଁ ଭାଙ୍ଗ ଗଞ୍ଜେଇ ଚରସ ନିଶାରେ ମସଗୁଲ ଯୁବସମାଜ ସ୍କୁଲ କଲେଜ ପିଲାମଧ୍ୟ ଏଥିରୁ ବାଦ୍ ପଡ଼ିନାହାଁନ୍ତି । ପୋଲିସର ରାତ୍ରି ପେଟ୍ରୋଲିଂ କରାଯାଉଛି । ବିଭିନ୍ନ ସଂନେ୍ଦହ ପୁର୍ଣ୍ଣ ଯାଗାରେ ଚଢ଼ାଉ କରାଯାଉଛି । ମାତ୍ର ସେ କ’ଣ ଧରୁଛନ୍ତି କ’ଣ କରୁଛନ୍ତି ଏହା ସାଧାରଣରେ ପ୍ରଶ୍ନବାଚୀ ହୋଇଛି । ତୁ ତ ମୁତୁରୀ ମୁଁ ତ ମୁତୁରୀ ନ୍ୟାୟରେ ପୋଲିସ ପ୍ରଶାସନ ଏମାନଙ୍କୁ ଘଣ୍ଟ ଘୋଡ଼ାଉ ନାହିଁ ତଃ ତେଣୁ ପୋଲିସ୍ ପ୍ରଶାସନ ଆଡ଼କୁ ଆଙ୍ଗୁଳି ନିଦେ୍ର୍ଧଶ ହେବାରୁ ପୁର୍ବରୁ ସେ ନିଜକୁ ସଜାଡ଼ି ସମାଜକୁ ଏକ ନିଶାମୁକ୍ତ ସମାଜ ଗଠନ କରି ଛାତ୍ରଛାତ୍ରୀ ତଥା ଯୁବ ପିଢ଼ିଙ୍କୁ ଏଥିରୁ ଉଦ୍ଧାର କରିବା ପାଇଁ ସାଧାରଣରେ ଦାବୀ ଜେର ଧରିଛି । ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବେ କି?

0
0
0
s2sdefault