ହେଡଲାଇନସ୍:

ଝିଅ କହିଲା ‘ମୋତେ ୪ଜଣ କମାଣ୍ଡୋ ଏମିତି କରିଛନ୍ତି’ : ପୀଡିିତାଙ୍କ ବଡମାଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋରାପୁଟ ଛାତ୍ରୀ ଗଣଦୁଷ୍କର୍ମ ଘଟଣା : ପିପୁଲ୍ସ ୱାଚ୍, ସି.ଏସ୍.ଏଫ୍.ଏଚ୍.ଆର୍ ଏବଂ ଓ.ସି.ଆର.ସି. ତଥ୍ୟାନୁସନ୍ଧାନ ଦଳ ରିପୋର୍ଟ

କ୍ରାଇମବ୍ରାଞ୍ଚ  ତଦନ୍ତ ନାମରେ ଜିଲ୍ଲା ପୋଲିସ୍ କେବଳ କେସ୍ ରେଜିଷ୍ଟର କରି ଦାୟିତ୍ୱ ଶେଷ

ପୀଡ଼ିତାଙ୍କ ବୟାନ ମୁତାବକ ନିରପେକ୍ଷ ତଦନ୍ତ କରାଯିବା ଉଚିତ

କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଧିନସ୍ଥ ମୁଷାଗୁଡ଼ା ଗ୍ରାମର ନବମ ଶ୍ରେଣୀରେ ପଢ଼ୁଥିବା ଦଳିତ ବର୍ଗର ଛାତ୍ରୀ ଗଣଧର୍ଷିତା ଗତ ୧୦ ତାରିଖରେ ହେବାର ଖବର ପାଇ ରାଜ୍ୟର ବରିଷ୍ଠ ମାନବଧିକାର କର୍ମୀମାନେ ଅକ୍ଟୋବର ୧୧ ତାରିଖରେ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରି ଏକ ସପ୍ତାହ ମଧ୍ୟରେ ପୀଡ଼ିତା କରିଥିବା ଅଭିଯୋଗ ମୁତାବକ ଚାରିଜଣ ଅପରାଧୀଙ୍କୁ ଚିହ୍ନଟ କରି ଉପଯୁକ୍ତ ଦଣ୍ଡ ବିଧାନ ସମେତ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ମାନ୍ୟବର ଆୟୋଗ ତୁରନ୍ତ ପଦକ୍ଷେପ ନେଇ ଅନୁସୂଚିତ ଜାତି ଜନଜାତି ବିଭାଗ ଶାସନ ସଚିବ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶାଳୟ ର ମାନବାଧିକାର ପ୍ରକୋଷ୍ଠ  ଅତିରିକ୍ତ ମହାନିର୍ଦେଶକଙ୍କୁ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କଲେ । କୋରାପୁଟ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜର ସୁପରିଟେଣ୍ଡେଂଟଣ୍ଟ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପୀଡ଼ିତାଙ୍କୁ ଉଚ୍ଚମାନର ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ଏବଂ ଜିଲ୍ଲାପାଳ ଓ ଏସ୍.ପି.ଙ୍କୁ ତୁରନ୍ତ ପଦକ୍ଷେପ ନେଇ ପୀଡ଼ିତାଙ୍କୁ ମଧ୍ୟବର୍ତୀକାଳୀନ ସହାୟତା ଦେବାପାଇଁ ନିଦେ୍ର୍ଧଶ ଦେଲେ । 

