ହେଡଲାଇନସ୍:

ନୂଆପଡ଼ା, ବଲାଙ୍ଗୀର ଜିଲ୍ଲା ସହିତ ଫସଲହାନୀ ଅଞ୍ଚଳଗୁଡିକୁ ତୁରନ୍ତ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ :କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପ୍ରଦେଶ କଂଗ୍ରେସ କୃଷକ ସେଲ ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବି ପତ୍ର  

ଭୁବନେଶ୍ୱର  : ନୂଆପଡ଼ା, ବଲାଙ୍ଗୀର ଜିଲ୍ଲା ସହିତ ଫସଲହାନୀ ଅଞ୍ଚଳଗୁଡିକୁ ତୁରନ୍ତ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ ବୋଲି ପ୍ରଦେଶ କଂଗ୍ରେସ କୃଷକ ସେଲ ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବି ପତ୍ର  ପ୍ରଦାନ କରାଯାଇଛି ବୋଲି ସେଲର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ କହିଛନ୍ତି  ।

   ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ  ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ  ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୟାନକ ମରୁଡ଼ି ପରିସ୍ଥିତି  । କେଉଁଠି ଶତ ପ୍ରତିଶତ ତ ଅନ୍ୟ କେଉଁଠି ୩୦ ପ୍ରତିଶତରୁ ଉର୍ଦ୍ଧ ଫସଲ ନଷ୍ଟ ହୋଇଛି । ଚଳିତ ବର୍ଷ ବିଭିନ୍ନ ଅଞ୍ଚଳରେ ପ୍ରାୟ ୩୦ ପ୍ରତିଶତରୁ ଉର୍ଦ୍ଧ କ୍ଷେତରେ ରୁଆ ବେଉଷଣ ଆଦୌ ହୋଇ ନାହିଁ । ଗତ ଜୁନ୍, ଜୁଲାଇ ସୁଦ୍ଧା କ୍ଷେତରେ ଥିବା ଫସଲ ପରବର୍ତ୍ତୀ ସମୟରେ ବର୍ଷା ହେବା ସତ୍ୱେ  ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସରକାର ଓ ପ୍ରଶାସନର ଚରମ ଅବହେଳା ଓ ଅପାରଗତା ଏବଂ ବୀମା କମ୍ପାନୀଗୁଡିକର ଚଞ୍ଚକତା ଫଳରେ ବହୁ ଋଣୀ ଓ ଅଣଋଣୀ ଚାଷୀ  ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଫସଲ ବୀମା ପଞ୍ଜିକରଣ ତାଲିକାରୁ ସମ୍ପୂର୍ଣ୍ଣ ବଂଚିତ ହୋଇଛନ୍ତି । ତେଣୁ ସାହାରା ନ ପାଇ ଚାଷୀ ଦାଦନ ଖଟିବାକୁ ବାହାରିଲେଣି  ।  ତେଣୁ ବିଗତ ୩ ବର୍ଷ ଧରି ରାଜ୍ୟର ହଜାର ହଜାର ଚାଷୀ ଉଠାଜଳସେଚନ ସୁବିଧା ପାଇଁ ଅପ୍ଲାଇନ୍ ଓ ଅନ୍ଲାଇନ୍ରେ ନାମ ପଞ୍ଜିକରଣ କରି ଅଗ୍ରୀମ ଟଙ୍କା ପୈଠ କରିଥିଲେ ମଧ୍ୟ ଆଜି ସୁଦ୍ଧା ମରୁଡ଼ି ସମୟରେ ଉଠା ଜଳସେଚନ ସୁବିଧା ପାଇ ପାରି ନାହାନ୍ତି ।   ଏହି ମରୁଡ଼ିକୁ  ମନୁଷ୍ୟକୃତ ମରୁଡ଼ି  ବୋଲି ଚାଷୀମାନେ କହୁଛନ୍ତି ।  ଯାହାର ଏକ ନିଚ୍ଛକ ନମୁନା ନୂଆପଡା ଜିଲ୍ଲାର କାଦମ୍ବରୀ ପଞ୍ଚାୟତ, ଗୁଡା ପତେରା ।  ଏଠାରେ ଥିବା ନିକଟବର୍ତ୍ତୀ ଅଞ୍ଚଳରେ ଜଳସେଚନର ସୁବିଧା କରାଗଲେ ପ୍ରାୟ ୨୦ ହଜାର ହେକ୍ଟର ଜମି ଚାଷ କରାଯାଇ ପାରିବ । କିନ୍ତୁ ସରକାରର ଏଥି ପ୍ରତି ଦୃଷ୍ଟି ନାହିଁ ।  