ହେଡଲାଇନସ୍:

ଜସୱନ୍ତ ସିଂହଙ୍କ କମିଶନଙ୍କ ରିପୋର୍ଟକୁ ଆଧାର କରି ବଲାଙ୍ଗିରରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାର ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର: ଦୀର୍ଘ ଦିନରୁ ଜିଲ୍ଲାରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ ହୋଇ ଆସୁଛି । ଜସୱନ୍ତ ସିଂହଙ୍କ କମିଶନଙ୍କ ରିପୋର୍ଟକୁ ଆଧାର କରି ବଲାଙ୍ଗିରରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାର ଦାବି ହୋଇଛି । ତେବେ ଏଥିପାଇଁ ଏକ  ବୈଠକରେ ସବୁ ସଂଗଠନ ଓ ଓକିଲ ସଂଘ ଆଗକୁ ବଡ ଆନ୍ଦୋଳନ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି । ଓଡିଶା ଗଠନ ହେବା ପୁର୍ବରୁ ଅର୍ଥାତ ପାଟଣା ରାଜ୍ୟ ଅମଳରେ ବଲାଙ୍ଗିରରେ ହାଇକୋର୍ଟ ସ୍ଥାପିତ ହୋଇଥିଲା । ଏହା ସହ ଓଡିଶା ରାଜ୍ୟ ସହିତ ପାଟଣା ମିଶିବା ସମୟରେ ହୋଇଥିବା ଚୁକ୍ତିନାମାରେ ଏଠାରେ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ ହେବ ବୋଲି ଚୁକ୍ତି ହୋଇଥିଲା । ସମାନ ଭାବରେ ହାଇକୋର୍ଟ ବେଞ୍ଚର ଦାବି ହେବା ପରେ ସରକାରଙ୍କ ଜସୱନ୍ତ ସିଂହ କମିଶନ ମଧ୍ୟ ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ରାୟ ଦେଇଥିଲେ । ତେବେ ଏହି ଆନ୍ଦୋଳନକୁ ତ୍ବରାନ୍ବିତ ଓ ବ୍ୟାପକ କରିବା ପାଇଁ ବୁଧବାର ଜିଲ୍ଲାର ବିଭିନ୍ନ ସଂଗଠନ ସହିତ ମିଳିତ ଆଲୋଚନା କରାଯାଇଛି । ଯେଉଁଥିରେ ସବୁ ସଂଗଠନ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଓକିଲ ସଂଘକୁ ସମ୍ପୂର୍ଣ୍ଣ ସମର୍ଥନ ଦେବା ସହ ନିଜେ ମଧ୍ୟ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ସେହିପରି କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କୁ ଜସୱନ୍ତ ସିଂହ କମିଶନ ରିପୋର୍ଟକୁ ଆଧାର କରି ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସ୍ପଷ୍ଟ କରିବାକୁ କହିଛନ୍ତି । ରାଜ୍ୟ ସରକାର ତୁରନ୍ତ ବଲାଙ୍ଗିରକୁ ମନୋନିତ କରି ଏଠି ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଓକିଲ ସଂଘ ଦାବି କରିଛି । ନହେଲେ ଆଗାମୀ ଦିନରେ ଏଥିପାଇଁ ପୁଣି ଆନ୍ଦୋଲନକୁ ବଡ ଓ ତୀବ୍ରତର କରାଯିବ ବୋଲି ଓକିଲ  ସଂଘ କହିଛି । 

0
0
0
s2sdefault