ଗତ ୧୪ ତାରିଖ ଦିନ ମାନବାଧିକାର କର୍ମୀ  ପ୍ରଦୀପ୍ତ ନାୟକ, ଚନ୍ଦ୍ରନାଥ ଦାନୀ, ପୂର୍ଣ୍ଣ ଜାନୀ ଓ ସିମ୍ ଅହମ୍ମଦ ପ୍ରଭୃତିଙ୍କୁ ନେଇ ଏକ ତଥ୍ୟ ଅନୁସନ୍ଧାନୀ ଦଳ କୋରାପୁଟ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ପୀଡ଼ିତା ତାର ମାଆ, ଭାଇ, ହସ୍ପିଟାଲର ଉପମୁଖ୍ୟିଚିକିତ୍ସାଧୀକାରୀ, ଦକ୍ଷିଣାଞ୍ଚଳ ପୁଲିସ ଡ଼ି.ଆଇ.ଜି.ଙ୍କ ସମେତ ପୀଡ଼ିତାଙ୍କ ଗାଁ ମୁଷାଗୁଡ଼ାର ଗ୍ରାମବାସୀ, ପାଖଆଖ ଅଞ୍ଚଳର ଗ୍ରାମ ମୁଖିଆ ଓ ବିଭିନ୍ନ ସଂଗଠନର ନେତୃମଣ୍ଡଳୀଙ୍କ ସହିତ ସାକ୍ଷାତ ଆଲୋଚନା କରି ନିର୍ଦିଷ୍ଟ  ଭାବରେ ବାସ୍ତବ ଘଟଣାର ସତ୍ୟାସତ୍ୟ ତଥ୍ୟ ସଂଗ୍ରହ କରିଛନ୍ତି । 

ତଥ୍ୟାନୁସନ୍ଧାନୀ ଦଳ ଉପଲବ୍ଧୀ କରିଛି ଯେ ନକ୍ସଲ ଦମନ ନାମରେ ଅର୍ଦ୍ଧ ସାମରିକ ବାହିନୀର କମାଣ୍ଡୋମାନେ ସାଧାରଣ ଲୋକଙ୍କୁ କେବଳ ଅତ୍ୟାଚାର କରୁଛନ୍ତି । ସମ୍ପୃକ୍ତ ଛାତ୍ରୀ ଗଣଦୁଷ୍କର୍ମରେ କମାଣ୍ଡୋମାନଙ୍କର ସମ୍ପୃକ୍ତି ବିଶ୍ୱାସଯୋଗ୍ୟ ବୋଲି କୁହାଯାଇପାରିବ । ମାତ୍ର ଏପର୍ଯ୍ୟନ୍ତ ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ ଆରମ୍ଭ ହୋଇନାହିଁ ।

କ୍ରାଇମବ୍ରାଞ୍ଚ ତଦନ୍ତ ନାମରେ ଜିଲ୍ଲା ପୋଲିସ୍ କେବଳ କେସ୍ ରେଜିଷ୍ଟର କରି ଦାୟିତ୍ୱ ଶେଷ କରିଛି । 

ତଦନ୍ତ ନାମରେ ମୁଷାଗୁଡ଼ା ଗ୍ରାମର ପୀଡ଼ିତାର ସମ୍ପର୍କୀୟ ଭାଇ ମାମୁଁଙ୍କୁ ରାତିଅଧିଆ ଉଠାଇ ଆଣି ମାଡ଼ ମାରି ପଚରାଉଚରା କରିଛି । ରାଜନୈତିକ ଓ ଗ୍ରାମବାସୀଙ୍କ ଚାପରୁ ତିନିଜଣଙ୍କୁ ପ୍ରଥମେ ଛାଡି ଦେଇଛି । 

ପୀଡ଼ିତାକୁ ରାତି ଅଧରେ ପୋଲିସ ଧମକ ଦେଇ ଏହି ଚାରିଜଣ କରିଛନ୍ତି ବୋଲି ମାନିବାକୁ ବାଧ୍ୟ କରୁଛି । 

୧୨ ଦିନ ମଧ୍ୟରେ ଅପରାଧୀମାନଙ୍କୁ ଚିହ୍ନଟ ନକରି ପାରିବା ଓ ନିରୀହ ଯୁବକମାନଙ୍କୁ ମରଣାନ୍ତକ ମାଡ଼ ମାରି ଦୋଷ ସ୍ୱୀକାର ପାଇଁ ଧମକ ଦେବା ରାଜ୍ୟ ପୋଲିସର ମାନବାଧିକାର ଉଲଙ୍ଘନର ଚରମପଣିଆ ବୋଲି କୁହାଯିବ ।

ଉପରୋକ୍ତ ଜଘନ୍ୟ କାଣ୍ଡର ପୀଡ଼ିତାଙ୍କ ବୟାନ ମୁତାବକ ନିରପେକ୍ଷ ତଦନ୍ତ କରାଯିବା ଉଚିତ୍ ।

ପୀଡ଼ିତାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତୁରନ୍ତ ୧୦ ଲକ୍ଷ ଟଙ୍କା ମଧ୍ୟବର୍ତ୍ତୀକାଳୀନ ସାହାଯ୍ୟ ଦିଆଯାଉ ଓ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦିଆଯାଇ ତାର ସ୍କୁଲ ଯିବାର ବ୍ୟବସ୍ଥା କରାଯାଉ ।

