ହେଡଲାଇନସ୍:

ଦିଦିଙ୍କ ପ୍ରେସକ୍ରିପସନ ହଳଦୀରାମ ଭୂଜିଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ ନିରୋଜ ମିଶ୍ର : ଡାକ୍ତରମାନେ ପ୍ରେସକ୍ରିପସନ ଲେଖନ୍ତି | ଦିଦି ବା ନର୍ସମାନେ ବେଳେବେଳେ ଚିଠା ଲେଖିଦିଅନ୍ତି ଯଦି ଓସ ବା ଇଞ୍ଜେକ୍ସନ ସରିଯାଇଥାଏ | ସେମିତି ଏକ ଚିଠା ଲେଖିଦେଲେ ଦିଦି , ଆଉ ଇଂଲିଶ ଜାଣିନଥିବା ରୋଗୀର ସମ୍ପର୍କୀୟଟି ପଳାଇଲା ମେଡ଼ିସିନ ଦୋକାନକୁ | ଆଉ ସେଥିରେ ଯାହା ଲେଖାଥିଲା ତାହା ଦେଖିଲା ଭଳିଆ | ଏପରି ଏକ ଜିନିଷ ସୋସିଆଲ ମିଡ଼ିଆ ରେ ଘୁରିବୁଲଉଛି |  ଘଟଣାଟି ହେଉଛି ବଲାଙ୍ଗୀର ହସ୍ପିଟାଲ ନିକଟରେ ଥିବା ଏକ ଔଷଧ ଦୋକାନର । ଯେଉଁଠୁ ଜଣେ ବ୍ୟକ୍ତି ଔଷଧ କିଣିବାକୁ ଆସିଛନ୍ତି ପେସକ୍ରିପସନ୍ ଧରି । ଯେଉଁ ପେସକ୍ରିପସନଟି ହସ୍ପିଟାଲର ଜଣେ ନର୍ସ ଲେଖିଛନ୍ତି । ଏଥିରେ ୫ ଟଙ୍କିଆର ୧୦ ପୁଡିଆ ହଲଦିରାମ୍ ଭୁଜିଆ ଆଣିବାକୁ ଲେଖାଯାଇଛି । ରୋଗୀ ନେଇ ହସ୍ପିଟାଲ ଆସିଥିବା ବ୍ୟକ୍ତି, ଇଂରାଜୀରେ ଥିବା ଏହି ପେସକ୍ରିପସନଟିରେ କ’ଣ ଲେଖା ହୋଇଛି  ହୁଏତ ଜାଣି ପାରି ନାହାଁନ୍ତି । ଯେଉଁଥି ପାଇଁ ଔଷଧ ଦୋକାନରେ ଦେଖାଇ ଭୁଜିଆ ଦେବାକୁ କହିଛନ୍ତି ।ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର ଏଭଳି ପ୍ରେସକ୍ରିପସନକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ସମୟରେ ବଲାଙ୍ଗୀର ଡାକ୍ତରଖାନାର ପ୍ରସୂତୀ ଓ ଶିଶୁ ବିଭାଗ ଚର୍ଚ୍ଚାର ପରିସରରେ ରହିଥାଏ । ହସ୍ପିଟାଲ କର୍ତ୍ତୃପକ୍ଷ କେତେବେଳେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ମିଠା ଖାଇବା ପାଇଁ ପଇସା ମାଗିଥାନ୍ତି ତ ଆଉ କେତେବେଳେ ଲୋକମାନଙ୍କୁ ଦୁଃବ୍ୟବହାର କରିଥାନ୍ତି । କିନ୍ତୁ ଏବେ ଆସିଛି ଏଭଳି କିଛି ଭିନ୍ନ ଧରଣର ଅଭିଯୋଗ । ନିରୀହ-ନିରକ୍ଷର ଲୋକଙ୍କୁ କେମିତି ହଇରାଣ କରାଯାଉଛି ଇଏ ହେଉଛି ତାର ଚିତ୍ର । ଯାହା ସମସ୍ତଙ୍କୁ ବିବ୍ରତ କରୁଛି । ବଡ କଥା ହେଉଛି, ଯେତେବେଳେ ନର୍ସ ଜଣକୁ ଏହାର କାରଣ ପଚରା ଗଲା, ସେ କହିଛନ୍ତି, ସମ୍ପର୍କୀୟ ଭାଇ ହୋଇଥିବାରୁ ତାଙ୍କୁ ଭୁଜିଆ ଆଣିବାକୁ ଲେଖିଥିଲେ । ତେବେ ନର୍ସଙ୍କ ଏହି ପ୍ରେସକ୍ରିପସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ନର୍ସଙ୍କ ଏଭଳି କାରନାମାକୁ ସହରରେ ଏବେ ଚାରିଆଡେ ଚର୍ଚା | 

0
0
0
s2sdefault