ଗତ ୧୬ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି  ଓଡିଶା ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ରାଜ୍ୟ ଆବାକ ସୁବାଷ ରାଉତ, ଧରମ ସିଂହ ବଡପଣ୍ଡା, ଜତି ପ୍ରଧାନ, ଚୈତରାମ ନାଏକ ଓ ନୂଆପଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝି ପ୍ରମୁଖ ପ୍ରତିନିଧି ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ ଓ ନୂଆପଡା ଜିଲ୍ଲାର ଫସଲ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକୁ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବା ପରେ ବିଜେଡି ସରକାରର ଜଳସେଚନ ବ୍ୟବସ୍ଥା କେବଳ କାଗଜ କଲମରେ ସୀମାବଦ୍ଧ । ଯେଉଁ ବିଭାଗୀୟ ସରକାରୀ ବାବୁମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି, ସରକାରଙ୍କ ଘୋଷିତ ୩୫ ପ୍ରତିଶତ ଜଳସେଚନକୁ ଲୁଚାଇକୁ ଯାଇ ଫସଲ କ୍ଷତିର ସଠିକ ବିବରଣୀ ଉପସ୍ଥାପନ କରୁନାହାନ୍ତି ।  ମରୁଡ଼ି ଘୋଷଣା କେବଳ  ପ୍ରଚାର ସର୍ବସ୍ୱ ହୋଇଛି ।  ସରକାରଙ୍କ ତପôରତା ନଥିବା, ରାଜସ୍ୱ, କୃଷି ଓ ପରିସଂଖ୍ୟାନ ବିଭାଗର ଫସଲ ସ୍ଥିତି ଓ ଫସଲକଟା ରିପୋର୍ଟରେ ତାଳମେଳ ନ ରହିବା ଯୋଗୁଁ ଚାଷୀ ବହୁ ଦିଗରୁ ଅସୁବିଧାର ସମ୍ମୁଖିନ । ନୂଆପଡ଼ା, ବଲାଙ୍ଗୀର ଏବଂ ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ମରୁଡ଼ି ଯୋଗୁଁ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ଫସଲ ହାନୀ, ଅଭାବି ବିକ୍ରି, ଋଣ ଭାରରେ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ସରକାର ଫସଲ କ୍ଷତି ଯୋଗୁ ଚାଷୀ ଆତ୍ମହତ୍ୟା କରୁନାହିଁ ବୋଲି ସଫେଇ ଦେବା ଚାଷୀ କୂଳକୁ ଧୋକା ଦେଇଛି ବୋଲି ସରକାରଙ୍କୁ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ନିନ୍ଦା କରାଯାଇଛି । ସରକାର ଯୁଦ୍ଧକାଳୀନ ଭିତ୍ତିରେ ମରୁଡି କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ  ମରୁଡି ପରିସ୍ଥିତିର ବାସ୍ତବ ସ୍ଥିତି ଆକଳନ କରି  ତୁରନ୍ତ ଚଳିତ ମାସ ଅକ୍ଟୋବର ୩୧ ସୁଦ୍ଧା ଫସଲ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକୁ ତୁରନ୍ତ ମରୁଡି ଘୋଷଣା କରିବା, ଫସଲ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏକର ପିଚ୍ଛା ୨୦ ହଜାର ଟଙ୍କା ତତ୍କାଳ ସହାୟତା, ଉଠା ଜଳସେଚନ ପଏଣ୍ଟଗୁଡିକୁ ତୁରନ୍ତ ବିଦୁ୍ୟତ ସଂଯୋଗ ଓ କାର୍ଯ୍ୟକ୍ଷମ, ବୋର ୱେଲ ସ୍ଥାପନ, ସୋଲାର ସଂଯୋଗ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ତ୍ୱରାନ୍ୱୀତ, ମାଟିର ଆର୍ଦ୍ରତାଥିବା ଅଞ୍ଚଳଗୁଡିକରେ ତୈଳବୀଜ ଜାତୀୟ ବିହନ ଯୋଗାଣ, କ୍ଷତିଗ୍ରସ୍ତ ଚାଷୀମାନଙ୍କଠାରୁ କୃଷିଋଣ ଛାଡ, ଦାଦନ ରୋକିବା ପ୍ରତିକାର, ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ, ଗୋ ଖାଦ୍ୟ ଯୋଗାଣ, ନାଳ ଓ ପୁସ୍କରିଣୀଗୁଡିକର ପୁନରୁଦ୍ଧାର, ପ୍ରାକୃତିକ ବିପର୍ଯ୍ୟୟ କୃଷି ସହାୟତା, ଚାଷ ପାଇଁ ମାଗଣାରେ ପମ୍ପସେଟ, କିରୋସିନି ଓ ପେଟ୍ରୋଲ ଯୋଗାଇ ଦେବାକୁ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତୀ, ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପିସିସି କୃଷକ ସେଲ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି ।

 

0
0
0
s2sdefault