ହେଡଲାଇନସ୍:

ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗର ମିଳିତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଚେତନତା ପଦଯାତ୍ରା, ସାଇକଲେ ଶୋଭାଯାତ୍ରା ଏବଂ ସ୍ୱଚ୍ଛ ଭାରତରେ ସଫେଇ କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀମାନଙ୍କୁ ଐତିହ୍ୟ ସଂପନ୍ନ ମହାରାଜାଙ୍କ ପ୍ରାସାଦ ଓ ବସନ୍ତ ନିବାସ ପ୍ରଭୃତି ଦେଖାଇ ପର୍ଯ୍ୟଟନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଚେତନତା ପାଇଁ ପଦଯାତ୍ରା ଓ ସାଇକେଲ ଶୋଭଯାତ୍ରାକୁ ଜିଲ୍ଲାପାଳ ଅନୁପମ ଶାହା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ସହର ପରିକ୍ରମା କରି ବସନ୍ତ ନିବାସ (ବି.ଏନ ପ୍ୟାଲେସ) ଠାରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମ ପାରଳାମହାରାଜାଙ୍କ ପେଲେସ ଠାରୁ ଆରମ୍ଭ ହୋଇ ବସନ୍ତ ନିବାସ ଠାରେ ଶେଷ ହୋଇଥିଲା । ପରେ ବସନ୍ତ ନିବାସର ବିଭିନ୍ନ ପାର୍ଶ୍ୱରେ ପଡିଥିବା ଅଳିଆ ଅବର୍ଜନା ସବୁ ସଫା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶତାଧିକ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ସାମିଲ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ  କହିଥିଲେଯେ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟନ କ୍ଷେତ୍ର ଉପରେ ସମସ୍ତଙ୍କ ସଚେତନତା କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ପର୍ଯ୍ୟଟନ କ୍ଷେତ୍ରର ଉପରେ ଅଞ୍ଚଳର ବିକାଶ ସମ୍ଭବ । ଏହା ଦ୍ୱାରା ଅଞ୍ଚଳବାସୀ ଛୋଟମୋଟିଆ ବ୍ୟବସାୟ କରି ନିଜ ଜୀବିକା ନିର୍ବାହ କରିଥାନ୍ତି ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଓ ବାହଦୁର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

0
0
0
s2sdefault