ହେଡଲାଇନସ୍:

ଅନଲାଇନ୍ ମାର୍କେଟିଂ କୁ ବିରୋଧ କରି ପଦ୍ମପୁରରେ ଦୋକାନ ବଜାର ବନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର,(ନୀଳ ଦୀପ ) :  ବରଗଡ ଜିଲ୍ଲ୍ା ପଦ୍ମପୁର ସହରରେ ଅନଲାଇନ ମାର୍କେଟିଂକୁ ବିରୋଧ କରି ଶୁକ୍ରବାର ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୁକାନ ବଜାର ବନ୍ଦ ରହିଥିଲା । ଇଂଟରନେଟ ମାଧ୍ୟମରେ ଔଷଧ ବିକ୍ରିକୁ ବିରୋଧ କରି ସମଗ୍ର ଭାରତ ବର୍ଷର ସମସ୍ତ ଔଷଧ ଦୋକାନ ବନ୍ଦ ଡାକରାକୁ ସମର୍ଥନ ଜଣାଇ ପଦ୍ମପୁର ବଣିକ ସଂଘ ଏହି ଆନେ୍ଦାଳନରେ ସାମିଲ ହୋଇଥିଲେ ଏବଂ ସମସ୍ତ ଦୋକାନ ବଜାର ସବୁ ବନ୍ଦ ରଖିଥିଲେ । ଜାନ ବାହାନ ଚଳାଚଳ ଓ ସ୍କୁଲ ଅଫିସ ସ୍ୱଭାବିକ ରହିଥିବା ସମୟରେ ଡାକ୍ତରଖାନ ପରିସରରେ ଥିବା କ୍ୟାମ୍ପସ ମେଡିକାଲ ବ୍ୟତିତ ଅନ୍ୟ ସମସ୍ତ ଔଷଧ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିଥିଲା । ସରକାର ଖୁଚୁରା ବଜାରରେ ବିଦେଶୀ ପୁଂଜି ନିବେସକୁ ପ୍ରୋତ୍ସାହନ  ଯୋଗେଇଆସୁଥିବାରୁ ଦେଶର ୧୪କୋଟି ରିଟେଲର ସିଧାସଳଖ ପ୍ରଭାବିତ ହେବେ । ଏହା ସହ ଅନଲାଇନ ମାର୍କେଟିଂ ଫଳରେ ପଦ୍ମପୁର ଭଳି ଛୋଟିଆ ସହରର ବ୍ୟବସାୟ ପ୍ରତିଷ୍ଠାନ  ଗୁଡିକର ବେପାର ମାନ୍ଦା ହେବା ସହ ତାଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲି ଯାଉଥିବା ସହରର ବେପାରୀ ମାନେ ଅଭିଯୋଗ କରିଛନ୍ତି । ପଦ୍ମପୁର ବଣୀକ ସଂଘ ସଭାପତି ଶ୍ରୀ ପ୍ରତାପ ମିଶ୍ର, ସଂପାଦକ ନନ୍ଦୁ ଅଗ୍ରୱାଲ , କାର୍ଯ୍ୟକାରୀ ସଦଶ୍ୟ ରବି ନାରାୟଣ ଦୋରା, ସୁଶିଲ ଅଗ୍ରୱାଲ, ଅଜୟ ବଂସଲ, ଅକ୍ଷୟ ନାୟକ, ପ୍ରତାପ ନାଥ, କାହ୍ନୁ ଅଗ୍ରୱାଲ, ଦିପକ ଅଗ୍ରୱାଲ, ବିଷ୍ଣୁ ଦୋରା, ବାବୁଲୁ ଦୋରା, ଦିଲିପ ସାହୁ, କମଲ ବଂସଲ, ପୱନ ଅଗ୍ରୱାଲ, ଏମଡି ମନସୁର, ଦେବେଶ ପାଣିଗ୍ରାହୀ ଏବଂ ବିକ୍ରମ ବହିଦାର ପ୍ରମୁଖ ସାମିଲ ଥିଲେ ।  

0
0
0
s2sdefault