ହେଡଲାଇନସ୍:

ଟାଇମ୍‍ସ ହାୟର ଏଜୁକେସନ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱ ମାନ୍ୟତାରେ ସ୍ଥାନ ପାଇଲା କିଟ୍‍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: ଟାଇମ୍‍ସ ହାୟର ଏଜୁକେସନ ବିଶ୍ୱବିଦ୍ୟାଳୟ ବିଶ୍ୱ ର୍ୟାଙ୍କିଂ ୨୦୧୯ରେ କିଟ୍‍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ‘ଦି ଟାଇମ୍‍ସ ହାୟର ଏଜୁକେସନ୍‍’ ପକ୍ଷରୁ ସେପ୍ଟେମ୍ବର ୨୬ତାରିଖରେ ୨୦୧୯ ବର୍ଷ ପାଇଁ ପ୍ରକାଶିତ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା   ତାଲିକାରେ କିଟ୍‍ ‘୧୦୦୧+ ତମ’ ସ୍ଥାନ ହାସଲ୍‍ କରିଛି । ୧୯୯୭ରେ ପ୍ରତିଷ୍ଠିତ  କିଟ୍‍ ବୃତ୍ତିଗତ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ମାତ୍ର ୨୦ ବର୍ଷର ଶିକ୍ଷାନୁଷ୍ଠାନ  ହୋଇଥିବା ବେଳେ ୨୦୦୪ରେ ଏହା ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା । ବିଶ୍ୱବିଦ୍ୟାଳୟ ଭାବେ କିଟ୍‍ ମାତ୍ର ୧୪ ବର୍ଷର ଅନୁଷ୍ଠାନ  ହୋଇଥିବା ବେଳେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ବିଶ୍ୱର ଅନ୍ୟ ପ୍ରତିଷ୍ଠିତ  ଓ ପୁରାତନ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି । ଏଭଳି ବିଶ୍ୱସ୍ତରୀୟ ତାଲିକାରେ ସ୍ଥାନ ପାଇବାରେ କିଟ୍‍ ହେଉଛି ସମଗ୍ର ପୂର୍ବ ଭାରତର ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱସ୍ତରୀୟ ମାନ୍ୟତାରେ ଓଡ଼ିଶାର ଆଇଆଇଟି ଓ ଏନ୍‍ଆଇଟି ତଥା ଦକ୍ଷିଣ ଭାରତର କେତେକ ଲବ୍‍ଧ ପ୍ରତିଷ୍ଠିତ  ଘରୋଇ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ କିଟ୍‍ ମଧ୍ୟ ଏହି ସମ୍ମାନଜନକ ତାଲିକାରେ ରହିଛି । ଟାଇମ୍‍ସ ହାୟର୍‍ ଏଜୁକେସନ୍‍ ପକ୍ଷରୁ ଚଳିତବର୍ଷ କରାଯାଇଥିବା ଏହି ମାନ୍ୟତା  ପ୍ରକ୍ରିୟାରେ ବିଶ୍ୱର ୮୬ଟି ଦେଶର ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ଏହା ହେଉଛି ଏକ ମାତ୍ର ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକା ଯାହା କି ବିଶ୍ୱବିଦ୍ୟାଳୟଗୁଡ଼ିକର ଅନ୍ୟାନ୍ୟ ଦିଗ ଛଡ଼ା ଗବେଷଣାକୁ ପ୍ରାଧାନ୍ୟ ଦେଇଥାଏ । ଏହି ମାନ୍ୟତା ପ୍ରକ୍ରିୟାରେ  ଶିକ୍ଷାଦାନ, ଗବେଷଣା, ପ୍ରଶଂସା, ଇଣ୍ଡଷ୍ଟି୍ର ଇନ୍‍କମ୍‍, ଅନ୍ତର୍ରାଷ୍ଟ୍ରୀୟ ଦୃଷ୍ଟିକୋଣ ସମେତ ଛାତ୍ରଛାତ୍ରୀ ସଂଖ୍ୟା, ଛାତ୍ର-ଶିକ୍ଷକ ଅନୁପାତ, ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ସଂଖ୍ୟା, ଛାତ୍ର ଓ ଛାତ୍ରୀଙ୍କ ଅନୁପାତ ଆଦିକୁ ମାନଦଣ୍ଡ ଭାବେ ନିଆଯାଇଥାଏ । ଏହି ମାନ୍ୟତା ସମଗ୍ର ବିଶ୍ୱରେ ଛାତ୍ରଛାତ୍ରୀ, ଶିକ୍ଷାବିତ୍‍, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ବିଭିନ୍ନ ଶିଳ୍ପ ସଂସ୍ଥା ଏବଂ ସରକାରଙ୍କ ବିଶ୍ୱାସଭାଜନ ହୋଇଆସୁଛି । କିଟ୍‍ର ଏହି ସଫଳତାରେ ଆନନ୍ଦ ପ୍ରକାଶ କରି ପ୍ରତିଷ୍ଠାତା  ଡ଼ ଅଚ୍ୟୁତ  ସାମନ୍ତ କହିଛନ୍ତି, ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ନିରବଚ୍ଛିନ୍ନ ପରିଶ୍ରମ ଓ ସର୍ବୋପରି ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ମାତ୍ର ୫ହଜାର ଟଙ୍କାରେ ଏକ ଭଡ଼ାଘରେ ଆରମ୍ଭ ହୋଇଥିବା କିଟ୍‍ ଆଜି ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି ଏବଂ ବିଶ୍ୱର ଶ୍ରେଷ୍ଠ  ୧୦୦୧+ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିପାରିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହି ସଫଳତା ପାଇଁ ଶ୍ରୀ ସାମନ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ କୃତଜ୍ଞତା ଜଣାଇବା ସହ ଭବିଷ୍ୟତରେ ଟାଇମ୍‍ସ ହାୟର ଏଜୁକେସନ ବିଶ୍ୱବିଦ୍ୟାଳୟ ବିଶ୍ୱ ମାନ୍ୟତାରେ କିଟ୍‍ ବିଶ୍ୱବିଦ୍ୟାଳୟ ଆହୁରି ଅଧିକ ସଫଳତା ଆଣି ପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

0
0
0
s2sdefault