ହେଡଲାଇନସ୍:

ଚକଡା ପୋକ ଲାଗିଥିବା ଅଞ୍ଚଳର ଜମି ବୁଲି ଦେଖିଲେ ନରସିଂହ:ପ୍ରତିଷେଧକ ବ୍ୟବସ୍ଥା ପାଇଁ କୃଷି ଉପ-ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର,(ନିରୋଜ ମିଶ୍ର) ପୂର୍ବାହ୍ନରେ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିରୋଧିଦଳ ନେତା ନରସିଂହ ମିଶ୍ର ଚକଡାପୋକ ସଂକ୍ରମିତ ଜମି ବୁଲି ଦେଖିଛନ୍ତି । ଗତକାଲି ଅନୁଷ୍ଠିତ ହୋଇଥିବା ଜିଲ୍ଲା ପରିଷଦ ବେଠକରେ ଜିଲ୍ଲା ଯାକର ଜନପ୍ରତିନିଧିମାନେ ·ଷରେ ଚକଡା ପୋକ ସଂକ୍ରମଣକୁ ନେଇ ଘୋର ଉଦ୍ବେଗ ପ୍ରକାଶ କରିଥିଲେ । ସେହି ବୈଠକରେ ଉପସ୍ଥିତ ଥିବା କୃଷି ଉପନିର୍ଦ୍ଦେଶକଙ୍କ ଚକଡା ପୋକକୁ ନେଇ ହୋଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ସନ୍ତୋଷଜନକ ନ ଥିଲା । ତେଣୁ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିରୋଧିଦଳ ନେତା ନରସିଂହ ମିଶ୍ର ଆଜି କୃଷି ବିଭାଗର ଉପ-ନିର୍ଦ୍ଦେଶକ ତଥା ଅନ୍ୟାନ୍ୟ କୃଷି ବିଭାଗ ଅଧିକାରୀଙ୍କ ସହିତ ଚକଡା ପୋକ ଲାଗିଥିବା କିଛି ଅଞ୍ଚଳ ବୁଲି ଦେଖିଥିବେ । ବିଶେଷ କରି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖଇସବାହାଲି, ସାଉନ୍ତମୁଣ୍ଡା ଏବଂ କୁଡାସିଂହା ଅଞ୍ଚଳ ଗସ୍ତ କରି ସ୍ଥାନୀୟ ·ଷୀମାନଙ୍କ ସହିତ ଚକଡା ପୋକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନାରୁ ଯାହା ଜଣାପଡିଥିଲା ଏ ସବୁ ଅଞ୍ଚଳରେ ଚକଡା ପୋକ ଲାଗିଥିବା ଆଶଂକା ଅଛି । ଚାଷ ଜମିର କିଛି କିଛି ଅଂଶର ଚକଡା ପୋକ ଦ୍ୱାରା ସଂକ୍ରମଣ ଆରମ୍ଭ ହୋଇଛି । ତେଣୁ ଉପସ୍ଥିତ ଥିବା କୃଷି ଉପନିର୍ଦ୍ଦେଶକ ତଥା ବିଭାଗୀୟ ଅଧିକାରୀମାନଙ୍କୁୁ ଏହି ରୋଗ ଯେପରି ଚାଷ ଜମିକୁ ନଷ୍ଟ ନ କରିବ ସେ ଉପରେ ଧ୍ୟାନ ଦେବାକୁ ନିଦେ୍ର୍ଧଶ ଦେଇଥିଲେ । ଆହୁରି ମଧ୍ୟ ସେ କହିଥିଲେ ଗତ ବର୍ଷ ମଧ୍ୟ ଚକଡା ପୋକକୁ ନେଇ ଚାଷୀମାନେ ଅନେକ କ୍ଷତି ସହିଥିଲେ ତେଣୁ ଏହା ପାଇଁ କୃଷି ବିଭାଗ ଅବହେଳା ନ କରି ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରନ୍ତୁ ଏବଂ ଭିଏଡବ୍ଲୁୁ ମାନେ ଯେପରି ନିଜ ନିଜ କାର୍ଯ୍ୟସ୍ଥଳିମାନଙ୍କରେ ରହି ଚାଷିମାନଙ୍କୁ ଏ ଦିଗରେ ସଚେତନ ତଥା ଉପଦେଶ ଦେଇପାରିବେ ସେ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ଥିବା କୃଷି ଉପ-ନିର୍ଦ୍ଦେଶକ କହିଥିଲେ ଚକଡା ଯୋଗୁଁ ଯଦି କୌଣସି ବ୍ୟକ୍ତି ଫସଲ ନଷ୍ଟ ହୁଏ ତେବେ ସମଗ୍ର ପଞ୍ଚାୟତର ଫସଲ ଅମଳକୁ ଅପେକ୍ଷା ନ କରି ସେହି ଚାଷୀର ବ୍ୟକ୍ତିଗତ କ୍ଷତି ହୋଇଥିବା ଯୋଗୁଁ ସେ କେମିତି ଫସଲ କ୍ଷୟକ୍ଷତି ଜନିତ ବୀମାରାଶି ପାଇ ପାରିବ ସେ ଦିଗରେ ବିଶେଷ ଧ୍ୟାନ ଦେବାକୁ ସେ କହିଥିଲେ । ଖଇସବାହାଲି ରେ ଚାଷୀ ତଥା ସାଧାରଣ ଆଦିବାସୀ ଲୋକଙ୍କ ସହିତ ହୋଇଥିବା ଏକ ଆଲୋଚନାରେ ଶ୍ରୀ ମିଶ୍ର ଖଇସବାହାଲି ଗ୍ରାମର ରାସ୍ତା ବହୁତ ଶିଘ୍ର ନିର୍ମାଣ ହେବ ବୋଲି ପ୍ରତିଶୃତି ଦେଇଥିଲେ । ଏଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀଙ୍କୁ ଖଇସବାହାଲି ରୁ ସାଉନ୍ତମୁଣ୍ଡାକୁ ରାସ୍ତା ଯାହାକି ସିନଖମନ ଧଣ୍ଡାମାଲ ପୁର୍ତ୍ତବିଭାଗ ରାସ୍ତାରେ ଯାଇ ମିଶୁଛି ସେହି ଦୁଇ କିଲୋମିଟର ରାସ୍ତା ଶିଘ୍ର ପ୍ରସ୍ତାବ ପଠାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ପରେ ପରେ ଏହି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଯଥା କୁଡାସିଂହାର ଦୁର୍ଗାପୂଜା ମଣ୍ଡପ ଯାହାକି ବିଧାୟକ ପାଣ୍ଠିରୁ ୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି ତାହାର ଶୁଭ ଉଦ୍ଘାଟନ କରିଥିଲେ ଏବଂ ପରେ ପରେ ଗଣେଷପୂଜା ମଣ୍ଡପ ଯାହାକୁ ବିଧାୟକ ପାଣ୍ଠିରୁ ଅଢେଇ ଲକ୍ଷଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ତାହାର ଶୁଭ ଉଦ୍ଘାଟନ କରିବା ସହ ଲକ୍ଷ୍ମୀପୂଜା ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମମାନଙ୍କରେ ବଲାଙ୍ଗିର ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତୀ ବଘାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତ ସାହୁ, କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାମୋଦର ଦାଶ, ଜୋନ ୨୩ ସଭାପତି ସରୋଜ ରଥ, ଜିଲ୍ଲାପରିଷଦ ସଭ୍ୟ ଶ୍ରୀଧର ବାରିକ, ସରପଞ୍ଚ କପିଲ ନନ୍ଦ, ସରପଞ୍ଚ ସରୋଜ ଦୋରା, ମନୋଜ ଝାଙ୍କର, ବିରଞ୍ଚô ପଧାନ, ହରେକୃଷ୍ଣ ସାହୁ, ରାଧେଶ୍ୟାମ ପ୍ରଧାନ, ଶରତ କୁମାର ସାହୁ, ସୁରେନ୍ଦ୍ର ନାଥ, ଇନ୍ଦ୍ରମଣି ଅଦବୁଦ୍ଧି, ମହିଳା ନେତ୍ରୀ ଶୁଭଦ୍ରା ମିଶ୍ର, ଯାଜ୍ଞସେନି ପୁଟେଲ, ସୁନାଧର ପୁଟେଲ, ବାବୁଲୁ ସାହୁ, କୁଲ ସାହୁ, ଲିଙ୍ଗରାଜ ସାହୁ, ଆନନ୍ତ କୁଅଁର ଉପସ୍ଥିତ ଥିବା ବେଳେ ଏ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ର କରିଥିଲେ । ।

0
0
0
s2sdefault