ହେଡଲାଇନସ୍:

ଜମିଜମା ରେଜିଷ୍ଟ୍ରେସନ କ୍ଷେତ୍ରରେ ବ୍ୟାପକ ସଂସ୍କାର :ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ବାଧ୍ୟତାମୂଳକ ହେବ ହେଲ୍ପ ଡେସ୍କ, ବନ୍ଦ ହେବ ମଧ୍ୟସ୍ଥିଙ୍କ ଭୂମିକା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର(ମାନସୀ ମିଶ୍ର) - ରାଜ୍ୟରେ ଜମିଜମା ରେଜିଷ୍ଟ୍ରେସନରେ  ମଧ୍ୟସ୍ଥିମାନଙ୍କର ଭୂମିକାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଦ୍ୱାରା ଗଠିତ କିମିଟିର ସୁପାରିଶକୁ କାର୍ଯ୍ୟକାରୀ କରାଯାଇ ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିା ଇନ୍ସପେକ୍ଟର ଜେନେରାଲ,ରେଜିଷ୍ଟ୍ରେସନଙ୍କ  ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିଶ ଅନୁଯାୟୀ ସମସ୍ତ ରେଜିଷ୍ଟ୍ରସନ  କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ସ୍ଥାପନକୁ ଏଣିକି ବାଧ୍ୟତାମୂଳକ କରାଯିବ । ଏହି ସହାୟତା କେନ୍ଦ୍ର ମାଧ୍ୟମରେ ରେଜିଷ୍ଟ୍ରେସନ ନିମନ୍ତେ ଅ।ସୁଥିବା ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ଯଦ୍ଦ୍ଵାରା  ସେମାନେ ଅଯଥାରେ ହଇରାଣ ହେବେ ନାହିଁ । ଏଥି ସହିତ ଅନଲାଇନ  ମାଧ୍ୟମରେ ଡକ୍ୟୁମେଣ୍ଟ ଦାଖଲ କରିବା ସହ ପଞ୍ଜୀକରଣ ନିମନ୍ତେ ସବ୍ରେଜିଷ୍ଟ୍ରାର ସହିତ ସାକ୍ଷାତ ନିମନ୍ତେ ସମୟ ନିର୍ଦ୍ଧାରଣ କରିପାରିବେ  । ଏଥି ସହିତ ଜମିଜମା ସଂକ୍ରାନ୍ତ କାଗଜପତ୍ର ପୋଷ୍ଟାଲ ମାଧ୍ୟମରେ ପଠାଇବାର ବନ୍ଦୋବସ୍ଥ  କରାଯିବ । ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପରିଚୟ ପତ୍ର ପ୍ରଦାନ କରାଯିବ । ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେହି କାର୍ଯ୍ୟାଳୟରେ ଅ।ଉ ପୁନଃନିୟୋଜିତ କରାଯାଇପାରିବ ନାହିଁ । ଏ ଦିଗରେ ସମସ୍ତ ରେଜିଷ୍ଟ୍ରସନ୍ କାର୍ଯ୍ୟାଳୟ ପକ୍ଷରୁ ସାର୍ଟିଫିକେଟ୍ ଦାଖଲ କରିବା ପାଇଁ କୁହାଯାଇଛି । ସମସ୍ତ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାପନ ପ୍ରଚଳନ କରାଯାଇଛି । ଏହାକୁ ଆଧାର ସଂଯୋଗ କରାଯିବ ବୋଲି ସୁପାରିଶ କରାଯାଇଛି । ୩ ବର୍ଷ ଗୋଟିଏ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ଜିଲ୍ଲା ମଧ୍ୟରେ ବଦଳି କରାଯିବ । ଏଥି ସହିତ ସିସିଟିଭି ଫୁଟେଜ୍କୁ ନିୟମିତ ଭାବରେ ପ୍ରତି ୧୫ ଦିନରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଜିଷ୍ଟ୍ରାରଙ୍କ ଦ୍ୱାରା ଅନୁଧ୍ୟାନ କରାଯିବ  । ରେଜିଷ୍ଟ୍ରେସନ ନିମନ୍ତେ କାର୍ଯ୍ୟାଳୟକୁ ଅ ।ସୁଥିବା ଲୋକମାନେ କୌଣସି ମଧ୍ୟସ୍ଥିଙ୍କ ନିକଟକୁ ନଯିବା ପାଇଁ ଏବଂ ଅନଲାଇନ   ମାଧ୍ୟମରେ ରେଜିଷ୍ଟ୍ରେସନର  ସୁବିଧା ସଂପର୍କରେ ବ୍ୟାପକ ଜନସଚେତନତା କରାଯିବା ପାଇଁ ଟିଭି, ରେଡିଓ ଓ ସମ୍ବାଦପତ୍ରରେ ବିଜ୍ଞାପନ  ଦିଅ।ଯିବ । ଏଥି ସହିତ ସମସ୍ତ କାର୍ଯ୍ୟାଳୟରେ ହୋର୍ଡିଂ ମାଧ୍ୟମରେ ଏ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯିବ । ରେଜିଷ୍ଟ୍ରେସନ ରେଜିଷ୍ଟ୍ରେସନ ବାବଦରେ ରେଜିଷ୍ଟ୍ରାର କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ପେଶାଦାର ଏଜେନ୍ସି ମାଧ୍ୟମରେ ନିୟମିତ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । କମିଟିର ଉପରୋକ୍ତ ସୁପାରିଶ କାର୍ଯ୍ୟକାରୀ ହେବା ଦ୍ୱାରା ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ମଧ୍ୟସ୍ଥତାକୁ ଦୂର କରି ଏକ ସୁସ୍ଥ ଓ ସ୍ୱଚ୍ଛ ରାଜସ୍ୱ ପ୍ରଶାସନ ଯୋଗାଇ ଦିଅ।ଯାଇପାରିବ ବୋଲି ମନ୍ତ୍ରୀ  ମହାନ୍ତି ପ୍ରକାଶ କରିଛନ୍ତି 

 

0
0
0
s2sdefault