ହେଡଲାଇନସ୍:

ବେଦବ୍ୟାସଠାରେ କୋସଳ ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବିରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା(ସୁଶାନ୍ତ ବେହେରା) : କୋସଲ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ପୂର୍ବାହ୍ନରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କୁ ଭେଟି ରାଉରକେଲାର ବେଦବ୍ୟାସଠାରେ କୋସଳ ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବିରେ ମହାମହୀମ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବେଦବ୍ୟାସ, ଖଣ୍ଡାଧାର ଓ ପ୍ରଧାନପାଟ ତଥା ହରିଶଙ୍କର, ନୃସିଂହନାଥ ଏବଂ ପତରା ବନ୍ଧକୁ ନେଇ ଦୁଇଟି ପର୍ଯ୍ୟଟନ ବଳୟ ସୃଷ୍ଟି ପାଇଁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି ।  ରାଉରକେଲା ଇସ୍ପାତ କାରଖାନାରେ ବନ୍ଦ ହୋଇଯାଇଥିବା ସାର କାରଖାନାର ପରିତ୍ୟକ୍ତ ସ୍ଥାନରେ ପ୍ଲାନେଟୋରିୟମ୍ ସମେତ ଏକ ବିଜ୍ଞାନ ପାର୍କ ନିର୍ମାଣ ପାଇଁ ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି । ଏଥିସହ ରାଜ୍ୟ ବିଧାନସଭାର କୌଣସି ଏକ ଅଧିବେଶନ ବର୍ଷକୁ ଥରେ ରାଉରକେଲାରେ ରଖିବା ପାଇଁ ଦଳ  ଦାବି କରିଛି । କେଜେଡି ରାଜ୍ୟ ସଭାପତି ବୈଦ୍ୟନାଥ ମିଶ୍ରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀରେ ଦଳର ଉପସଭାପତି ସନତ୍ କୁମାର ପ୍ରଧାନ, ମହାସଚିବ ଚକ୍ରାନ୍ତ ଜେନା, ସଂପାଦକ ସ୍ୱରୂପ ମିଶ୍ର, ମୁଖପାତ୍ର ସୁରମା ମିଶ୍ର, ରଞ୍ଜନ କୁମାର ଲେଙ୍କା , ନିର୍ମଳ କୁମାର ଦାସ, ରାଜେନ୍ଦ୍ର ପଣ୍ଡା, ଶୁଭେନ୍ଦୁ ମହାନ୍ତି, ସୁବ୍ରତ ରଜାକ୍, ରାକେଶ ସିଂହ ତଥା ପ୍ରକାଶ ଚନ୍ଦ୍ର ପରିଜା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault