ହେଡଲାଇନସ୍:

ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରାକୁ ସମର୍ଥନ ଦେବ ପଦ୍ମପୁର ବଣିକ ସଙ୍ଘ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/Nila Deep -ବିଦେଶୀ କମ୍ପାନୀ ୱାର୍ଲମାର୍ଟ ଏବଂ ଫ୍ଲିପକାର୍ଟ ମିଳିତ ଭାବରେ ଭାରତରେ ବ୍ୟବସାୟ ଆରମ୍ଭ କଲେ ଦେଶର ୧୪କୋଟି ରିଟେଲର ସିଧାସଳଖ ପ୍ରଭାବିତ ହେବେ ।ତେଣୁ ଏହାର ପ୍ରତିବାଦରେ ଆସନ୍ତା ୨୮/୦୯/୨୦୧୮ ଶୁକ୍ରବାର ଦିନ ବ୍ୟବସାୟୀ ମହାସଂଘ ଭାରତ ବନ୍ଦ ଡାକରା ଦେଇଛି ।ଏହି ବନ୍ଦକୁ ପଦ୍ମପୁର ବ୍ୟବସାୟୀ ସଂଘ ସମର୍ଥନ ଜଣାଇ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ପଦ୍ମପୁର ବଣିକ ସଙ୍ଘ ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ମିଶ୍ର ପ୍ରକାଶ କରିଛନ୍ତି । ଏହି ବନ୍ଦ ପାଳନ ସମୟରେ ଗାଡ଼ି ଚଳାଚଳ ସ୍ବାଭାବିକ ରହିବ ଓ ସ୍କୁଲ କଲେଜ ଖୋଲା ରହିବ ।ଜିଲ୍ଲା ଡ୍ରଗିଷ୍ଟ ଏସୋସିଏସନ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି କିନ୍ତୁ ବନ୍ଦ ସମୟରେ ହସପିଟାଲ ପରିସରରେ ଆପାତକାଳିନ କାଉନଟର ଖୋଲାରହିବ ଏବଂ ସେଠାରେ ଜରୁରୀ ଔଷଧ ଉପଲବ୍ଧ ହେବ ।

0
0
0
s2sdefault