ହେଡଲାଇନସ୍:

 ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ସୁପର କଂପ୍ୟୁଟିଂଗ୍ ସୁବିଧା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କଲେ ରାଜ୍ୟପାଳ

 

ଭୁବନେଶ୍ୱର :  ରାଜ୍ୟପାଳ ଡ଼. ଏସ୍.ସି. ଜମିର୍ ରାଜଭବନରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ସୁପର କଂପ୍ୟୁଟିଂକ୍ ସିଷ୍ଟମକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ବିଶ୍ୱ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ସେଂଟର ଫର୍ ଡେ଼ଭଲପମେଣ୍ଟ ଅଫ୍ ଆଡ଼ଭାନସ୍ଡ଼ କଂପ୍ୟୁଟିଂଗ୍ ସହଭାଗିତାରେ ପରମ ସବକ ସୁପର କଂପ୍ୟୁଟିଂଗ୍ ସୁବିଧା ଉପଲବ୍ଧ କରାଇଛନ୍ତି । ଏହା ଗବେଷଣା, ଶିଳ୍ପ ଓ ଇଂଜିନିୟରିଂଗର ଚାହିଦା ପୂରଣ କରିବା ସହିତ ସଠିକ ତଥ୍ୟ ଭିତ୍ତିକ ଗବେଷଣାରେ ସହାୟକ ହେବ । ଏହାକୁ ଉଦ୍ଘାଟନ କରି ରାଜ୍ୟପାଳ କହିଲେ ଯେ ଏହି ସୁବିଧା ଉପଲବ୍ଧ ହେବା ଫଳରେ ଛାତ୍ର, ଅଧ୍ୟାପକ ଓ ଗବେଷକମାନେ ବିଶେଷ ଉପକୃତ ହେବେ । ଏହା ଗବେଷଣାର ମାନବୃଦ୍ଧି କରିବା ସହିତ ତୀବ୍ର ପ୍ରତିଯୋଗୀତାମୂଳକ ପରିବେଶରେ ତିଷ୍ଠି  ରହିବାକୁ ବୈଷୟିକ ଶକ୍ତି ଓ ସାମର୍ଥ ଦେବ । ସଂପ୍ରତି ଉଚ୍ଚମାନର କଂପ୍ୟୁଟିଂଗ ବ୍ୟବସ୍ଥାର ପ୍ରୟୋଜନୀୟତା ସବୁ କ୍ଷେତ୍ରରେ ଆବଶ୍ୟକ ହେଉଛି । ଏହି ଭିତ୍ତିଭୂମି ଗବେଷଣା ଓ ଅନ୍ୟାନ୍ୟ କ୍ଷେତ୍ରରେ ସହାୟକ ହେବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି ।ବୁର୍ଲାରେ କୁଳପତି ପ୍ରଫେସର ଇ. ସାଇବାବା ରେଡ଼ି ଓ ଭୁବନେଶ୍ୱରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ସଂଜୟ କୁମାର ସିଂ ଓ ସିଡ଼ାଟ୍ର ନିର୍ବାହୀ ନିର୍ଦେଶକ  ସମେତ ଅନେକ ବରିଷ୍ଠ  ଅଧିକାରୀ ଓ ବିଶେଷଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

 

0
0
0
s2sdefault