ହେଡଲାଇନସ୍:

ସରିଲା କାର୍ଯ୍ୟକାଳ, ବିଭିନ୍ନ ପୌର ସଂସ୍ଥାରେ ନିଯୁକ୍ତ ହେଲେ ପ୍ରଶାସକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଗିରିଜା ଶଙ୍କର ଦାଶ) : ସେପ୍ଟେମ୍ବର ୨୯ ତାରିଖରେ ୫ ବର୍ଷିଆ କାର୍ଯ୍ୟକାଳ ସମାପ୍ତ ହୋଇଥିବା ବେଲେ ଏଠି ପାଇଁ ନିର୍ବାଚନ ହୋଇ ପରି ନଥିବା ଯୋଗୁ ବିଭିନ୍ନ  ମହାନଗର ନିଗମ, ମୁନିସିପାଲିଟି, ଆଉ ଏନଏସି ପାଇଁ ପ୍ରଶାସକ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର | ୧୯୫୦ ପୌର ଆଇନ ଧାରା ୪୦୧ର ଉପଧାରା ୫ ଆଉ ମହାନଗର ନିଗମ ନିୟମ ୨୦୦୩ ର ଧାରା ୪୮ରେ ଉପଧାରା ୬ ଅନୁସାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି | ବ୍ରହ୍ମପୁର ମହାନଗର ନିଗମର ପ୍ରଶାସକ ଭାବେ ଗଂଜାମ ଜିଲ୍ଲା ଜିଲ୍ଲାପାଳଙ୍କୁ ନିୟମାନୁଯାୟୀ ପ୍ରଶାସକ ନିଯୁକ୍ତ କରାଯାଇଥିବା ବେଳେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ପାଲା, ପିଡି /ଏପିଡ଼ି ଡିଆର୍ଡିଏ, ସବକଲେକଟର ମାନଙ୍କୁ ୩୦ ମୁନିସିପାଲିଟି ଆଉ ୩୭ ଏନଏସି ପାଇଁ  ପ୍ରଶାସକ ଦାୟିତ୍ୱରେ ଅବସ୍ଥାପିତ କରାଯାଇଟିଛି | 

0
0
0
s2sdefault