ଅତ୍ୟନ୍ତ ଜଘନ୍ୟ ଭାବରେ ଏକ ଅପ୍ରାପ୍ତ ବୟସ୍କା ବାଳିକା ଧର୍ଷିତା ହୋଇଥିବା ବେଳେ ତାକୁ ସାଧାରଣ ମହିଳା ପ୍ରସବ ୱାର୍ଡରେ ଚିକିତ୍ସା କରାଯାଉଥିଲା । ଅତ୍ୟାଧିନିକ ଚିକିତ୍ସାର ବ୍ୟବସ୍ଥା ହୋଇନଥିଲା । 

ପାଖରେ ଥିବା ବିଧବା ମାଆ ଓ ଭାଇଙ୍କ ଠାରୁ ଦୁଃଖ ଭରା କେଇପଦ କଥାରୁ ଜଣାପଡ଼ିଲାଯେ ସନ୍ଦିଗ୍ଧ କମାଣ୍ଡୋ ପୋଷାକ ପିନ୍ଧା କାନ୍ଧରେ ବନ୍ଧୁକ ପକାଇ ଥିବା ଚାରିଜଣ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଛନ୍ତି ଓ ତାଙ୍କ ଝିଅର ସର୍ବସ୍ୱ ନଷ୍ଟ କରି ତାର ଭବିଷ୍ୟତକୁ ଘନଅନ୍ଧକାରକୁ ଠେଲି ଦେଇଛନ୍ତି ।  ପୀଡ଼ିତା ଠାରୁ ନର୍ସମାନଙ୍କ ସାହାଯ୍ୟରେ ଶୁଣିବାକୁ ମିଳିଲା ଯେ ସେ ଘଟଣା ଦିନ କୁନ୍ଦୁଲି ହାଟପଦା ବଜାରରୁ ଫଟୋ ଉଠାଇ ଏକ ଅଟୋରେ ମାର୍ଲେମାଲି ଗାଁ ପର୍ଯ୍ୟନ୍ତ ଆସି ସେଠାରୁ ଓହ୍ଲାଇ ପାଦରେ ଚାଲି ଚାଲି ଗାଁକୁ ଫେରୁଥିଲା । ଲେଞ୍ଜିଗୁଡ଼ା ପାହାଡ଼ର ଜଙ୍ଗଲିଆ ସ୍ଥାନରେ ହଠାତ୍ ଚାରିଜଣ କମାଣ୍ଡୋ ପୋଷାକ ପିନ୍ଧା ବନ୍ଧୁକ ଧାରୀ ତା ପାଟି ଓ ଆଖି ବନ୍ଦ କରି ଜଙ୍ଗଲ ମଧ୍ୟକୁ ଟେକିନେଲେ । ପାଟିକଲେ ଗୁଳିକରି ମାରିଦେବେ ବୋଲି ଧମକ ଦେଲେ । ସେମାନେ ସମସ୍ତେ ହିନ୍ଦୀରେ କଥାବାର୍ତା ହେଉଥିଲେ । ପୀଡିତା ଯୋର କରି କହିଛନ୍ତି ଯେ ସେମାନେ କୋବ୍ରା ବାହୀନୀର କମାଣ୍ଡୋ ବୋଲି । ସେ ପିନ୍ଧିଥିବା ସ୍କୁଲ ଡ୍ରେସ୍କୁ ଚିରି ସେମାନେ ଅତ୍ୟାଚାର କରି ରାସ୍ତା କଡ଼ରେ ଥିବା ଏକ ସିମେଂଟ ଫଳକ ପାଖରେ ପକାଇ ଦେଇ କାହାକୁ କହିଲେ ପୁଣି ଟେକି ନେଇ ଜୀବନରୁ ମାରିଦେବେ ବୋଲି କହି ଚାଲିଗଲେ । ରକ୍ତ ଜୁଡ଼ୁବୁଡ଼ୁ ହୋଇ ଅର୍ଦ୍ଧ ଲଙ୍ଗଳା ଅବସ୍ଥାରେ ସେ ରାସ୍ତା କଡେ଼ କଡେ଼ ଯାଇ ଗାଁ ମୁଣ୍ଡ ବଡ଼ ମା ଘରେ ପାଣି ମାଗିଲେ । ବଡ଼ମାଆ ଦେଖି ଗାଁ ଲୋକଙ୍କୁ ଡାକି ଡାକ୍ତର ଖାନା ଆଣିଲେ । ତାକୁ ତୁରନ୍ତ ଭଲ କରି ପାଠ ପଢ଼ିବାକୁ ସ୍କୁଲ ପଠାଇବାକୁ ସେ ଆକୁଳ ନିବେଦନ କରିଥିଲେ । ମୁଷାଗୁଡ଼ା ଗ୍ରାମରେ ବଡ଼ ମାଆ ତୁଳସୀ ଛାତି କହିଲେ ମତେ ଝିଅ କହିଲା କମାଣ୍ଡୋ ଚାରିଜଣ ଏମିତି କରିଛନ୍ତି । 

