ହେଡଲାଇନସ୍:

ଫସଲରେ ରୋଗ ପୋକକୁ ନେଇ ସତର୍କ ରହୁ କୃଷି ବିଭାଗ - ନରସିଂହ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜିଲ୍ଲା ପରିଷଦ ବୈଠକ; ଦ୍ଭକୃଷି ବୀମା ଆକଳନ କୁ ପାଉଣାକୁ ନେଇ ନରସିଂହଙ୍କ ଉଦ୍ବେଗ

ବଲାଙ୍ଗିର/ନିରୋଜ ମିଶ୍ର - ସ୍ଥାନୀୟ ଡିଆରଡିଏ କାର୍ୟ୍ୟାଳୟର ସମୀକ୍ଷା ଗୃହରେ ଜିଲ୍ଲାର ସମସ୍ତ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ କିପରି ·ଳିଛି ତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ହେଉଥିବା ଏହି ବୈଠକ ମାନ୍ୟବର ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିରୋଧିଦଳ ନେତା ନରସିଂହ ମିଶ୍ର ଯୋଗଦେଇଥିଲେ । ଅଧ୍ୟକ୍ଷା ଶ୍ରୀମତୀ ମହାନନ୍ଦଙ୍କ ନିଦେ୍ର୍ଧଶକ୍ରମେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବୈଠକର ଆରମ୍ଭ କରିଥିଲେ । ବୈଠକରେ ଉପସ୍ଥିତ ଥିବା ବିରୋଧି ଦଳ ନେତା ଜିଲ୍ଲାର କୃଷି ଓ କୃଷକ ସମସ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ବିଶେଷ କରି ମରୁଡି ଜନିତ ଚା ଷର କ୍ଷୟକ୍ଷତି ଏବଂ କୃୃଷିବିମା ପାଇଁ ଦରକାର ହେଉଥିବା କ୍ଷତି ଆକଳନକୁ ନେଇ ଜିଲ୍ଲାଯାକ ଜନପ୍ରତିନିଧି ନିଜର କ୍ଷୋଭ ପ୍ରକାଶ କରିଥିଲେ । କୃଷିବୀମା ପାଇଁ ଦରକାର ହେଉଥିବା ଫସଳ ଅମଳର ଆକଳନ ସାଧାରଣତଃ କୃଷି ବିଭାଗ, ପରିସଂଖ୍ୟାନ ବିଭାଗ, ନିଜେ ଚାଷୀ ଏବଂ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଫସଲକୁ କଟାଯାଇଥାଏ ଏବଂ ସେଥିରୁ କେତେ ଧାନ ବାହାରିଲା ସେ ଉପରେ ସ୍ଥାନୀୟ ଲୋକଙ୍କର ତଥା ଜମି ମାଲିକଙ୍କ ଦସ୍ତଖତ ମଧ୍ୟ ନିଆଯାଏ । ଏହିପରି ଭାବରେ ପଞ୍ଚାୟତ ପିଛା ଚାରୋଟି ସ୍ଥାନର ଜମିରୁ ଏହିପରି କ୍ଷୟକ୍ଷତି ଆକଳନ କରିବା ପାଇଁ ଧାନ କଟାଯାଇଥାଏ । କିନ୍ତୁ କୃଷି ବୀମା ରିପୋର୍ଟ ଅନୁଯାୟୀ ପଞ୍ଚାୟତର ଗ୍ରାମ ଗୁଡିକର କ୍ଷୟ କ୍ଷତିର ପରିମାଣ ସମାନ ଦିଆଯାଏ ନାହିଁ, ଯେତେବେଳେ କି କୃଷିବୀମା ବୀମା ରାଶି ପ୍ରଦାନ ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ଗୋଟିଏ ଗୋଟିଏ ୟୁନିଟ ହିସାବରେ ବିବେଚନା କରାଯାଏ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ କୃଷିବୀମା ପାଇଁ ଦରକାର ହେଉଥିବା ଆକଳନ ଉପର ଠାଉରିଆ ଭାବରେ କରାଯାଇଛି । ଏହାକୁ ନେଇ ବୈଠକରେ ଥିବା ବିରୋଧି ଦଳ ନେତାଙ୍କ ସହିତ ଅଧ୍ୟକ୍ଷା, ବିଜେଡି ଦଳର ବିଧାୟକ ବିଧାୟିକା, ବିଜେପି ଦଳର ବିଧାୟକଙ୍କ ପ୍ରତିନିଧି ଏବଂ ଅନ୍ୟନ୍ୟ ଜନପ୍ରତିନିଧିମାନେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ଯାହାର ଦାୟିତ୍ୱ କୃଷକଙ୍କ ଚାଷ ଜମିରୁ କ୍ଷୟକ୍ଷତି ଆକଳନ ଠିକ୍ ହିସାବରେ କରି କୃଷିବୀମା ପ୍ରଦାନ କରିବା କଥା ସେମାନେ ଆମ ଜିଲ୍ଲାର ଚାଷୀଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି ବୋଲି ସମସ୍ତେ କହିଥିଲେ । ଏହାକୁ ନେଇ ଉପସ୍ଥିତ ସମସ୍ତ ଜନ ପ୍ରତିନିଧି ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ·ଷର କ୍ଷୟକ୍ଷତିର ପୁନଃ ଆକଳନ ଠିକ୍ ହିସାବରେ କରାଯାଇ କୃଷିବୀମା ପ୍ରଦାନ କରାଯାଉ ଏବଂ ଆକଳନ ହେବା ସମୟରେ ତିଆରି ହୋଇଥିବା ରିପୋର୍ଟ ଯେଉଁଥିରେ କି ସମସ୍ତଙ୍କ ଦସ୍ତଖତ ଥାଏ ତାହାର କପି ସମସ୍ତଙ୍କୁ ଦିଅନ୍ତୁ ବୋଲି ଏକ ପ୍ରସ୍ତାବ ପାରିତ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଆଲୋଚନାରେ ଦୁଇ ଦିନ ଆଗରୁ ହୋଇଥିବା ସଇଁନ୍ତଳାର କୃମିନାଶକ ଔଷଧ ଖାଇ ଛାତ୍ର ଛାତ୍ରୀଙ୍କ ଅସୁସ୍ଥତା ବିଷୟରେ ବୈଠକରେ ଉଦ୍ବେଗ ପ୍ରକାଶ କରାଯାଇଥିଲା । ସିଡିଏମଓଙ୍କୁ ଜିଲ୍ଲାର ସମସ୍ତ ଜନପପ୍ରତିନିଧି ଗୁଡାଇ ଗୁଡାଇ ପ୍ରଶ୍ନ କରିଥିଲେ । ଆଗକୁ ଯେମତି ଏହାର ପୁନରାବୃତ୍ତି ନ ହେବ ତାର ଉପରେ ସିଡିଏମଓ ସଚେତନ ହୁଅନ୍ତୁ ବୋଲି ତାଙ୍କୁ କୁହାଯାଇଥିଲା । ବିଶେଷ କରି ବର୍ତ୍ତମାନ ଜିଲ୍ଲାରେ ଥିବା ଡାକ୍ତର ସମସ୍ୟାକୁ ନେଇ ସଭାରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଡାକ୍ତରଖାନାମାନଙ୍କରେ ସମୁଦାୟ ପଦବୀ ୨୬୦ ଥିଲେ ହେଁ ଏଥିରୁ ୧୨୦ ପଦବୀ ଖାଲି ପଡିଥିବାରୁ ଜିଲ୍ଲାଯାକ ସ୍ୱାସ୍ଥ୍ୟ ସମସ୍ୟା ଖରାପ ଆଡକୁ ଗତି କରୁଛି । ଗ୍ରାମାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ଜଣ ସ୍ପେସିଆଲିଷ୍ଟ ଡାକ୍ତରଙ୍କ ସହିତ ସର୍ବମୋଟ ୬ଜଣ ଡାକ୍ତର ରହିବା କଥା କିନ୍ତୁ କୌଣସି ଯାଗାରେ ବି ଡାକ୍ତରଙ୍କ ପୂର୍ଣ୍ଣାଙ୍ଗ ପଦବୀ ପୂୂରଣ ହୋଇପାରିନାହିଁ । ନିକଟରେ ଭୀମଭୋଇ ମେଡିକାଲ କଲେଜ ଆରମ୍ଭ ହୋଇଯାଇଥିବାରୁ ଜିଲ୍ଲାରେ ଡାକ୍ତର ଅଭାବ ଆହୁରି ସମସ୍ୟା ସୃଷ୍ଟି କରୁଛି । ତେଣୁ ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାରଙ୍କୁ ଜିଲ୍ଲାର ସମସ୍ତ ଡାକ୍ତର ପଦବୀ ପୁରଣ କରିବା ପାଇଁ ଚିଠି ମାଧ୍ୟମରେ ଜିଲ୍ଲାର ସମସ୍ତ ଡାକ୍ତର ପଦବୀ ପୂରଣ କରାଯାଉ ବୋଲି ବୈଠକରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଡାକ୍ତର ପଦବୀ ପୁୁରଣ ହୋଇପାରିଲେ ଜିଲ୍ଲାର ପ୍ରାୟତଃ ଡାକ୍ତର ସମସ୍ୟା ପୁରଣ ହୋଇପାରିବ । କୃଷି ବିଭାଗ ଆଲୋଚନା ସମୟରେ ଚକଡା ପୋକଙ୍କ ଦାଉରୁ ଫସଲ ନଷ୍ଟକୁ ନେଇ ଜନ ପ୍ରତିନିଧିମାନେ କୃଷି ବିଭାଗର ଡେପୁଟି ଡାଇରେକ୍ଟରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । କୃଷକର ଜମିରେ ଚକଡା ଲାଗିି ସାରିଲାଣି କିନ୍ତୁ ଅଧିôକାରୀଙ୍କ ଉତ୍ତର ଥିଲା ଚକଡା ରୋଗ ପାଇଁ ଔଷଧ ମଗା ଯାଇଛି । ଦିନେ ଦୁଇଦିନ ମଧ୍ୟରେ ପହଞ୍ଚôବ । ଫସଲରେ କୌଣସି ରୋଗ ଲାଗିବ ଆଗରୁ କୃଷି ଅଧିକାରୀ ସେହି ରୋଗ ପ୍ରତିଷେଧ କିମ୍ବା ରୋଗ ହୋଇସାରିଲା ପରେ ଦରକାର ହେଉଥିବା କିଟ ନାଶକ ହେଉ କି ଔଷଧ ହେଉ ତାହା ବହୁ ପୂର୍ବରୁ ମହଜୁଦ ରଖିବା ଦରକାର ବୋଲି ଅଧିକାରୀଙ୍କୁ ତାଗିଦ୍ କରିଥିଲେ । ଆହୁରି ମଧ୍ୟ ଦୁଇ ମାସ ପୂର୍ବରୁ ଦେଓଗାଁ ଠାରେ ସାର ବଣ୍ଟନକୁ ହୋଇଥିବା ଅବ୍ୟବସ୍ଥାରେ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କାହିଁକି ଦୃଷ୍ଟାନ୍ତମୂଳକ କାର୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ତାଙ୍କୁ ପଚାରିଥିଲେ ଏବଂ ଏହା ଉପରେ ଏକ ରିପୋର୍ଟ ଯେତେ ଶିଘ୍ର ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜିର ଏହି ବୈଠକ ମୁଖ୍ୟତଃ କୃଷିବୀମା ରାଶିର ଅନିୟମିତତା, ଜିଲ୍ଲା ସ୍ୱାସ୍ଥ୍ୟ ସମସ୍ୟା, ଜଳସେଚନ ଏବଂ ଅନ୍ୟାନ୍ୟ ଯୋଜନା ବାବଦରେ ସବିଶେଷ ଆଲୋଚନା ହୋଇଥିଲା ।

0
0
0
s2sdefault