ହେଡଲାଇନସ୍:

ପଞ୍ଚାୟତ ପରିବର୍ତ୍ତନ ଦାବୀ କରି ୬ଖଣ୍ଡ ଗ୍ରାମର ଅଧିବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୨ ମାସ ହେଲା ସାଧାରଣ ବଣ୍ଟନ ବ୍ୟବସ୍ଥାର ଚାଉଳ- କିରୋସିନି ସହ ଭତ୍ତା ଗ୍ରହଣ କରିପାରୁନାହାନ୍ତି ।

ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ) ପଞ୍ଚାୟତ ପରିବର୍ତ୍ତନ ତଥା ପୂର୍ବ ପଞ୍ଚାୟତ କିରାମାରେ ରହିବା ସହ ୮ଦଫା ଦାବୀରେ ଗଜପତି ଜିଲ୍ଲା ନୁଆଗଡ ବ୍ଲକର ୬ଖଣ୍ଡ ଗ୍ରାମର ଶତାଧିକ ଗ୍ରାମବାସୀ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରି ଦାବିପତ୍ର ପ୍ରଦାନ କରିଛନ୍ତି । ୬ଖଣ୍ଡ ଗ୍ରାମବାସୀ ଶତାଧିକ ସଂଖ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରେ ଏକ ବିରାଟ ମେଳି ହେବା ପରେ ସେଠାରେ ଏକ ବିରାଟ ନୀରବ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ପରେ ଆଲୋଚନା ଓ ପ୍ରତିଆଲୋଚନା ପରେ ପଞ୍ଚାୟତ ପରିବର୍ତ୍ତନ କରି ପୂର୍ବ ପଞ୍ଚାୟତ କିରାମାରେ ରହିବା ଦାବୀ ସହ ୮ ଦଫା ଦାବୀ ସମ୍ମିଳିତ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ଅଭିଯୋଗରେ ଗ୍ରାମବାସୀମାନେ କହିଛନ୍ତି ଯେ ଆମେ ୬ଖଣ୍ଡ ଗ୍ରାମର ଆଟିଲିମା, ପାଇକପଡା, ଗୁଵାଡା ସାହି, ଡେକାପଲ୍ଲୀ,ରାମଗିରି ଓ ବୁର୍କାପେଟାର ଆଦିବାସୀ ଦେଶସ୍ୱାଧୀନ ପୁର୍ବରୁ ଆମେ ଆମ ଗ୍ରାମଠାରୁ ୧ରୁ୨କିମି ଦୂରତାରେ ଥିବା କିରାମା ପଞ୍ଚାୟତ ଅଧିନରେ ରହିଆସୁଥିଲୁ । କିଛି ରାଜନୈତିକ ଉଦ୍ଦେଶ୍ୟ ରଖି ଗତ ଦୁଇବର୍ଷ ପୁର୍ବେ ଆମ ଏହି ଗ୍ରାମଗୁଡିକୁ  ୧୮କିମି ଦୁରତାରେ ଥିବା ସୁନ୍ଦରଡାଙ୍ଗ ପଞ୍ଚାୟତ ଅଧିନରେ ବିନା କୌଣସି ପଲ୍ଲିସଭା କି ଆମକୁ ନଜଣାଇ କରିଦେଇଛନ୍ତି । ସୁନ୍ଦରଡାଙ୍ଗ ପଞ୍ଚାୟତକୁ ଯିବାକୁ ହେଲେ ରାସ୍ତା ନାହିଁ, ପାଦରେ ଚାଲିଚାଲି ଦୁଇଗୋଟି ବଡ ପାହାଡ, ଦୁଇଗୋଟି ବଡ ନାଳ ପାର ହୋଇ  ୧୮ କିମି ଦୁରତା ଚାଲିଚାଲି ଯିବାକୁ ହୋଇଥାଏ । ଯାହାକି କୌଣସି କାମରେ କି, କୌଣସି ଭତ୍ତା କି ସରକାରୀ ଚାଉଳ-କିରୋସିନି ମଧ୍ୟ ଆମେ ଆଣିବା ପାଇଁ ଗତ ଏକ ବର୍ଷରୁଅଧିକ  ଦିନ ହେଲା ଆମେ ଯାଇପାରୁନାହୁଁ । ଏମିତିକି ଗତ ଦେଢ ବର୍ଷ ହେଲା ଆମେ   ଅତ୍ୟନ୍ତ କଷ୍ଟରେ ଜୀବନ ବିତାଇବାକୁ ବାଧ୍ୟ ହେଉଛୁ । ଏଭଳି କଷ୍ଟଦାୟକ ଜୀବନ ବିତାଇବାସହ ପଞ୍ଚାୟତ ପରିବର୍ତ୍ତନ ଓ ୮ଗୋଟି ମୌଳିକ ଦାବୀ ସବୁକୁ ନେଇ ଆମେ ବହୁବାର ଉପଜିଲ୍ଲାପାଳ, ତହସିଲଦାର,ବିଡିଓ ଙ୍କୁ ଗୁହାରୀ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ । ଏଣୁ ଆମର ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଆମେ ସରକାରଙ୍କ କୌଣସି ସାହାଯ୍ୟ ଓ ସୁବିଧା ଗ୍ରହଣ କରିବୁ ନାହିଁ । ଏମିତିକି ଆମ ଅଞ୍ଚଳରେ ରହିଥିବା ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହ  ଅଙ୍ଗନଵାଡି କେନ୍ଦ୍ର ଓ ବିଦ୍ୟାଳୟକୁ ବନ୍ଦ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ଅଭିଯୋଗରେ ଜଣାଇଛନ୍ତି ।

0
0
0
s2sdefault