ସ୍ଥାନୀୟ ଡ଼ମ ସମାଜର ସଭାପତି ରାଜେନ୍ଦ୍ର ଧଡ଼କା ବିଭିନ୍ନ ତଥ୍ୟ ଦେଇ ଦଳିତ ଆଦିବାସୀମାନଙ୍କ ଉପରେ କିପରି ସି.ଆର୍.ପି.ଏଫ୍. ଓ ବି.ଏସ୍.ଏଫ୍.ର କମାଣ୍ଡୋ ମାନେ ମାଆ ଭଉଣୀମାନଙ୍କୁ କିପରି ଅତ୍ୟାଚାର କରୁଛନ୍ତି, ଜମି ଓ ଜଙ୍ଗଲରେ କାମ କଲାବେଳେ ଟଣା ଓଟରା କରୁଛନ୍ତି ଧମକ ଦେଉଛନ୍ତି ବୋଲି ବଖାଣି ଥିଲେ । ଗତ ଦୁଇ ମାସ ତଳେ ସ୍ଥାନୀୟ ବୋରାବନ୍ଧ ଠାରେ ଆଦିବାସୀ ମହିଳାଙ୍କୁ ରେଫ କରି ମାରି ଗଛରେ ଟାଙ୍ଗୀ ଦେଇଥିଲେ ତାହା ଆଠ ଦିନ ପରେ ଜଣାପଡ଼ିଲା । ପୋଲିସ କିଛି କଲା ନାହିଁ । ମାର୍ଲେ, ତାଉପଦର ଇତ୍ୟାଦି ଗାଁର ମାଆ ଭଉଣୀଙ୍କୁ ଅତ୍ୟାଚାର କରିଛନ୍ତି । ଲୋକମାନେ ଭୟରେ କିଛି କହିବାକୁ ସାହାସ କରୁନାହାଁନ୍ତି । ଆମ ଅଂଚଳରେ ୧୨/୨୦ କି.ମି. ମଧ୍ୟରେ ଅର୍ଦ୍ଧ ସାମରିକ ବାହିନୀର ଚାରିଟା କ୍ୟାମ୍ପ ଅଛି । ସେମାନେ ଗ୍ରାମମାନଙ୍କରେ ଅସ୍ଥାୟୀ କ୍ୟାମ୍ପ୍ କରି ଦଳ ଦଳ ହୋଇ ବୁଲୁଛନ୍ତି ଓ ସାଧାରଣ ଲୋକଙ୍କୁ ଦୁବ୍ୟବହାର କରୁଛନ୍ତି । ଅନ୍ୟ ଲୋକମାନେ ରାଜେନ୍ଦ୍ରଙ୍କୁ ସମର୍ଥନ କରିଥିଲେ ଓ ପୀଡ଼ିତାର ବୟାନ ଅନୁସାରେ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବି କରିଥିଲେ ବୋଲି ତଥ୍ୟ ଅନୁସନ୍ଧାନକାରୀ ଦଳର ସଦସ୍ୟ  ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଓ ଚନ୍ଦ୍ରନାଥ ଦାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

0
0
0
s2sdefault