ପାରାଦୀପ କଳିଙ୍ଗ ବାଳିଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦୀପ(ଉପେନ୍ଦ୍ର ଗୁରୁ) :  ପାରାଦୀପ ଅଫିସର କ୍ଲବ ପରିସରରେ ଶୁକ୍ରବାର ଅପରାହ୍ନରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ୨୦୧୮ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ତଥା କଳିଙ୍ଗବାଲିଯାତ୍ରା କମିଟିର ଅଧ୍ୟକ୍ଷା ୟାମିନି ଷଢଙ୍ଗୀ  ବୈଠକରେ ଅଧ୍ୟକ୍ଷତା କରିଥିଲେ । କମିଟିର ଉପାଧ୍ୟକ୍ଷ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିର ସ୍ୱାଗତ ଭାଷଣ କରିଥିଲେ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ  ଅଧିକ୍ଷକ ପ୍ରକାଶ ଆର., ପାରାଦୀପ ବିଧାୟକ ଡା. ଦାମୋଦର ରାଉତ,  ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ଦୀଲ୍ଲିପ କୁମାର ମହାନ୍ତି , ଜଗତସିଂହପୁର  ଉପଜିଲ୍ଲାପାଳ ମହେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ବାଲିଯାତ୍ରା କମିଟିର ସଦସ୍ୟ ସଦସ୍ୟାଙ୍କ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ । 

0
0
0
s2sdefault